ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ୱର,୭ା୮(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୨୬ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଦୁଇ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷା ଦେବା ପାଇଁ ସ୍କୁଲରେ ଛାତ୍ରୀଛାତ୍ରଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ ହେବ। କମ୍‌ ଉପସ୍ଥାନ ଥିବା ଛାତ୍ରୀଛାତ୍ର ବୋର୍ଡ ପରୀକ୍ଷା ଦେଇପାରିବେ ନାହିଁ। ଜାନୁଆରୀ ୭ ସୁଦ୍ଧା ବିଦ୍ୟାଳୟଗୁଡିକ ପିଲାଙ୍କ ଉପସ୍ଥାନ ସଂକ୍ରାନ୍ତ ସମସ୍ତ ଡକ୍ୟୁମେଣ୍ଟ ଓ କାଗଜପତ୍ର ସିବିଏସ୍‌ଇର ଆଞ୍ଚଳିକ କେନ୍ଦ୍ରରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟରେ ଅଚାନକ ଯାଞ୍ଚ କରାଯିବା ସହିତ ହେରଫେର ହୋଇଥିବା ରେକର୍ଡ ପାଇଁ ଶୂନ୍ୟ ସହନଶୀଳତା ଆପଣାଯିବ। ବିଶେଷକରି ଡମି ପରୀକ୍ଷାର୍ଥୀମାନଙ୍କୁ ରୋକିବା ପାଇଁ ସିବିଏସ୍‌ଇ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଥିରେ ହେରଫେର ହୋଇଥିବା ଜଣାପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଅଭିଭାବକଙ୍କୁ ମଧ୍ୟ ଏନେଇ ଅବଗତ କରାଯିବ। ଆଫିଲେଟେଡ୍‌ ସ୍କୁଲଗୁଡ଼ିକରେ ଶୈକ୍ଷିକ ଶୃଙ୍ଖଳା ପାଇଁ ଏହି ପରାମର୍ଶ ଦିଆଯାଇଛି। କେବଳ ଜରୁରୀକାଳୀନ ପରିସ୍ଥିତିରେ ବୋର୍ଡ ୨୫ ପ୍ରତିଶତ ଛାଡ଼ ପ୍ରଦାନ କରିବ। ଏହି ପରିସ୍ଥିତିରେ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି, ଜାତୀୟ କିମ୍ବା ଅନ୍ତର୍ଜାତୀୟ କ୍ରୀଡାରେ ଅଂଶଗ୍ରହଣ ଏବଂ ଅନ୍ୟାନ୍ୟ ଗୁରୁତର କାରଣ ଅନ୍ତର୍ଭୁକ୍ତ ହେବ। ଏଥିପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ପଡିବ। ସିବିଏସ୍‌ଇର କହିବାନୁସାରେ, ସ୍କୁଲଗୁଡ଼ିକ କେବଳ ଶିକ୍ଷା କେନ୍ଦ୍ର ନୁହେଁ ବରଂ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସ୍କୁଲରେ ପିଲାଙ୍କ ଚରିତ୍ର ଗଠନ, ମୂଲ୍ୟବୋଧ ଶିକ୍ଷା, ଦଳଗତ କାର୍ଯ୍ୟ ସହିତ ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ସିବିଏସ୍‌ଇ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଇନଷ୍ଟାଗ୍ରାମ୍‌ରେ ଖୁଲମ୍‌ ଖୁଲା ମନର କଥା କହିଦେଲେ ତ୍ରିଶା! ବିଜୟଙ୍କୁ ନେଇ କହିଦେଲେ…

ଦକ୍ଷିଣ ଭାରତୀୟ ସିନେମା ଜଗତର ଦୁଇଟି ବଡ଼ ନାଁ ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନ୍। କେତେବେଳେ ସେମାନଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ତ କେତେବେଳେ ଅଫସ୍କ୍ରିନ୍ ଆଫେୟାର୍,…

ବାଂଲାଦେଶର ଐତିହାସିକ ବିଜୟ

ଢାକା,୧୨ା୫: ଅଧିନାୟକ ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ପରେ ମେହିଦି ହାସନ ମିରାଜ ଓ ନାହିଦ ରାଣାଙ୍କ ୫ ଉଇକେଟ ସଫଳତା ବଳରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା…

ସରକାର ହେଉ ହେଉ ଥାଲାପଥି ବିଜୟଙ୍କୁ ଝଟ୍‌କା! ସୁପ୍ରିମକୋର୍ଟ ପହଞ୍ଚିଲା…

ଚେନ୍ନାଇ,୧୨।୫: ଟିଭିକେ ବିଧାୟକ ଆର. ଶ୍ରୀନିବାସ ସେତୁପତି ମାଡ୍ରାସ ହାଇକୋର୍ଟଙ୍କ କୌଣସି ଫ୍ଲୋର ଟେଷ୍ଟରେ ଭୋଟ ଦେବାରୁ ବାରଣ କରିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ…

ଥାଇଲାଣ୍ଡ ଓପନ: ସାତ୍ତ୍ୱିକ-ଚିରାଗ ଯୋଡ଼ି ଜିତିଲେ

ବ୍ୟାଙ୍କକ୍‌, ୧୨ା୫: ଟପ୍‌ ସିଡ୍‌ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଯୋଡ଼ି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟ ଲାଭ…

ଭିନେଶଙ୍କ ସମର୍ଥନରେ ବାହାରି ସାକ୍ଷୀ ମଲିକ

ନୂଆଦିଲ୍ଲୀ,୧୨ା୫: ଅବସରରୁ ଫେରିବାକୁ ନେଇ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହ ଚାଲିଥିବା ବିବାଦରେ ଭିନେଶ ଫୋଗତଙ୍କ ସମର୍ଥନରେ ବାହାରିଛନ୍ତି ଅଲିମ୍ପିକ୍‌ ବ୍ରୋଞ୍ଜ ପଦକଧାରୀ ରେସଲର…

୪୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଲେ ବୃଦ୍ଧା

ପାଟଣା, ୧୨/୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ନେଉଳିପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୋମବାର ରାତିରେ ଶୌଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri