Posted inଫୁରସତ

ମେଶିନରୁ ବାହାରୁଛି ଗରମ ଇଡ୍‌ଲି

ବେଙ୍ଗାଲୁରୁ: ଇାନୋଭେଶନ୍‌ ହବ୍‌ ଭାବେ ବେଶ୍‌ ଜଣାଶୁଣା ବେଙ୍ଗାଲୁରୁ ସହର। ଅନେକ ସମୟରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ବ୍ୟବହାର କରି ନୂଆ ନୂଆ ଜିନିଷ ତିଆରି କରିବା କାରଣରୁ ବେଙ୍ଗାଲୁରୁର ଏପରି ନାମକରଣ କରାଯାଇଛି। ନିକଟରେ ସହରରେ ଫ୍ରେସ୍‌ହଟ୍‌ ଫୁଡ୍‌ବୋଟ୍‌ ନାମରେ ଏକ ଫୁଡ୍‌କୋର୍ଟ ଖୋଲିଛି, ଯେଉଁଠାରେ ଏକ ମେଶିନ୍‌ରୁ ଗରମ ଗରମ ଇଡ୍‌ଲି ଓ ଚଟଣି ବାହାରୁ ଥିବା ଦେଖିବାକୁ ମିଳିଛି। ଏଟିଏମ୍‌ ଭଳି ମେଶିନ୍‌ରୁ ଇଡ୍‌ଲି ବାହାରୁ ଥିବାରୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ପ୍ରଥମେ ଫ୍ରେସ୍‌ହଟ ଆପ୍‌ରେ ଅର୍ଡର ଦେବା ସହ ଅନ୍‌ଲାଇନ୍‌ ପେମେଣ୍ଟ କରିବାକୁ ପଡ଼ିଥାଏ। ଏହାପରେ ଇଡ୍‌ଲି ମେଶିନ୍‌ରେ ଥିବା କ୍ୟୁଆର୍‌ କୋଡ୍‌କୁ ଦେଖାଇବା ପରେ ମେଶିନ୍‌ ଭିତରୁ ଗରମ ଇଡ୍‌ଲି ଓ ଚଟନି ପ୍ୟାକ୍‌ ହୋଇ ବାହାରକୁ ଚାଲିଆସିଥାଏ। ପ୍ରଣାଳୀ ପାଇଁ ମାତ୍ର ୫୫ ସେକେଣ୍ଡ ସମୟ ଲାଗୁଥିବା କୁହାଯାଉଛି। ତେବେ ଏହି ମେଶିନ୍‌ ହିରେମାଥ ନାମକ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ତିଆରି କରିଛନ୍ତି। ୨୦୧୬ରେ ହଠାତ୍‌ ତାଙ୍କ ଝିଅ ଦେହ ଖରାପ ହୋଇଯାଇଥିଲା ଏବଂ ସେ ଗରମ ଇଡ୍‌ଲି ଖାଇବାକୁ ମନ କରିଥିଲେ। ବିଳମ୍ବିତ ରାତି ହୋଇଯାଇଥିବା କାରଣରୁ ତାଙ୍କୁ ଇଡ୍‌ଲି ମିଳି ନ ଥିଲା। ଏ ପ୍ରକାର ଅସୁବିଧାର ସ୍ଥାୟୀ ସମାଧାନ ପାଇଁ ହିରେମାଥ ଏ ପ୍ରକାର ମେଶିନ୍‌ ତିଆରି କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?