ବିଦ୍ୟାଳୟ ଛାତ ପ୍ଲାଷ୍ଟର ଖସି ୭ ଛାତ୍ରୀଛାତ୍ର ଆହତ ହେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପିଡି ଡିଆରଡିଏ

କେନ୍ଦୁଝର,୧ା୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟ ସିଲିଂରୁ ପ୍ଲାଷ୍ଟର ଖସି ୭ ଜଣ ଆଦିବାସୀ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଶ୍ରେଣୀରେ ପାଠ ପଢୁଥିବାବେଳେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସିଥିଲା। ଏହି ଘଟଣାକୁ ପ୍ରଶାସନ ଗୁରୁତର ସହ ନେଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଘଟଗାଁ ବିଡିଓଙ୍କୁ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ପରିଷଦ କାର୍ଯ୍ୟାଳୟର ଚିଠି ନଂ ୫୫୬୨ ତା ୩୦/୦୯/୨୦୨୨ରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଘଟଗାଁ ବିଡିଓ ନାରାୟଣ ସାହୁ ଅର୍ଜୁନବିଲା ବିଦ୍ୟାଳୟ ଯାଇ ତଦନ୍ତ କରିଛନ୍ତି। ବିଦ୍ୟାଳୟ ମରାମତି ସମୟରେ ସଠିକ୍‌ ତଦାରଖ ହୋଇ ନ ଥିବାରୁ ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି। ଗତ ୨ ମାସ ତଳେ ୨ ଲକ୍ଷ ୬୦ ହଜାର ଟଙ୍କାରେ ପଞ୍ଚାୟତ ସମିତି ପକ୍ଷରୁ ଏହାର ମରାମତି କରାଯାଇଥିଲା। କନିଷ୍ଠ ଯନ୍ତ୍ରୀ ଅନ୍ନପୂର୍ଣ୍ଣ ଘଡେଇଙ୍କ ନାମରେ ବିଭାଗୀୟ କାର୍ଯ୍ୟାଦେଶ ହୋଇଥିବାବେଳେ ଗଦାଧରପୁର ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସସ୍ମିତା ହେମ୍ବ୍ରମ ଏହାର ତଦାରଖ ପାଇଁ ନିର୍ଦ୍ଦେଶ ରହିଥିଲା। ବିଦ୍ୟାଳୟ ମରାମତି ସମୟରେ ଟେକନିକାଲ ତଦାରଖ ଠିକ୍‌ ଭାବରେ କରାଯାଇ ନ ଥିବାରୁ ଏପରି ଅଘଟଣ ଘଟିଥିଲା। ସରକାରୀ ଅର୍ଥ ବିନିଯୋଗ ସମୟରେ ସ୍ବଚ୍ଛତା ରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ନିମ୍ନମାନର କାର୍ଯ୍ୟ ହୋଇଥିଲା। ବିଦ୍ୟାଳୟରେ ପଢୁଥିବା ଆଦିବାସୀ ଛାତ୍ରୀଛାତ୍ର ବଡ଼ ଧରଣର ଅଘଟଣରୁ ଅଳ୍ପକେ ରକ୍ଷା ପାଇଥିଲେ। ଏହି ଘଟଣା ପରେ ପିଲା ଭୟଭୀତ ହୋଇ ବିଦ୍ୟାଳୟ ଆସୁ ନ ଥିବା ଜଣାପଡ଼ିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ଏହି ବିଦ୍ୟାଳୟରେ ୩୫ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ତେବେ ଏହି ଘଟଣାରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ କ’ଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକିୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ରଜ ପାଇଁ କୋହଳ: ଶୁକ୍ରବାର ରାତି ୧୦ଟାରୁ କର୍ଫ୍ୟୁ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସୁଛି ରଜ। ଏହାକୁ ନେଇ ବିଭିନ୍ନ ବଜାର ଘାଟରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଅପରପକ୍ଷେ ରାତ୍ରକାଳୀନ କର୍ଫ୍ୟୁକୁ ନେଇ ଦିନ ସମୟରେ...

କଙ୍କଡ଼ା ବିଛା କାମୁଡ଼ିବାରୁ ମହିଳା ମୃତ

ଗୋପାଳପୁର,୧୭ା୯-ଗୋଳନ୍ଥରା ଥାନା ଚାନ୍ଦପୁର ଗ୍ରାମରେ ସୋମବାର କଙ୍କଡ଼ା ବିଛା କାମୁଡ଼ିିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚନ୍ଦ୍ରମଣି ବେହେରା (୨୨)। ଚାନ୍ଦପୁର କୁମ୍ଭାର...

ଜାତୀୟ ଶିକ୍ଷାନୀତି ୨୦୨୦- ବିଶ୍ୱ ଜ୍ଞାନ ଅର୍ଥନୀତିରେ ଶୀର୍ଷସ୍ଥାନ ହାସଲ କରିବାର ଆୟୁଧ

୧୭।୮(ଧରିତ୍ରୀ): ଚଳିତବର୍ଷ ଜୁଲାଇ ୮ ତାରିଖରେ ମୁଁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କଲି। ଶିକ୍ଷା ଭଳି ଏକ ପ୍ରତିଷ୍ଠିତ ଓ ଖ୍ୟାତିସମ୍ପନ୍ନ ବିଭାଗର ଦାୟିତ୍ୱ...

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୮ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୦।୧୨: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବାଘମାରୀ ଥାନାର କୋଟପଲ୍ଲା ଛକରେ ଶୁକ୍ରବାର ଚଢ଼ାଉ କରାଯାଇ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାର...

ହସ୍ପିଟାଲ ରାସ୍ତାରେ ବୁଲିଲା ହାତୀ

ରାଇବଣିଆ,୫ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଖୁଆଡ଼ ହସ୍ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ ହାତୀକୁ ଦେଖି...

ଦବୁଛି ପୂର୍ତ୍ତ ବିଭାଗ ରାସ୍ତା, ମରାମତି ଦାବି

ନାଉଗାଁ,୪ା୧୦(ସ୍ବ.ପ୍ର): ନାଉଗାଁ ବ୍ଲକ କାର୍ଯ୍ୟାଳୟରୁ ଗାରୋଇକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇଯାଇଛି। କିଛି ସ୍ଥାନରେ ଏହା ଦବିଯିବା ସହ ରାସ୍ତା ପାର୍ଶ୍ୱରୁ...

ଠେଙ୍ଗା, ବାଡ଼ି ଧରି ତୀବ୍ର ବିରୋଧ, ହୋଇପାରିଲାନି ବସ୍ତି ଉଚ୍ଛେଦ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ସାମନ୍ତରାଳ ରାସ୍ତା ପାଇଁ ଉଚ୍ଛେଦବେଳେ ସାଲିଆସାହିରେ ବୁଧବାର ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି ପୋଲିସ ଓ ମିଳିତ ଉଚ୍ଛେଦକାରୀ ଟିମ୍‌। ୬ଶହ ବର୍ଗଫୁଟର...

‘ଝଲକ୍‌ ଦିଖ୍‌ଲା ଜା’ରେ ଦମ୍‌ ଦେଖାଇବେ ଧାବିକା ଦୂତି ଚାନ୍ଦ

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ୍‌ ଦିଖ୍‌ଲା ଜା-୧୦’ରେ ପ୍ରତିଯୋଗୀ ଭାବେ ନଜର ଆସିବେ ଓଡ଼ିଆ ଝିଅ ତଥା ଧାବିକା ଦୂତି ଚାନ୍ଦ। କୋରିଓଗ୍ରାଫର ରବିନାଙ୍କ...

Advertisement
Archives

Model This Week