ମନୋରଞ୍ଜନ କରିବ ଜୀ-ସାର୍ଥକର ‘୭ ସୁପର ସୋମବାର’

ଭୁବନେଶ୍ୱର,୧।୮ (ଅନୁରାଧା ମହାରଣା):ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଅଗଷ୍ଟ ୭ରେ ‘୭ ସୁପର ସୋମବାର’ ନାମରେ ଦର୍ଶକଙ୍କ ମନୋରଞ୍ଜନ କରିବ। ଏହି ଦିନ ଜୀ ସାର୍ଥକରେ ‘ଆମ ଝିଲି’ ଓ ‘ଲାଲ ଇସ୍କ’ ଧାରାବାହିକର ଶୁଭାରମ୍ଭ ହେବ। ଦର୍ଶକଙ୍କ ମନ ଜିତିଥିବା ସମସ୍ତ ମେଗା ଧାରାବାହିକ ଓ ରିଆଲିଟି ଶୋ’ର ସ୍ବତନ୍ତ୍ର ଅଧ୍ୟାୟ ସାରାଦିନ ଜାରି ରହିବ। ଦର୍ଶକଙ୍କ ଚାହିଦା ଅନୁସାରେ ପୁଣିଥରେ ଲୋକପ୍ରିୟ ରିଆଲିଟି ଶୋ ‘ରଜ କୁଇନ୍‌ -୨’ର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହେବ। ଦିନ ୧ରୁ ସା ୫ଟା ପର୍ଯ୍ୟନ୍ତ ଏହି ରିଆଲିଟି ଶୋ’ ପ୍ରସାରିତ ହେବ। ସା ୫ଟାରୁ ୬ଟା ପଯର୍‌ୟନ୍ତ ଝିଲି, ସା ୬ଟା ରୁ ୭ଟା ପର୍ଯ୍ୟନ୍ତ ‘ଦିଦି ନଂ. ୧’ ଓ ‘ମୁଁ ବି ବିଜୟୀନି’ର ୧ ଘଣ୍ଟାର ମହା ଏପିସୋଡ ଦର୍ଶକ ଦେଖିବାକୁ ପାଇବେ। ଏହି ଦିନ ସା ୭ଟାରେ ନୂଆ ମେଗା ଧାରାବାହିକ ‘ଆମ ଝିଲି’ର ପ୍ରସାରଣ ହେବ । ୭ଟା ୩୦ରୁ ୮ଟା ପର୍ଯ୍ୟନ୍ତ ଧାରାବାହିକ ‘ସୁନା ଝିଅ’ ର ମହାସପ୍ତାହ ଏପିସୋଡ ପ୍ରସାରିତ ହେବ। ପୁଣି ୮ଟା ରୁ ୮ଟା ୩୦ ପର୍ଯ୍ୟନ୍ତ ‘ସାଥିରେ’ ୮ଟା ୩୦ରୁ ୯ଟା ପର୍ଯ୍ୟନ୍ତ ଦେଖିବେ ‘ତୁ ଖରା ମୁଁ ଛାଇ’ର ସେଲିବ୍ରିଟି ସ୍ପେଶାଲ ଅଧ୍ୟାୟ ଓ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଧାରାବାହିକ ‘ଖୁସିର ଛୁଙ୍କ’ର ୧ ଘଣ୍ଟାର ମହାଏପିସୋଡ ଓ ଶେଷରେ ୧୦ଟାରୁ ୧୧ଟା ପର୍ଯନ୍ତ ଦେଖିବେ ଧାରାବାହିକ ‘ଲାଲ ଇସ୍କ’ର ଶୁଭାରମ୍ଭ ଅଧ୍ୟାୟ ପ୍ରସାରିତ ହେବ। ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ କହିଛନ୍ତି ଯେ, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଚ୍ୟାନେଲରେ ପ୍ରସାରିତ ଧାରାବାହିକଗୁଡ଼ିକ ଚ୍ୟାନେଲ ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri