ପୋଲିସ ବିଫଳତା ଏଡ଼ାଇବାର ଅପଚେଷ୍ଟା: ସାଲୁଜା

ବଲାଙ୍ଗୀର ଅଫିସ/ବେଲପଡ଼ା,୩ା୨ (ଡି.ଏନ୍‌.ଏ.):କଣ୍ଟାବାଞ୍ଜି-ବେଲପଡା ରାସ୍ତାରେ ଥିବା ଆଲିସାନ୍‌ ସିନେମା ହଲ୍‌ରେ ବୁଧବାର ରାତିରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ବେଲପଡା ଥାନା ପୋଲିସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ୍‌ ଓରଫ୍‌ ସେଜି ସିଂ ସାଲୁଜାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଛୋଟ ଘଟଣାକୁ ବଡ ରୂପ ଦେବାର ଅପଚେଷ୍ଟା କରାଯାଉଛି। ଆଲିସାନ୍‌ ସିନେମା ହଲର ପାର୍ଟନର ହେଉଛନ୍ତି ଭୁବନେଶ୍ୱରରେ ଥିବା ଜଣେ ପୋଲିସ ଡିଜି। ସେ ଏହି ଛୋଟ ଘଟଣାକୁ ବଡ ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ପରେ ପ୍ରଥମେ ୪ଟି ଦଫାରେ ମାମଲା ରୁଜୁ ହୋଇଥିଲା। ପରେ ୧୦ଟି ସଙ୍ଗିନ ଦଫା ଯୋଡା ଯାଇଛି। ଆଲିସାନ୍‌ ସିନେମା ହଲ୍‌ ମାଲିକ କିଶନ ଅଗ୍ରୱାଲଙ୍କ ସହ ଉକ୍ତ ପୋଲିସ ଡିଜିଙ୍କ ପାର୍ଟନରଶିପ୍‌ ରହିଛି। ବଲାଙ୍ଗୀର ଜିଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ବଲାଙ୍ଗୀର ଭଳି ଶାନ୍ତିପ୍ରିୟ ସହର ଏବଂ ଜିଲାରେ ଏବେ ପ୍ରତିଦିନ ଅପରାଧ ଘଟିଚାଲିଛି। ରାଜ୍ୟସ୍ତରରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ଘଟିଛି। ଜଣେ ପୋଲିସ ଅଫିସର ତାଙ୍କୁ ହତ୍ୟା କରିଛନ୍ତି ଏବଂ କ୍ରାଇମବ୍ରାଞ୍ଚ ବି ତା’ର ଖିଅ ପାଉନାହିଁ। ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରାଯାଇନାହିଁ। ଏଇ ସବୁ ଘଟଣାକୁ ଆଢୁଆଳରେ ରଖିଦେବାକୁ ଏହି ଚକ୍ରାନ୍ତ କରାଯାଇଛି ବୋଲି ବିଧାୟକ ସାଲୁଜା କହିଛନ୍ତି। ସିନେମା ହଲ୍‌କୁ ସିନେମା ଦେଖି ଯାଇଥିବା ୬ ଜଣ ନିରୀହ ଲୋକଙ୍କ ଉପରେ ପୋଲିସ ୧୦ଟି ସଙ୍ଗିନ ଦଫା ଲଗାଇଛି। ଏଥିରୁ ପୋଲିସର ଆଭିମୁଖ୍ୟ ସ୍ପଷ୍ଟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ଆଦାୟ ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଗୋପ,୨୨।୮(ଡି.ଏନ୍‌.ଏ.): ଗୋପ ବ୍ଲକ ଦିହୁଡା ନୀଳକଣ୍ଠେଶ୍ୱର ନୋଡାଲ ସ୍କୁଲରେ ଶନିବାର ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ନିଆଯାଇଥିଲା। ଏଥିସହ ୯ମ ଶ୍ରେଣୀ ପିଲାଙ୍କଠାରୁ ନାମ ରେଜିଷ୍ଟ୍ରେଶନ...

ମିଳୁନି ପୂର୍ବ ବର୍ଷର ବୀମାରାଶି: ଚାଷୀ କରିବେ ରାସ୍ତାରୋକୋ

ଆରଡ଼ି, ୧୧।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ସମବାୟ ସମିତି ଅଧୀନ ଚାଷୀମାନଙ୍କୁ ପୂର୍ବବର୍ଷର ବୀମାରାଶି ଏଯାଏ ମିଳିନାହିଁ। ଏହାକୁ ନେଇ...

ମହିଁଷାସୁରୀ ପୋଲ ବିପଦସଙ୍କୁଳ

କପ୍ତିପଦା,୧୧ା୧୦(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ମହିଁଷାସୁରୀ-କଳମଗଡ଼ିଆ ରାସ୍ତାର ସୋନ ନଦୀ ଉପରେ ଥିବା ଏକ ପୁରୁଣା ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି...

ସରକାରଙ୍କ ୧୨ଘଣ୍ଟିଆ କାର୍ଯ୍ୟଦିବସ ବୃଦ୍ଧି ନେଇ ଏଆଇଟିୟୁସି ମୌନ ପ୍ରତିବାଦ

ବଡ଼ବିଲ,୧୧।୫(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଶ୍ରମ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହାକୁ କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ...

ଜୁଆଖେଳକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ

ପୋଲସରା,୨୫ା୧୦(ଡି.ଏନ୍‌.ଏ.)-ପୋଲସରା ଥାନା ତ୍ରିନାଥ ମନ୍ଦିର ନିକଟରେ ଚାଲିଥିବା ଜୁଆଖେଳକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ରବିବାର ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ପୋଲସରାର ରତନେଇ ସାହିର ସୁଶାନ୍ତ...

ଦେଶୀ ପିସ୍ତଲ ସହ ନମ୍ବରବିହୀନ କାର ଜବତ, ଜଣେ ଗିରଫ

କ.ନୂଆଗଁ।,୧୩ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗଁ। ଥାନା ଓଆଇସି ପ୍ରକାଶ ଚନ୍ଦ୍ର ପ୍ରଧାନ ପାଟ୍ରୋଲିଂ କରୁଥିବାବେଳେ କୁଡୁତୁଲି ପଞ୍ଚାୟତ ନିକଟରେ ଏକ ନମ୍ବରବିହୀନ କାର ଦେଖି ଅଟକାଇଥିଲେ।...

୩୧ରେ ଅନଶନ କରିବେ ଟ୍ରକ୍‌ ମାଲିକ

କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନରେ ବିଳମ୍ବ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସଂଘରେ ହୋଇ ଆସୁଥିବା ଅନ୍ୟାୟ,...

ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶିତ: ସାହିତ୍ୟ ସମ୍ମାନରେ ଅନୁପମା ଟପ୍ପର

ଖଇରା, ୩୦।୫(ଡି.ଏନ.ଏ.)-ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଶାସ୍ତ୍ରୀ (+୩)ରେ ଖଇରା ବ୍ଲକ ଅଧୀନ ଅଲିପୁର...

Advertisement
Archives

Model This Week