କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା ବେଳେ ଡେଙ୍ଗାଓସ୍ତା ବଜାର ନିକଟରେ କାର୍‌ ଆଗଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବାଇକ୍‌ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍‌ରେ ବସିଥିବା ମହିଳା ବାସୁନୀ ମଣ୍ଡଳଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଅବିନାଶ ମଣ୍ଡଳ ଗୁରୁତର ହୋଇଛନ୍ତି। ଗୁରୁତର ଅବିନାଶ ପାଟପୁର ଥାନା ଅନ୍ତର୍ଗତ କପାବାଡ଼ ଗ୍ରାମର ହୋଇଥିବା ବେଳେ ମୃତକ ଜଣକ ଧରାକୋଟ୍‌ ଥାନା ଅନ୍ତର୍ଗତ ଅନ୍ଦାରୀ ଗ୍ରାମର ବାସୁନୀ ମଣ୍ଡଳ ବୋଲି ଜଣାପଡ଼ଛି। ଖବର ପାଇ ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁ୍‌ହଁିଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାସୁନୀଙ୍କୁ ମୃତ ଘୋଷଣା କରିଥିବାବେଳେ ଅବିନାଶଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ପଠାଇଥିବା ଜଣାପଡ଼ିଛି। ଖବର ପାଇ ଦିଗପହଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ି ଦୁଇଟିକୁ ଜବତ କରିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଛି। ଏଥିସହିତ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳେଇଛି। ମୃତ ଓ ଗୁରୁତର ଉଭୟ ଶାଶୁ ଜ୍ୱାଇଁ ବୋଲି ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଚାଲି ଘରକୁ ଫେରୁଛନ୍ତି ଲୋକେ, ରାସ୍ତାପାର୍ଶ୍ୱ ଗଛମୂଳ ପାଲଟିଛି ଆଶ୍ରୟସ୍ଥଳୀ

ଚୌଦ୍ୱାର,୧୦ା୫(ଡି.ଏନ୍‌.ଏ.): କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ରାଜ୍ୟରୁ ଆସୁଥିବା ଦିନ ମଜୁରିଆ ଏବଂ ତାଙ୍କ ପରିବାର। ସାରା ରାଜ୍ୟରେ ଚାଲିଥିବା ଲକ୍‌ଡାଉନ୍‌ ଯୋଗୁ ଜୀବିକା...

କଟକରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି

କଟକ ଅଫିସ, ୧୨।୧୧: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ତିଆରି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରେ ଏହା...

ଫସଲ କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନ ସହିତ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି।...

ଅଧ୍ୟାପକଙ୍କୁ ହତ୍ୟା ଅଭିଯୋଗ: ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର,୬।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଶୁକ୍ରବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜ...

ସ୍ମରଣୀୟ ହୋଇ ରହିବେ ବିଜୟ: ରାଜ୍ୟପାଳ

ଭୁବନେଶ୍ୱର,୨୦ା୭(ବ୍ୟୁରୋ)-ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡିଆ ଅଭିନୟ ଜଗତକୁ ବିଜୟଙ୍କ...

ଜିଲା ମୁଖ୍ୟାଳୟରେ ରହୁନାହାନ୍ତି ସରକାରୀ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ, ୧୭।୭: ଜଗତ୍‌ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ଲୋକଙ୍କୁ ବହୁତ...

ବିଭିନ୍ନ ଧର୍ମର ତୀର୍ଥସ୍ଥଳୀ ବିକାଶ ପାଇଁ ୨୩ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଧର୍ମର ୨୩ଟି ତୀର୍ଥସ୍ଥଳୀର ବିକାଶ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥ...

ଦୁର୍ଘଟଣାରେ ଯୁବକ ମୃତ

ବାରିପଦା ଅଫିସ,୧୫ା୧୧- ବାରିପଦା ସହରର ମୁର୍ଗବାଡି ଗୋଲଇ ନିକଟରେ ଗୁରୁବାର ସାରେ ଏକ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ...

Advertisement
Archives

Model This Week