୭ ମାସ ପରେ ବି ଅନ୍ତେବାସୀଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ,୧୦।୭: ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ (ବାଳକ)ରୁ ଅନ୍ତେବାସୀ ଚମ୍ପଟ ଘଟଣାର ୭ ମାସ ପରେ ବି ପୋଲିସ ୫ ଜଣଙ୍କ ପତ୍ତା ପାଇପାରିନାହିଁ। ଚମ୍ପଟ ଅନ୍ତେବାସୀମାନେ ନିଜ ଘରକୁ ଫେରିଲେ ସେମାନଙ୍କୁ ଧରିବା ପାଇଁ ଅପେକ୍ଷା କରି ବସିଛି। ଚମ୍ପଟ ୫ ଅନ୍ତେବାସୀ ଧରାପଡି ନ ଥିବାରୁ ପୋଲିସ ଓ ପ୍ରଶାସନର ଏବେ ଚିନ୍ତା ବଢିଯାଇଛି। ସେପଟେ ଏହି ଘଟଣାର ପ୍ରଶାସନିକ ତଦନ୍ତ ସରିଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ)ଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲା। ୪ପୃଷ୍ଠାର ତଦନ୍ତ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଜିଲାପାଳ ଉକ୍ତ ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। କିଭଳି ଓ କେଉଁ ପରିସ୍ଥିତିରେ ବାଳ ସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ମାରିଲେ ସେ ଦିଗରେ ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ତେବେ ଶହେରୁ ଊଦ୍ଧର୍‌ବ ଅନ୍ତେବାସୀ ରହୁଥିବା ସୁଧାର ଗୃହରେ ମାତ୍ର ୪ଜଣ ସୁରକ୍ଷା କର୍ମୀ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ଅନ୍ତେବାସୀମାନେ ଚମ୍ପଟ ମାରିଛନ୍ତି। ଏଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ବାଳ ସୁଧାର ଗୃହର ଏକ ନିର୍ଦ୍ଦିଷ୍ଟ ୱାର୍ଡ଼ରେ ଥିବା ୬ ଅନ୍ତେବାସୀ ଝରକା ଗ୍ରିଲ୍‌ ତାଡ଼ି ପଳାଇଥିଲେ। ରାତି ପ୍ରାୟ ସାଢ଼େ ୨ଟାରେ ସୁଧାର ଗୃହର କର୍ମଚାରୀମାନେ ଯାଞ୍ଚ କରିବା ବେଳେ ଅନ୍ତେବାସୀ ୱାର୍ଡ଼ରେ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ସୁଧାର ଗୃହର ଅଧୀକ୍ଷକ ପି. ରମେଶ ରାଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ତଦନ୍ତ କରିଥିଲା। ସେହିପରି ଡିସିପିଓ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମଧ୍ୟ ଏକ ୫ଜଣିଆ ଟିମ୍‌ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଗତ ଡିସେମ୍ବର ମାସରେ ପୋଲିସ ଗଜପତି ଜିଲା ଆର. ଉଦୟଗିରି ଅଞ୍ଚଳରୁ ଜଣେ ଅନ୍ତେବାସୀଙ୍କୁ ଉଦ୍ଧାର କରି ବାଳସୁଧାର ଗୃହ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ପୋଲିସବାଳସୁଧାର ଗୃହରୁ ଚମ୍ପଟ ଅନ୍ତେବାସୀଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗରେ ରହିଛି । ହେଲେ ଏଯାବତ ୫ ଅନ୍ତେବାସୀଙ୍କ ପତ୍ତା ପାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କ ଶହୀଦ ସପ୍ତାହ: ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮।୭: ଗୁରୁବାରଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ କରାଯାଉଛି। ଏହି ସମୟରେ ମାଓବାଦୀମାନେ ସରକାରୀ ଗାଡ଼ିଗୁଡ଼ିକୁ ଟାର୍ଗେଟ କରି ପୋଡି...

ଅନ୍ତେବାସୀଙ୍କୁ ଗାଳିଦେଇ ଶିକ୍ଷକ ନିଲମ୍ବିତ

ଦିଗପହଣ୍ଡି,୧୦ା୫(ଡି.ଏନ.ଏ.)- ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କୁ ଗାଳିଗୁଲଜ କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଏନେଇ ଭିଡିଓ ଭାଇରାଲ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ବିଇଓ ନିଲମ୍ବନ କରିଛନ୍ତି।...

ଗଞ୍ଜାମ ଫେରିଲେ ୩୯୫୦ ଦାଦନ: ସ୍କ୍ରିନିଂ ପରେ ପଞ୍ଜୀକରଣ, ସ୍ବତନ୍ତ୍ର ବସ୍‌ରେ ଘରକୁ ପଠାଇଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୨୩।୩: ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଏବେ ଭାରତରେ ବଢ଼ିବାରେ ଲାଗିଛି। ଏହି ଭାଇରସ୍‌କୁ ନେଇ ସମସ୍ତେ ଏବେ...

ପିଟିପିଟି ହତ୍ୟା କରି କେନାଲରେ ଫିଙ୍ଗିଦେଲେ

ହିଞ୍ଜିଳିକାଟୁ, ୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଗୋଦରାପଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ପିଟି ହତ୍ୟା କରାଯାଇଛି। ପରେ ମୃତଦେହ କେନାଲକୁ ଫିଙ୍ଗି ଦିଆଯାଇଛି। ମୃତକ...

ହାତୀ ଉପଦ୍ରବ, ଧାନ ଫସଲ ନଷ୍ଟ

ବୁଗୁଡା,୧୪ା୧୧(ଡି.ଏନ୍‌.ଏ)-ବୁଗୁଡା ବ୍ଲକ କରସିଙ୍ଗି ଗ୍ରାମରେ ଦୁଇଦିନ ହେଲା ହାତୀ ଉପଦ୍ରବ ଯୋଗୁ ପ୍ରାୟ ୫୦ ଭରଣ ଧାନ ଫସଲ ନଷ୍ଟ ହୋଇଛି। ଏହି ହାତୀପଲ ନୟାଗଡ଼...

ବୁଗୁଡ଼ାରେ ପଜିଟିଭ, ଭୁବନେଶ୍ୱରରେ ନେଗେଟିଭ

ବୁଗୁଡ଼ା,୨୫ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଜଣେ ବ୍ୟକ୍ତି ଗତ ୧୬ ତାରିଖରେ ବୁଗୁଡାରେ ସ୍ବାବ୍‌ ଦେଇଥିବାବେଳେ ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ମାତ୍ର ୧୭ ତାରିଖରେ ଭୁବନେଶ୍ୱରର...

କରୋନା ଆତଙ୍କ: ଗଞ୍ଜାମର ବିଭିନ୍ନ ବଜାର ବନ୍ଦ

ଗଞ୍ଜାମ,୧୭।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି। ଏହାକୁ ନେଇ ସରକାରଙ୍କ ତତ୍ପରତା ବୃଦ୍ଧି ପାଉଛି। ଗଞ୍ଜାମ ଜିଲାପାଳଙ୍କ ୧୪୪ ଧାରା ଜାରି କରିବା ପରେ...

ମାଛ ଧରାକୁ ନେଇ ସଂଘର୍ଷ ଘଟଣା: ୩ ମାମଲା ରୁଜୁ, ଗ୍ରାମରେ ପୋଲିସ ଛାଉଣୀ

ଗୋପାଳପୁର,୩ା୧୦-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାମେୟାପାଟଣା ଓ ଚନ୍ଦନବାଡ଼ ଗ୍ରାମର ବାହୁଦା ନଦୀରେ ମାଛ ଧରିବାକୁ ନେଇ ମଙ୍ଗଳବାର ୨ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ...

Advertisement
Archives

Model This Week