Posted inଖେଳ

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: ଭୁବନେଶ୍ୱରରେ ଜାତୀୟ ଫୁଟ୍‌ବଲ କ୍ୟାମ୍ପ

ନୂଆଦିଲ୍ଲୀ, ୧୪।୭(ପି.ଟି.)-ଭାରତୀୟ ଫୁଟ୍‌ବଲ ଦଳ ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ କାତାର ଓ ଆଫଗାନିସ୍ତାନ ବିପକ୍ଷରେ ୨ଟି ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭାରତୀୟ ଦଳର କ୍ୟାମ୍ପ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌(ବିସିସିଆଇ) ପକ୍ଷରୁ ଆୟୋଜିତ ଓ୍ବେବିନାରରେ ଭାଗନେଇ ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫଏଫ) ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଓ ସ୍ଥାନ ଭିତ୍ତିରେ ଭ୍ରମଣ ଜନିତ କଟକଣା ଭିନ୍ନ। ପ୍ରୋଟୋକଲ ମଧ୍ୟ ଭିନ୍ନ ଭିନ୍ନ। ପିଲାମାନଙ୍କର ଟେଷ୍ଟିଂ ଖର୍ଚ୍ଚ ଏଆଇଏଫଏଫ ବହନ କରିବ। ଏଥିରେ ଫିଫାର ମଧ୍ୟ କିଛି ଭାଗୀଦାରି ରହିବା ନେଇ ଆମେ ଆଶା ରଖିଛୁ। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଯଦି ଏପରି ସ୍ଥିତି ଲାଗି ରହେ ତେବେ ଖେଳାଳିମାନଙ୍କ ଯାତାୟାତ ଏବଂ କ୍ୱାରାଣ୍ଟାଇନ୍‌ ସହିତ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ପରି ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବା କଷ୍ଟକର ହୋଇ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।
ଝାଡ଼ଖଣ୍ଡରେ ହୋଇପାରେ ମହିଳା ଫୁଟ୍‌ବଲ କ୍ୟାମ୍ପ
ଆସନ୍ତା ବର୍ଷ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରସ୍ତୁତି କ୍ୟାମ୍ପ ଅଗଷ୍ଟରେ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। କ୍ୟାମ୍ପ ଆୟୋଜନ ଦୌଡ଼ରେ ଝାଡ଼ଖଣ୍ଡ ସର୍ବାଗ୍ରେ ରହିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏଥିପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରିଛନ୍ତି। ” ଏହା ଏକ ଜଟିଳ ସମସ୍ୟା। କ୍ୟାମ୍ପ ଆୟୋଜନ ସମ୍ପର୍କରେ ଆମେ ଗୋଆ ସରକାରଙ୍କ ସହିତ ଆଲୋଚନା କରିଛୁ। ଏଥିସହିତ ଆମେ ଅନ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା ଜାରି ରଖିଛୁ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନିଜେ ଏଥିପାଇଁ ଆଗ୍ରହ ଦେଖାଇଛନ୍ତି। କାରଣ ଏହି ରାଜ୍ୟର ୮-୧୦ ଖେଳାଳି କ୍ୟାମ୍ପ ପାଇଁ ମନୋନୀତ ଦଳରେ ରହିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ଭିନ୍ନଭିନ୍ନ ପ୍ରୋଟୋକଲ ରହିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନିଜେ ଆଗ୍ରହୀ ଥିବାରୁ ପ୍ରୋଟୋକଲ ଦୃଷ୍ଟିରୁ ସେଠାରେ କ୍ୟାମ୍ପ ଆୟୋଜନ ସହଜ ଓ ସମ୍ଭବ ହୋଇପାରିବ“ ବୋଲି କୁଶାଲ ପ୍ରକାଶ କରିଛନ୍ତି। ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଖରାପ ପରିସ୍ଥିତି ଜାରି ରହିଲେ ଟୁର୍ନାମେଣ୍ଟ ବିନା ଦର୍ଶକରେ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ୨୦୨୦ରେ ଟୁର୍ନାମେଣ୍ଟ ସମ୍ଭବ ହୋଇ ନ ପାରିବାରୁ ଏହା ୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ହେବାନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୨୦୧୭ରେ ୧୭ ବର୍ଷରୁ କମ୍‌ ପୁରୁଷ ଫିଫା ବିଶ୍ୱକପ ଭାରତରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ମାତ୍ର ଏବେ ମଣିଷର ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁଶାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪ମାସରେ ୨୬ କିଲୋ ହ୍ରାସ କରି ଫଟୋ ଶେୟାର କଲେ ଟେନିସ୍‌ ଷ୍ଟାର

