Posted inଜାତୀୟ

ନିର୍ବାଚନ ଜିତିବା ପାଇଁ ଏକ ମାସ ଭିତରେ ଦେଶର ୭୫ ନେତା ଏହି ମନ୍ଦିରରେ କରିସାରିଲେଣି ପୂଜାର୍ଚ୍ଚନା

ସିମ୍‌ଲା,୨୦।୪: ନିର୍ବାଚନ ପାଖେଇ ଆସିଲେ ଦେବାଳୟମାନଙ୍କରେ ରାଜନେତା ମାନଙ୍କର ଭିଡ଼ ଜମିଥାଏ। ଦେବଦେବୀଙ୍କ ଆଶୀର୍ବାଦ ଲାଭ କଲେ ସହଜରେ ନିର୍ବାଚନ ବୈତରଣୀ ଅବିଳମ୍ବେ ପାରି ହୋଇଯିବେ ବୋଲି ସେମାନଙ୍କର ବିଶ୍ୱାସ। ସେହି ଅନୁସାରେ ଲୋକ ସଭା ନିର୍ବାଚନ ସମୟରେ ହିମାଚଳର ରାମଲୋକ ମନ୍ଦିର  ଚର୍ଚ୍ଚାରେ ରହିଆସିଛି। ନିର୍ବାଚନୀ ବିଗୁଲ ବାଜିବା ପରେ ଏବେ ପର୍ଯ୍ୟନ୍ତ  ଦେଶର ବିଭିନ୍ନ ସ୍ଥାନରୁ ୭୫ ନେତା ଓ ଆଶାୟୀ ପ୍ରାର୍ଥୀ ନିଜର ବାଜିମାତ୍‌୍‌ ପାଇଁ ଏଠାକୁ ଆସିଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶ ସୋଲାନରେ ଥିବା ରାମଲୋକ ମନ୍ଦିର ଦର୍ଶନ ପାଇଁ କଂଗ୍ରେସ ହେଉ କି ଭାଜପା ବା ଅନ୍ୟ ଦଳ, ନିର୍ବାଚନରେ ସଫଳତା ପାଇବା ପାଇଁ  ସମସ୍ତେ ଏଠାକୁ ଆସିଥିବା ସୂଚନା ମିଳିଛି। ସାଧୁ ବ୍ରିଜ ନିକଟରେ ଥିବା ଏହି ମନ୍ଦିରରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ଆବକ୍ଷ ମୂର୍ତ୍ତି ରହିଛି। ଯେ କୌଣସି ଭକ୍ତର ଯେତେ ବଡ଼ ବିପଦ ଥିଲେ ବି ଏହି ମନ୍ଦିରରେ ଯଜ୍ଞ କଲେ ତାଙ୍କର ସବୁ ସମସ୍ୟା ଦୂର ହେବା ସହ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଫଳରେ ଏଠାରେ ରାଜନୈତିକ ଦଳଙ୍କ ସମାଗମ ହୋଇଛି।  ତେବେ ଏଠାକୁ ଆସିଥିବା ୭୫ ନେତାଙ୍କ ନାମ ମନ୍ଦିରର ରେଜିଷ୍ଟରରେ ରେକର୍ଡ କରାଯାଇଛି। ଗତ ଏକ ମାସ ଭିତରେ ବିହାରରୁ ମନୋଜ ତିଓ୍ବାରି, ଝାଡ଼ଖଣ୍ଡରୁ  ଅର୍ଜୁନ ମୁଣ୍ଡା, ବାବୁଲାଲ ମାରାଣ୍ଡି, ବିହାରର ଅଶ୍ୱିନୀ ଚୌବେ, ଉତ୍ତରପ୍ରଦେଶରୁ ସଞ୍ଜୀବ ବଲିଆନ ଓ କୃଷ୍ଣା ରାଜ, ନୂଆଦିଲ୍ଲୀରୁ ଜୟପ୍ରକାଶ ଅଗ୍ରଓ୍ବାଲ, ମହାବଲ ମିଶ୍ରା ଓ ନବଜୋତ ସିଂ ସିଦ୍ଧୁଙ୍କ ଭଳି ବହୁ ରାଜନେତା ଏହି ମନ୍ଦିରରେ ଅନୁଷ୍ଠାନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଲାଗିଲା ଜୋରଦାର ଝଟକା! ପ୍ରଥମେ ଶୋଚନୀୟ ପରାଜୟ, ଆଉ ଏବେ… ରାସ୍ତାକୁ ଓହ୍ଲାଇବେ ଦିଦି!

କୋଲକାତା,୨୧।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦମନମୂଳକ ପରାଜୟ ପରେ, ତାଙ୍କୁ…

ଏବେ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଦେବାକୁ ପଡିବ ଏତେ ଟଙ୍କା! ଜାରି ହେଲା ନୂଆ ଦାମ୍‌

ନୂଆଦିଲ୍‌ଲୀ,୨୧।୫: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ, ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ…

୪୦ ବିଲିୟନ ଡଲାର ନିବେଶ, ପ୍ରଯୁକ୍ତିବିଦ୍ୟା… ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ଦେଶ ଗସ୍ତରୁ କ’ଣ ହେଲା ହାସଲ? ଜାଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ, ୨୧।୫: ଭାରତ କେବଳ ଏକ ବଜାର ନୁହେଁ ବରଂ ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ଏକ ବିଶ୍ୱସ୍ତ ଶକ୍ତି ଭାବରେ ଉଭା ହେଉଛି। ଏହି କାରଣରୁ…

ରାଜଧାନୀରେ ୨୪ଘଣ୍ଟାରେ ୫ଜଣଙ୍କୁ ହତ୍ୟା, ଘର ଭିତରେ ପଶି ମା’ପୁଅଙ୍କୁ ମାରିଦେଲେ

ନୂଆଦିଲ୍ଲୀ,୨୧।୫: ଜୀତାୟ ରାଜଧାନୀରେ ଅପରାଧ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ଏବେ ଦିଲ୍ଲୀର…

ଇବୋଲାକୁ ନେଇ ଆଡଭାଇଜରୀ ଜାରି କଲେ କେନ୍ଦ୍ର ସରକାର, ଲକ୍ଷଣ ଦେଖାଗଲେ….

ନୂଆଦିଲ୍ଲୀ,୨୧।୫: ଆଫ୍ରିକାରେ ଇବୋଲା ଭାଇରସ ପ୍ରକୋପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସତର୍କତା ବୃଦ୍ଧି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)…

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ଗାଡ଼ି ଚାଳକଙ୍କୁ ମିଳିବ…

ନୂଆଦିଲ୍ଲୀ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଫଳସ୍ୱରୂପ, ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ସ୍ଥିର ଭାବରେ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri