Posted inଫୁରସତ

ମଙ୍ଗଳରେ ଜମା ହେଲାଣି ୭ ଟନ୍‌ ବର୍ଜ୍ୟ

ଓ୍ବାଶିଂଟନ: ମଙ୍ଗଳ ଗ୍ରହରେ ମଣିଷ ଜାଗା କିଣିଛି ସତ କିନ୍ତୁ ସେଠାରେ କେବେ ବସତିସ୍ଥାପନ କରିବ ତାହା ଏବେ ଆଶା, ଆଶଙ୍କା ଭିତରେ ରହିଛି। ମଙ୍ଗଳରେ ଜୀବଜଗତ ବାସଉପଯୋଗୀ କି ନୁହେଁ ସେ ନେଇ ବୈଜ୍ଞାନିକମାନଙ୍କ ତର୍ଜମା ଜାରି ରହିଛି। କିନ୍ତୁ ଏ ପରୀକ୍ଷାରେ ମହାକାଶବିଜ୍ଞାନୀମାନେ ମଙ୍ଗଳରେ ଅଳିଆ ଜମାଇବାରେ ଲାଗିଛନ୍ତି। ମଙ୍ଗଳ ଗ୍ରହରେ ୧୫, ୬୯୪ ପାଉଣ୍ଡ ଅର୍ଥାତ୍‌ ୭୧୧୮.୬ କିଲୋଗ୍ରାମ (୭ ଟନ୍‌) ଓଜନର ବର୍ଜ୍ୟ ଜମା ହୋଇ ରହିଛି। ଆମେରିକା ଓ୍ବେଷ୍ଟ ଭର୍ଜିନିଆ ୟୁନିଭର୍ସିଟିର କାଗରି କିଲିକଙ୍କ ଦ୍ୱାରା ରୋବୋଟ୍‌ ଜରିଆରେ କରାଯାଇଥିବା ରିସର୍ଚ୍ଚରୁ ଏହା ଜଣାପଡ଼ିଛି।
ଡୋରମାଣ୍ଟ ରକେଟ୍‌, ମଙ୍ଗଳ ସହ ପିଟି ହୋଇ ଥିବା ମହାକାଶ ଯାନରୁ ବିଭିନ୍ନ ପ୍ରକାର ପରିତ୍ୟକ୍ତ ବର୍ଜ୍ୟବସ୍ତୁ ଏବେ ମଙ୍ଗଳ ଗ୍ରହର ଲୋହିତ ମୃତ୍ତିକାରେ ଜମା ହୋଇ ରହିଛି । ୧୯୭୧ରେ ସୋଭିଏଟ୍‌ ସଂଘର ମାର୍ସ ଅର୍‌ବିଟ୍‌ ୨, ଯାହା ମଙ୍ଗଳରେ କ୍ରାସ୍‌ ଲାଣ୍ଡିଙ୍ଗ କରିଥିଲା ତା’ଣ ଅବଶେଷ ମଧ୍ୟ ମଙ୍ଗଳରେ ଦେଖିବାକୁ ମିଳିଛି। ଚନ୍ଦ୍ର ମିଶନରେ ନାସା କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ମିଶନ କାରଣରୁ ମଙ୍ଗଳରେ ବର୍ଜ୍ୟବସ୍ତୁ ଜମା ହେବା ଆରମ୍ଭ ହୋଇଛି। ପୃଥିବୀ ପୃଷ୍ଠରେ ବର୍ଜ୍ୟବସ୍ତୁର ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି, ଏହାଦ୍ୱାରା ଜୀବଜଗତର ବିକାଶରେ ବାଧା ସୃଷ୍ଟି ହେବା ଆରମ୍ଭ ହୋଇସାରିଛି। ମଣିଷ ବାସ କରୁଥିବା ପୃଥିବୀ ଗ୍ରହର ପାରିପାର୍ଶ୍ୱିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାବେଳେ ମଙ୍ଗଳ ଗ୍ରହରେ ମଧ୍ୟ ଭବିଷ୍ୟତରେ ସମାନ ଦୃଶ୍ୟ ଦେଖାଯିବାର ଆଶଙ୍କା କରାଯାଉଛି।
ୟୁରୋପ୍‌ ସ୍ପେସ୍‌ ଏଜେନ୍ସିର ମାର୍ସ ୩ ଓ ମାର୍ସ ୬ ସମେତ ୯ଟି ଡୋରମାଣ୍ଟ ସ୍ପେସ୍‌ କ୍ରାଫ୍ଟ୍‌ , ବିକିଙ୍ଗ୍‌ ୧, ବିକିଙ୍ଗ ୨ ଲାଣ୍ଡରର୍ସ, ସୋଜର୍ନର ରୋଭର୍‌, ସଚିଆପାରେଲି ଲ୍ୟାଣ୍ଡର ସାଙ୍ଗକୁ ପୋନିକ୍ସ ଲ୍ୟାଣ୍ଡର, ସ୍ପିରିଟ ରୋଭର ଏବଂ ଦ ଅପରଚୁନିଟି ରୋଭର ମଙ୍ଗଳ ଗ୍ରହରେ ପଡ଼ି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଭ୍ୟୁ ରେଟିଂ, ଏକ ଧୋକା!

ରେସ୍ତୋରାଁରେ ଖାଇବା ହେଉ କି ବୁଲିବାକୁ ଯାଇଥିଲେ ହୋଟେଲ୍‌ ବୁକ୍‌ କରିବା ଅବା ଅନ୍‌ଲାଇନ୍‌ରେ ଯେକୌଣସି ସାମଗ୍ରୀ କିଣିବା ବେଳେ ଅଧିକାଂଶ ପ୍ରଥମେ ଏହାର ରିଭ୍ୟୁ...

ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଛି ଏହି ପ୍ରାଣୀ: ଦେଖନ୍ତୁ କିପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପୋଷାକ ବି ସ୍ବାସ୍ଥ୍ୟପାଇଁ କ୍ଷତିକାରକ

ଓ୍ବାଶିଂଟନ,୧୧।୩: ଧୂମ୍ରପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ହେଲେ ଯେଉଁମାନେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଥାଆନ୍ତି ସେମାନଙ୍କ ପାଇଁ ବି ଏହା କ୍ଷତିକାରକ ହୋଇଥାଏ ବୋଲି...

୩ ଫୁଟ୍‌ ଡାଇନୋସର ପାଦଚିହ୍ନ ଠାବ

ୱାଶିଂଟନ୍‌: ଆମେରିକାର ୟୋର୍କସାଇନ୍‌ ଅଞ୍ଚଳରେ ଏକ ଡାଇନୋସରର ପାଦଚିହ୍ନ ମିଳିଛି, ଯାହାର ଲମ୍ବ ପ୍ରାୟ ୩ ଫୁଟ ୩ ଇଞ୍ଚ ରହିଛି। ଏହି ଅଞ୍ଚଳକୁ ଡାଇନୋସରଙ୍କ...

ସହରୀ ପାର୍କ ଏବେ ଗାଁରେ

ଦିନକୁ ଦିନ ପୃଥିବୀ ପୃଷ୍ଠରୁ ବହୁ ମୂଲ୍ୟବାନ୍‌ ବୃକ୍ଷଲତା ଲୋପ ପାଇଯାଉଛି। ସଙ୍କୁଚିତ ହୋଇଯାଉଛି ପ୍ରାକୃତିକ ଜଙ୍ଗଲ । ଏପରିକି ପରିବେଶ ସୁରକ୍ଷା ନେଇ ସାଧାରଣରେ...

ଭାରତୀୟ ସେନାଙ୍କୁ ସୁରକ୍ଷା ଦେଇଥାଏ ଏହି ମନ୍ଦିର

ରାଜସ୍ଥାନର ଜୈସଲମେରଠାରୁ ପ୍ରାୟ ୧୨୨ କିଲୋମିଟର ଦୂର ତନୋଟଠାରେ ଏମିତି ଏକ ଦେବୀ ମନ୍ଦିର ରହିଛି ଯାହା ସୀମାରେ ଥିବା ଯବାନଙ୍କର ଜୀବନ ରକ୍ଷା କରିଥାଏ...

ଡିଜିଟାଲ୍‌ ଠକେଇ

ମୋବାଇଲରେ କ୍ୟାଶ୍‌ଲେସ୍‌ ଇ- ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗୁ କେଉଁଆଡ଼େ ଗଲେ ପାଖରେ ଟଙ୍କା ରଖିବା ଓ ଏହା ଚୋରି ହେବାର ଟେନ୍‌ଶନ୍‌ କମିଛି। ହେଲେ ବର୍ତ୍ତମାନ...

ବ୍ୟକ୍ତିତ୍ୱ : ଲେଖକ ଅମିଶ୍‌ ତ୍ରିପାଠୀ

ସାହିତ୍ୟକୁ ଯୁବବର୍ଗ ମଧ୍ୟରେ ଲୋକପ୍ରିୟ କରାଇବାରେ ଯେଉଁ କେତେଜଣ ଭାରତୀୟ ଲେଖକ ସବୁଠୁ ଅଧିକ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅମିଶ୍‌ ତ୍ରିପାଠୀ ହେଉଛନ୍ତି ଅନ୍ୟତମ।...

Advertisement
Archives

Model This Week