୩ ବର୍ଷରେ ୭୫୦ ସଡ଼କ ଦୁର୍ଘଟଣା, ୨୬୪ ମୃତ

ଖୋର୍ଦ୍ଧା ଅଫିସ, ୧ା୧:ରାଜ୍ୟରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ତାଳଦେଇ ମୃତ୍ୟୁହାର ମଧ୍ୟ ବଢିଚାଲିଛି। ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ନୂତନ ମୋଟରଯାନ ସଂଶୋଧନ ଆଇନ ୨୦୧୯ କାର୍ଯ୍ୟକାରୀ କରିଛନ୍ତି। ଖୋର୍ଦ୍ଧା ଜିଲା ପୋଲିସର ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲାରେ ଗତ ୩ ବର୍ଷ ମଧ୍ୟରେ ୭୫୦ଟି ଦୁର୍ଘଟଣା ଘଟିଥିବା ବେଳେ ୨୬୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବାଇକ ଚାଳକଙ୍କ ସଂଖ୍ୟା ସବୁଠୁ ଅଧିକ। ୨୦୧୮ରେ ୨୭୨ ଦୁର୍ଘଟଣାରେ ୧୨୦ଜଣଙ୍କ ଜୀବନ ଯାଇଥିଲା। ୧୯୬ଜଣ ଗିରଫ ହୋଇଥିଲେ। ୨୦୧୯ରେ ୨୭୫ ଦୁର୍ଘଟଣାରେ ୧୬୬ଜଣ ପ୍ରାଣ ହରାଇଥିଲେ। ୧୮୧ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ୨୦୨୦ ନଭେମ୍ବର ୩୦ ସୁଦ୍ଧା ୨୦୩ ଦୁର୍ଘଟଣା ଘଟିଥିବା ବେଳେ ୧୫୨ଜଣଙ୍କୁ ଗିରଫ କରାଯାଇଛି। ପ୍ରତିବର୍ଷ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବାରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। କରୋନା କଟକଣା ଯୋଗୁ ମୋଟର ଯାନ ଚେକିଂ ବନ୍ଦ ରହିଥିଲା। ଜାନୁୟାରୀ ୧ରୁ ଏହାକୁ କଡ଼ାକଡ଼ି କରାଯିବ ବୋଲି ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି।
ଅଧିକାଂଶ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟୁଥିବା ନଜରକୁ ଆସୁଛି। ଅନେକ ବାଇକ ଚାଳକ ହେଲମେଟ ପରିଧାନ କରୁନାହାନ୍ତି। ଫଳରେ ବିପଦକୁ ଡାକୁଛନ୍ତି। ଏଣୁ ଜାନୁୟାରୀ ୧ରୁ କଡ଼ାକଡ଼ି ଯାଞ୍ଚ ହେବ। ବିନା ହେଲ୍‌ମେଟରେ ବୁଲିଲେ, ଜରିମାନା ଆଦାୟ କରାଯିବ। ବାଇକ ପଛରେ ବସିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ସହରର ପ୍ରବେଶ ପଥ, ସମସ୍ତ ଥାନା ଅଞ୍ଚଳରେ ମୋଟରଯାନ ଯାଞ୍ଚ ତ୍ୱରାନ୍ବିତ କରାଯିବ। ଚଳିତବର୍ଷ ସଡ଼କ ଦୁର୍ଘଟଣା ରୋକିବା ଲାଗି ଅଧିକ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ। ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ବହୁ ଦୁର୍ଘଟଣା ଘଟୁଛି। ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। କୌଣସି ସ୍ଥାନରେ ନାବାଳକ ବାଇକ ଚଳାଇବାବେଳେ ଧରାପଡିଲେ, ନୂତନ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବ। କିଛିଦିନ ତଳେ କୁହୁଡ଼ିିରେ ଜଣେ ନାବାଳକଙ୍କଠାରୁ ୧୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଇଏସ୍‌ଆଇ ମାର୍କ ଥିବା ହେଲମେଟ ପିନ୍ଧିବା ଓ ନାବାଳକଙ୍କୁ ବାଇକ୍‌ ନ ଦେବା ଲାଗି ଅଭିଭାବକମାନଙ୍କୁ ଏସ୍‌ପି ପରାମର୍ଶ ଦେଇଛନ୍ତି। ଡିସେମ୍ବରରେ ମୋଟରଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ୪୧୯ଜଣଙ୍କଠାରୁ ୩,୧୬,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ୯୬ଜଣଙ୍କ ଲାଇସେନ୍ସ ରଦ୍ଦ ଲାଗି ସୁପାରିସ କରାଯାଇଛି। ବାଇକ ଚେକିଂକୁ କଡ଼ାକଡ଼ିି କରାଯିବ ବୋଲି ଏସ୍‌ପି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?