୭ ମାସ ପରେ ବି ଅନ୍ତେବାସୀଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ,୧୦।୭: ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ (ବାଳକ)ରୁ ଅନ୍ତେବାସୀ ଚମ୍ପଟ ଘଟଣାର ୭ ମାସ ପରେ ବି ପୋଲିସ ୫ ଜଣଙ୍କ ପତ୍ତା ପାଇପାରିନାହିଁ। ଚମ୍ପଟ ଅନ୍ତେବାସୀମାନେ ନିଜ ଘରକୁ ଫେରିଲେ ସେମାନଙ୍କୁ ଧରିବା ପାଇଁ ଅପେକ୍ଷା କରି ବସିଛି। ଚମ୍ପଟ ୫ ଅନ୍ତେବାସୀ ଧରାପଡି ନ ଥିବାରୁ ପୋଲିସ ଓ ପ୍ରଶାସନର ଏବେ ଚିନ୍ତା ବଢିଯାଇଛି। ସେପଟେ ଏହି ଘଟଣାର ପ୍ରଶାସନିକ ତଦନ୍ତ ସରିଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ)ଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲା। ୪ପୃଷ୍ଠାର ତଦନ୍ତ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଜିଲାପାଳ ଉକ୍ତ ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। କିଭଳି ଓ କେଉଁ ପରିସ୍ଥିତିରେ ବାଳ ସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ମାରିଲେ ସେ ଦିଗରେ ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅନୁଧ୍ୟାନ କରାଯାଇଛି। ତେବେ ଶହେରୁ ଊଦ୍ଧର୍‌ବ ଅନ୍ତେବାସୀ ରହୁଥିବା ସୁଧାର ଗୃହରେ ମାତ୍ର ୪ଜଣ ସୁରକ୍ଷା କର୍ମୀ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁର୍ବଳ ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ଅନ୍ତେବାସୀମାନେ ଚମ୍ପଟ ମାରିଛନ୍ତି। ଏଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ବାଳ ସୁଧାର ଗୃହର ଏକ ନିର୍ଦ୍ଦିଷ୍ଟ ୱାର୍ଡ଼ରେ ଥିବା ୬ ଅନ୍ତେବାସୀ ଝରକା ଗ୍ରିଲ୍‌ ତାଡ଼ି ପଳାଇଥିଲେ। ରାତି ପ୍ରାୟ ସାଢ଼େ ୨ଟାରେ ସୁଧାର ଗୃହର କର୍ମଚାରୀମାନେ ଯାଞ୍ଚ କରିବା ବେଳେ ଅନ୍ତେବାସୀ ୱାର୍ଡ଼ରେ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ସୁଧାର ଗୃହର ଅଧୀକ୍ଷକ ପି. ରମେଶ ରାଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ତଦନ୍ତ କରିଥିଲା। ସେହିପରି ଡିସିପିଓ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମଧ୍ୟ ଏକ ୫ଜଣିଆ ଟିମ୍‌ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଗତ ଡିସେମ୍ବର ମାସରେ ପୋଲିସ ଗଜପତି ଜିଲା ଆର. ଉଦୟଗିରି ଅଞ୍ଚଳରୁ ଜଣେ ଅନ୍ତେବାସୀଙ୍କୁ ଉଦ୍ଧାର କରି ବାଳସୁଧାର ଗୃହ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ପୋଲିସବାଳସୁଧାର ଗୃହରୁ ଚମ୍ପଟ ଅନ୍ତେବାସୀଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗରେ ରହିଛି । ହେଲେ ଏଯାବତ ୫ ଅନ୍ତେବାସୀଙ୍କ ପତ୍ତା ପାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?