୯ରୁ ଆନ୍ଦୋଳନକୁ ଓହ୍ଲାଇବ ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ

ଭୁବନେଶ୍ୱର,୩।୨ (ବ୍ୟୁରୋ):କ୍ୟାବିନେଟ୍‌ ବୈଠକରେ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ସ୍ଥିରୀକୃତ ପଦ୍ଧତିକୁ ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଗତ ଡିସେମ୍ବର ୧୦ରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୭ମ କମିଶନ ବେତନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଜାନୁୟାରୀ ୨୧ କ୍ୟାବିନେଟ୍‌ ବୈଠକରେ ହୋଇଥିବା ନିଷ୍ପତ୍ତିରେ କିଛି କର୍ମଚାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା ସଂଘ ଅଭିଯୋଗ କରିଛି। ୪୨୦୦ ଗ୍ରେଡ୍‌ ପେ’ ପାଉଥିତ୍ବା ୪୮୮ ବର୍ଗର ପିଇଟି, ଲାଇବ୍ରେରିଆନ୍‌ ଓ ଡେମୋନଷ୍ଟ୍ରେଟରଙ୍କଠାରୁ ୪୬୦୦ ଗ୍ରେଡ୍‌ ପେ’ ପାଉଥିତ୍ବା ୬୬୨ ବର୍ଗ କଲେଜ ଅଧ୍ୟାପକମାନଙ୍କୁ କମ୍‌ ଦରମା ଦେବା ପାଇଁ ନିଷ୍ପତ୍ତି ହୋଇଥିତ୍ବାରୁ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ତେଣୁ ଆସନ୍ତା ୯ରୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଘ ନିଷ୍ପତ୍ତି ନେଇଛି। ଏନେଇ ସଂଘ ସଭାପତି ଗୋଲକ ନାୟକ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ଜଣଙ୍କୁ ଦଧୀଚି ପ୍ରତିଭା ସମ୍ମାନ

ଭୁବନେଶ୍ୱର,୪ା୯(ବ୍ୟୁରୋ):ଦଧୀଚି ଏଜୁକେଶନାଲ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ୨ୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯ ଅନୁଷ୍ଠିତ ହୋଇଯାଇଛି। ହ୍ବାଇଟ୍‌ କାନ୍‌ଭାସ୍‌ ସହଯୋଗରେ ଆୟୋଜିତ ଏହି...

ସୁଶାନ୍ତଙ୍କ ସୁରକ୍ଷା ବଢ଼ାଇବାକୁ ପୁଣି ଦାବି କଲା ବିଜେଡି

ଭୁବନେଶ୍ବର, ୨୯୧୧(ବ୍ୟୁରୋ): ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଶାସକ ଦଳ ପକ୍ଷରୁ ପୁଣି...

ବିଷ ପିଆଇଲେ ମା’, ୨ ଶିଶୁପୁତ୍ର ମୃତ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ବିଞ୍ଝଗିରି କନ୍ଦଲେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ୩ ପିଲାଙ୍କୁ ବିଷ ପିଆଇବା ପରେ ନିଜେ...

ଏଥର ସ୍ବାଭାବିକ ମୌସୁମୀ ବର୍ଷା

ଭୁବନେଶ୍ୱର, ୨ା୬(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଶନିବାର ୧୦ଟି ସହରର ପାରଦ ୪୦ ଡିଗ୍ରୀ ଟପିଥିଲା। ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠାରୁ...

ଆଜିଠୁ ଖୋଲିବ ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାରଠାରୁ ଭୁବନେଶ୍ୱର କୋର୍ଟ ଖୋଲିବ। ଶନିବାର ଓ ରବିବାର ବାଦ୍‌ ଅନ୍ୟ ସମସ୍ତ ଦିନରେ ସକାଳ ୧୦ଟାରୁ ଅପରାହ୍ନ ୫ଟା...

ସାନି ନିର୍ବାଚନ ତାରିଖ ଘୋଷଣା: ମେ’ ୧୩ରେ ପିପିଲି ଉପନିର୍ବାଚନ

ଭୁବନେଶ୍ବର,୧୭।୪: ପିପିଲି ଉପନିର୍ବାଚନ ପାଇଁ ସାନି ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ମେ ୧୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ୧୬ରେ...

ଆସିଲା ରୁଚିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର,୫।୭(ବ୍ୟୁରୋ): ଆସିଲା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। କମିଶନରେଟ୍‌ ପୋଲିସ...

ରିଲାଏନ୍ସର ୩ ବିଦ୍ୟୁତ୍‌ ବିତରଣ କମ୍ପାନୀ ବକେୟା ୪୨୩୪ କୋଟି

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ରେ ଶୁଣାଣି ଚାଲିଥିବା ବେଳେ ଖାଉଟି ଏହାର ପ୍ରବଳ ବିରୋଧ କରୁଛନ୍ତି।...

Advertisement
Archives

Model This Week