ନୂଆଦିଲ୍ଲୀ,୧୦।୨: ମା’ ହେବା ପରେ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ପ୍ରଶଂସକଙ୍କ ସମ୍ମୁଖରେ ନିଜର ଆଗାମୀ ଲକ୍ଷ୍ୟକୁ ସ୍ପଷ୍ଟ କରିଛନ୍ତି। ଖୁବ୍‌ଶୀଘ୍ର ଟେନିସ୍‌ର କୋର୍ଟକୁ...

ଶୀର୍ଷରେ କୋହଲି, ଉପରକୁ ଉଠିଲେ ରାହାନେ

ଦୁବାଇ,୨୪।୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଉପରକୁ ଉଠି ୮ମ...

ଶହୀଦ ସ୍ପୋର୍ଟିଂ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର : ରାଜେଶ, ପ୍ରିୟଙ୍କା ପୁରସ୍କୃତ

ଭୁବନେଶ୍ୱର, ୧୧।୮(ସ୍ପୋଟର୍‌ସ ବ୍ୟୁରୋ): ଜଣାଶୁଣା କ୍ରିକେଟ କ୍ଲବ ଶହୀଦ ସ୍ପୋର୍ଟିଂ ଆନୁକୂଲ୍ୟରେ ରବିବାର ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ରାଜ୍ୟର ଦୁଇ ସଫଳ...

ଏଟିପି ଫାଇନାଲ୍ସ: ଥିମ୍‌ଙ୍କଠାରୁ ହାରିଲେ ଫେଡରର

ଲଣ୍ଡନ,୧୧।୧୧(ଏଏଫ୍‌ପି): ସ୍ଥାନୀୟ ଓ୨ ଏରିନାରେ ରବିବାର ଏଟିପି ଫାଇନାଲ୍ସ ଆରମ୍ଭ ହୋଇଛି। ସେସନ ଶେଷରେ ଆୟୋଜିତ ହେଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ସୁଇଜରଲାଣ୍ଡ...

ରାଜ୍ୟ ଆସୋସିଏଶନ ନିର୍ବାଚନ ପାଇଁ ତାରିଖ ଘୁଞ୍ଚାଇଲା ବିସିସିଆଇ

ମୁମ୍ବାଇ,୬।୯(ପିଟି)- ସୁପ୍ରିମକୋର୍ଟଙ୍କ ଦ୍ୱାରା ବିସିସିଆଇ ପରିଚାଳନା ପାଇଁ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଶୁକ୍ରବାର ରାଜ୍ୟ ଶାଖାଗୁଡ଼ିକର ନିର୍ବାଚନ ଶେଷ କରିବାର ଅନ୍ତିମ ତାରିଖକୁ ଦୁଇ...

କରୋନାକୁ ଲଢ଼ିବା ପାଇଁ ଜର୍ମାନୀ ଫୁଟ୍‌ବଲର୍‌ଙ୍କ ବଦାନ୍ୟତା

ବର୍ଲିନ, ୧୯।୩ (ଏଏଫ୍‌ପି)- ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଜର୍ମାନୀ ଜାତୀୟ ଫୁଟ୍‌ବଲ ଦଳର ଖେଳାଳିମାନେ...

ଏସିଆ ଏକାଦଶ ଟି୨୦: କାର୍ଯ୍ୟଭାର ମୂଲ୍ୟାଙ୍କନ ପରେ ଖେଳାଳିଙ୍କ ନାମ ସ୍ପଷ୍ଟ ହେବ

ଖ୍ରୀଷ୍ଟଚର୍ଚ୍ଚ,୨୯।୨(ପି.ଟି.)- ମାର୍ଚ୍ଚ ୨୧ ଓ ୨୨ ତାରିଖରେ ଢାକାରେ ଖେଳାଯିବାକୁ ଥିବା ବିଶ୍ୱ ଏକାଦଶ ବିପକ୍ଷ ଦୁଇ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ପାଇଁ ଏସିଆ ଏକାଦଶ...

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରିଷିଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୫୧ଜଣ ପ୍ରତିଯୋଗୀ...

Coronavirus Update


Archives

Model This Week

Why Dharitri