Posted inଜାତୀୟ

ଡେଟିଂ ଆପ୍‌ରେ ୭୦୦ ମହିଳାଙ୍କୁ ଠକେଇ

ନୂଆଦିଲ୍ଲୀ, ୫।୧: ଜାତୀୟ ରାଜଧାନୀ ଦିଲ୍ଲୀର ଶାକାରପୁର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ଘଟଣା ସାମ୍‌ନାକୁ ଆସିଛି। ନଏଡ଼ାର ଏକ ଘରୋଇ କମ୍ପାନୀରେ ଆଶାୟୀମାନଙ୍କୁ ନିଯୁକ୍ତି ଦେଉଥିବା ତୁଷାର ସିଂ ବିଷ୍ଟ ବିଭିନ୍ନ ଡେଟିଂ ଏବଂ ମେସେଜିଂ ଆପ୍‌ ମାଧ୍ୟମରେ ୭୦୦ରୁ ଅଧିକ ମହିଳାଙ୍କୁ ଠକିଥିବାରୁ ଶନିବାର ପୋଲିସ ତାଙ୍କୁ ଗିରଫ କରିଛି। ନିଜକୁ ଜଣେ ଆମେରିକୀୟ ମଡେଲ ଭାବେ ପରିଚୟ ଦେଇ ସେ ମହିଳାମାନଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ଏହାପରେ ବିଭିନ୍ନ ଆଳ ଦେଖାଇ ତୁଷାର ମହିଳାମାନଙ୍କୁ ସେମାନଙ୍କ ପ୍ରାଇଭେଟ ଫଟୋ ମାଗୁଥିଲେ। ଫଟୋ ମିଳିଯିବା ପରେ ତୁଷାର ଏହାକୁ ଭାଇରାଲ କରିଦେବେ କହି ମହିଳାମାନଙ୍କୁ ବ୍ଲାକ୍‌ମେଲିଂ କରି ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ବିଭିନ୍ନ ଡେଟିଂ ଆପ୍‌ ପ୍ରୋଫାଇଲରେ ତୁଷାର ବ୍ରାଜିଲର ଜଣେ ମଡେଲଙ୍କର ଫଟୋ ଲଗାଇ ନିଜକୁ ଆମେରିକୀୟ ଫ୍ରିଲାନ୍ସ ମଡେଲ ଭାବେ ପରିଚୟ ଦେଉଥିଲେ। ବିଶେଷକରି ସେ ୧୮ରୁ ୩୦ ବର୍ଷ ବୟସର ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। ଏକ ପ୍ରୋଜେକ୍ଟ ପାଇଁ ଭାରତ ଆସିଛନ୍ତି ବୋଲି କହି ତୁଷାର ମହିଳାମାନଙ୍କୁ ଫସାଉଥିଲେ।
ଗତ ୧୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଦ୍ୱିତୀୟ ବର୍ଷର ଜଣେ ସ୍ନାତକୋତ୍ତର ଛାତ୍ରୀ ଠକାମିର ଶିକାର ହୋଇ ସାଇବର ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ତାଙ୍କ ଚାଲବାଜୀ ସାମ୍‌ନାକୁ ଆସିଥିଲା। ଦିଲ୍ଲୀ ପୋଲିସର ଏକ ଟିମ୍‌ ଶନିବାର ପୂର୍ବ ଦିଲ୍ଲୀର ଶକରପୁର ଅଞ୍ଚଳରୁ ତୁଷାରଙ୍କୁ ଗିରଫ କରି ମାମଲାର ପର୍ଦ୍ଦାଫାଶ କରିଛି। ଗତ ୩ ବର୍ଷ ଧରି ନଏଡାର ଏକ ପ୍ରାଇଭେଟ କମ୍ପାନୀରେ ତୁଷାର ଜଣେ ଟେକ୍ନିକାଲ ରିକ୍ରୁଟର
ଭାବେ କାର୍ଯ୍ୟ କରୁଥିଲେ।

ସେ ଦିନରେ ଉକ୍ତ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବାବେଳେ ରାତିରେ ଆମେରିକୀୟ ମଡେଲ ସାଜି ବୁମ୍ବଲ, ସ୍ନାପଚାଟ ଆଦି ଡେଟିଂ ଆପ୍‌ଗୁଡ଼ିକରେ ମହିଳାମାନଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ। ପୋଲିସ ତୁଷାର ବ୍ୟବହାର କରୁଥିବା ସ୍ମାର୍ଟ ଫୋନକୁ ଜବତ କରିଛି, ଯେଉଁଥିରେ ସେ ଫେକ୍‌ ଆଇଡି ଚଳାଇ ମହିଳାମାନଙ୍କୁ ବ୍ଲାକମେଲିଂ କରୁଥିଲେ। ସେହିପରି ଅଭିଯୁକ୍ତଙ୍କ ନିକଟରୁ ୧୩ଟି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଏବଂ ତାଙ୍କ ମୋବାଇଲରୁ ବିଭିନ୍ନ ଆପତ୍ତିଜନକ ଡେଟା ମଧ୍ୟ ପୋଲିସ ଜବତ କରିଛି। ମହିଳାମାନଙ୍କ ସହ ବନ୍ଧୁତା ସ୍ଥାପନ ପାଇଁ ତୁଷାର ଏକ ଭର୍ଚ୍ଚୁଆଲ ଇଣ୍ଟରନ୍ୟାଶନାଲ ମୋବାଇଲ ନମ୍ବର ବ୍ୟବହାର କରୁଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି। ସେ ବିଭିନ୍ନ ଡେଟିଂ ଏବଂ ମେସେଜିଂ ପ୍ଲାଟ୍‌ଫର୍ମଗୁଡ଼ିକରେ ନିଜର ଫେକ୍‌ ପ୍ରୋଫାଇଲ ପ୍ରସ୍ତୁତ କରି ମହିଳାମାନଙ୍କୁ ଫସାଉଥିଲେ। କେବଳ ବୁମ୍ବଲ ଆପ୍‌ ମାଧ୍ୟମରେ ୫୦୦ରୁ ଅଧିକ ଏବଂ ସ୍ନାପ୍‌ଚାଟ ଏବଂ ହ୍ବାଟ୍ସଆପ୍‌ ଆପ୍ଲିକେଶନ ମାଧ୍ୟମରେ ୨୦୦ରୁ ଅଧିକ ମହିଳାଙ୍କ ସହ ଚାର୍ଟିଂ କରିଥିବା ନେଇ ତୁଷାର ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

ଖାତା କଲମରେ ହେବ ନିଟ୍ ୟୁଜି ୨୦୨୫ ପରୀକ୍ଷା

ନୂଆଦିଲ୍ଲୀ,୧୬।୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ)...

ସ୍ମୃତି-ନୁପୁରଙ୍କୁ ମିଳିଲା ନାହିଁ ଟିକେଟ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ୬୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଜେଡିୟୁ ଏବଂ ଏଲଜେପିକୁ...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

୮ମ ବେତନକୁ ମଞ୍ଜୁରୀ: ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ, କେତେ ବଢିଯିବ ଦରମା, ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ ସମସ୍ତ କଳ୍ପନାଜଳ୍ପନାକୁ...

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୧: ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର। ୮ମ ବେତନ କମିଶନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀମାନେ ଅଷ୍ଟମ...

ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ...

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri