ଆମାଜନ ଜଙ୍ଗଲରୁ ୭୦ ବନ୍ଧକ ପର୍ଯ୍ୟଟକ ମୁକ୍ତ…

ଲିମା,୫।୧୧ : ପେରୁର ଆମାଜନ ଜଙ୍ଗଲରେ ବନ୍ଧକ ରଖାଯାଇଥିବା ପ୍ରାୟ ୭୦ ପର୍ଯ୍ୟଟକଙ୍କୁ ମୁକ୍ତ କରାଯାଇଛି। ଖବର ଅନୁଯାୟୀ, ବନ୍ଧକ ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା, ସ୍ପେନ, ଫ୍ରାନ୍ସ, ବ୍ରିଟେନ ଏବଂ ସ୍ବିଜରଲାଣ୍ଡର ନାଗରିକ ରହିଥିଲେ। ବନ୍ଧକମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ଥିଲେ ଯେଉଁମାନେ ସେଠାରେ ଏକ ଗୋଷ୍ଠୀ ଦ୍ୱାରା ବନ୍ଧକ ହୋଇଥିଲେ। ଗୋଷ୍ଠୀର ସଦସ୍ୟମାନଙ୍କ ସହ ଅନେକ ଘଣ୍ଟା ଆଲୋଚନା ପରେ ବନ୍ଧକମାନଙ୍କୁ ମୁକ୍ତ କରାଯାଇଥିଲା।

ଯଦିଓ ବନ୍ଧକରେ ଥିବା ପର୍ଯ୍ୟଟକଙ୍କ ପ୍ରକୃତ ଆକଳନ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏହା ନିଶ୍ଚିତ କରାଯାଇଛି ଯେ ଗର୍ଭବତୀ ମହିଳା, ଏକ ମାସର ଶିଶୁ ଏବଂ ବୃଦ୍ଧ ବ୍ୟକ୍ତି ଏଥିରେ ଅଛନ୍ତି। ନିକଟରେ ତୈଳ ଲିକ୍‌ ହେବା ପରେ ସରକାରୀ ସହାୟତା ଅଭାବକୁ ବିରୋଧ କରି ଜଙ୍ଗଲବାସୀ ଏହି ପଦକ୍ଷେପ ନେଇଥିଲେ।

ପେରୁର ପରିବେଶ ମନ୍ତ୍ରଣାଳୟ ଅନୁଯାୟୀ, ସେପ୍ଟେମ୍ବର ୧୬ ରେ ପ୍ରାୟ ୨୫୦୦ ଟନ ଅଶୋଧିତ ତୈଳ ବିଶ୍ୱର ବୃହତ୍ତମ ଜଙ୍ଗଲରେ ପ୍ରବେଶ କରିବା ଯୋଗୁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପେଟ୍ରୋପେରୁ କହିଛି ଯେ ଲିକ ପରେ ଖାଲିଥିବା ବ୍ୟାରେଲ ସଂଖ୍ୟା ବିଷୟରେ ଆକଳନ କରାଯାଇ ନାହିଁ।

ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟକଙ୍କୁ ବନ୍ଧକ ରଖାଯାଇଥିବା ଗୋଷ୍ଠୀ ଦାବି କରିଛନ୍ତି ଯେ ତୈଳ ଲିକ୍‌ ପରେ ରିଲିଫ ଏବଂ ସହାୟତା ପାଇଁ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି। ଗୋଷ୍ଠୀ ପୂର୍ବରୁ କହିଥିଲେ ଯେ ସେମାନେ ଏହି ପର୍ଯ୍ୟଟକଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଧକ ରଖିବେ। କୁନିନିକୋ ଗ୍ରୁପର ନେତା ୱାଟସନ ଟ୍ରୁଜିଲୋ ଆରପିପି ରେଡିଓକୁ କହିଛନ୍ତି ଯେ ଆମେ ଏହି କାର୍ଯ୍ୟାନୁଷ୍ଠାନ ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri