Posted inଜାତୀୟ

ନିର୍ବାଚନ ଜିତିବା ପାଇଁ ଏକ ମାସ ଭିତରେ ଦେଶର ୭୫ ନେତା ଏହି ମନ୍ଦିରରେ କରିସାରିଲେଣି ପୂଜାର୍ଚ୍ଚନା

ସିମ୍‌ଲା,୨୦।୪: ନିର୍ବାଚନ ପାଖେଇ ଆସିଲେ ଦେବାଳୟମାନଙ୍କରେ ରାଜନେତା ମାନଙ୍କର ଭିଡ଼ ଜମିଥାଏ। ଦେବଦେବୀଙ୍କ ଆଶୀର୍ବାଦ ଲାଭ କଲେ ସହଜରେ ନିର୍ବାଚନ ବୈତରଣୀ ଅବିଳମ୍ବେ ପାରି ହୋଇଯିବେ ବୋଲି ସେମାନଙ୍କର ବିଶ୍ୱାସ। ସେହି ଅନୁସାରେ ଲୋକ ସଭା ନିର୍ବାଚନ ସମୟରେ ହିମାଚଳର ରାମଲୋକ ମନ୍ଦିର  ଚର୍ଚ୍ଚାରେ ରହିଆସିଛି। ନିର୍ବାଚନୀ ବିଗୁଲ ବାଜିବା ପରେ ଏବେ ପର୍ଯ୍ୟନ୍ତ  ଦେଶର ବିଭିନ୍ନ ସ୍ଥାନରୁ ୭୫ ନେତା ଓ ଆଶାୟୀ ପ୍ରାର୍ଥୀ ନିଜର ବାଜିମାତ୍‌୍‌ ପାଇଁ ଏଠାକୁ ଆସିଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶ ସୋଲାନରେ ଥିବା ରାମଲୋକ ମନ୍ଦିର ଦର୍ଶନ ପାଇଁ କଂଗ୍ରେସ ହେଉ କି ଭାଜପା ବା ଅନ୍ୟ ଦଳ, ନିର୍ବାଚନରେ ସଫଳତା ପାଇବା ପାଇଁ  ସମସ୍ତେ ଏଠାକୁ ଆସିଥିବା ସୂଚନା ମିଳିଛି। ସାଧୁ ବ୍ରିଜ ନିକଟରେ ଥିବା ଏହି ମନ୍ଦିରରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ଆବକ୍ଷ ମୂର୍ତ୍ତି ରହିଛି। ଯେ କୌଣସି ଭକ୍ତର ଯେତେ ବଡ଼ ବିପଦ ଥିଲେ ବି ଏହି ମନ୍ଦିରରେ ଯଜ୍ଞ କଲେ ତାଙ୍କର ସବୁ ସମସ୍ୟା ଦୂର ହେବା ସହ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଫଳରେ ଏଠାରେ ରାଜନୈତିକ ଦଳଙ୍କ ସମାଗମ ହୋଇଛି।  ତେବେ ଏଠାକୁ ଆସିଥିବା ୭୫ ନେତାଙ୍କ ନାମ ମନ୍ଦିରର ରେଜିଷ୍ଟରରେ ରେକର୍ଡ କରାଯାଇଛି। ଗତ ଏକ ମାସ ଭିତରେ ବିହାରରୁ ମନୋଜ ତିଓ୍ବାରି, ଝାଡ଼ଖଣ୍ଡରୁ  ଅର୍ଜୁନ ମୁଣ୍ଡା, ବାବୁଲାଲ ମାରାଣ୍ଡି, ବିହାରର ଅଶ୍ୱିନୀ ଚୌବେ, ଉତ୍ତରପ୍ରଦେଶରୁ ସଞ୍ଜୀବ ବଲିଆନ ଓ କୃଷ୍ଣା ରାଜ, ନୂଆଦିଲ୍ଲୀରୁ ଜୟପ୍ରକାଶ ଅଗ୍ରଓ୍ବାଲ, ମହାବଲ ମିଶ୍ରା ଓ ନବଜୋତ ସିଂ ସିଦ୍ଧୁଙ୍କ ଭଳି ବହୁ ରାଜନେତା ଏହି ମନ୍ଦିରରେ ଅନୁଷ୍ଠାନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ଶିବରାଜ ? ପ୍ରଶ୍ନକୁ ଏଡାଇ ଗଲେ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଆଗୁଆ ରହିଛି। ମୋଟ ୨୩୦ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୬ ରହିଛି। ରାଜ୍ୟରେ...

ତେଲଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ବିଧାୟକଙ୍କୁ ସୁରକ୍ଷା ଦେବାକୁ ହାଇଦ୍ରାବାଦରେ ପହଞ୍ଚିଲେ ଡି.କେ ଶିବକୁମାର

ନୂଆଦିଲ୍ଲୀ,୩।୧୨: ତେଲଙ୍ଗାନାରେ ମ୍ୟାଜିକ ନମ୍ବର ଅତିକ୍ରମ କରିବା ପରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ୧୦ଜଣ ମନ୍ତ୍ରୀଙ୍କ ସହ ତେଲେଙ୍ଗାନାର ହାଇଦ୍ରାବାଦରେ...

ଭାଜପା ସରକାର ଗଠନ ମୁହାଁ: ମୋଦିଙ୍କୁ ନେଇ ମୁହଁ ଖୋଲିଲେ ଶିବରାଜ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳରେ ପ୍ରାରମ୍ଭିକ ଧାରାରେ ଭାଜପା ବହୁ ଆସନରେ ଆଗୁଆ ରହିଛି। ଏଥି ସହିତ କଂଗ୍ରେସର ଆସନ ସଂଖ୍ୟା ହ୍ରାସ...

ତେଲଙ୍ଗାନାରେ ପ୍ରଥମ ଥର ପାଇଁ କଂଗ୍ରେସ କ୍ଷମତା ଦଖଲ ମୁହାଁ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ତେଲଙ୍ଗାନାରେ...

ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ତିନି ରାଜ୍ୟରେ ଭାଜପା ଅଗ୍ରଣୀ, ତେଲଙ୍ଗାନାରେ ବିଜୟ ମୁହାଁ କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ମତଦାନ ଗଣନାର ପ୍ରାରମ୍ଭିକ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରି ଅନ୍ୟ ମାନଙ୍କ ଠାରୁ ଆଗରେ...

ଛତିଶଗଡ଼ରେ ଭାଜପା ଆଗୁଆ: ଟପିଲା ମ୍ୟାଜିକ ନମ୍ବର…

ରାୟପୁର,୩।୧୨: ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ...

ଅପରାଧର ଏକ ମିନିଟ ପୂର୍ବରୁ ମଧ୍ୟ ଉଦ୍ଦେଶ୍ୟ ନିଶ୍ଚିତ କରିଥାଇପାରନ୍ତି ଅପରାଧୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧୨ : ସୁପ୍ରିମକୋର୍ଟ କହିଛନ୍ତି ଅପରାଧର ଏକ ମିନିଟ ପୂର୍ବରୁ ମଧ୍ୟ ଅପରାଧୀ ନିଜର ଉଦ୍ଦେଶ୍ୟ ନିଶ୍ଚିତ କରିଥାଇ ପାରନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି...

ସଞ୍ଜୟ ସିଂଙ୍କ ନାଁରେ ଇଡି ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨ା୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ରାଜ୍ୟ ସଭା ସଦସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri