ସାପ କାମୁଡ଼ାରେ ୬ ବର୍ଷରେ ୬୩୫୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୮ା୬ (ବନ୍ଦନା ସେଠୀ) ଓଡ଼ିଶାରେ ପ୍ରତିବର୍ଷ ସାପ କାମୁଡାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଓସ୍‌ଡମା ପରିସଂଖ୍ୟାନ ଅନୁଯାୟୀ, ୨୦୧୫ରୁ ୨୦୨୧ ମଧ୍ୟରେ ସାପ କାମୁଡ଼ାରେ ୬୩୫୧ ବ୍ୟକ୍ତିଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୩୦୭ ଜଣଙ୍କ ମୃତ୍ୟୁ ଘଟିଛି।୨୦୧୫ରେ ରାଜ୍ୟରେ ମୋଟ ୫୨୨ ସର୍ପାଘାତ ମୃତ୍ୟୁ ହୋଇଥିବାବେଳେ ୨୦୨୧ରେ ଏହା ଦୁଇଗୁଣ ଅଧିକ ଥିଲା ଅର୍ଥାତ୍‌ ୧୧୫୯ଜଣଙ୍କ ମୃତ୍ୟୁ ଘଟିଥିଲା। ସର୍ପାଘାତଜନିତ ୪ଲକ୍ଷ ଟଙ୍କା କ୍ଷତିପୂରଣ ପାଇଥିବା ଲୋକଙ୍କ ତାଲିକା ଅନୁଯାୟୀ ଏହି ସଂଖ୍ୟା ପ୍ରଦାନ କରାଯାଇଛି। ମାତ୍ର ସ୍ନେକ ହେଲ୍ପ ଲାଇନର ଅନୁଶୀଳନ ଅନୁଯାୟୀ, ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଢେର୍‌ ଅଧିକ। କାରଣ ଅନେକ ସାପ କାମୁଡା ମୃତ୍ୟୁକୁ ନେଇ ଅଭିଯୋଗ କିମ୍ବା ବ୍ୟବଚ୍ଛେଦ ହୋଇ ନ ଥିବାରୁ ତାହା ଚପି ଯାଉଛି। ତେବେ ସର୍ପାଘାତ ମୃତ୍ୟୁକୁ ରୋକିବା ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ଏ କ୍ଷେତ୍ରରେ ସାପ ଧରାଳିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଜନବସତି ମଧ୍ୟରୁ ବିଷଧର ସାପଙ୍କୁ ଉଦ୍ଧାର କରି ଅନ୍ୟତ୍ର ସୁରକ୍ଷିତ ଭାବରେ ସ୍ଥାନାନ୍ତର କରୁ ନ ଥିଲେ ରାଜ୍ୟରେ ବାର୍ଷିକ ସାପ କାମୁଡା ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଉଥାନ୍ତା ବୋଲି ମତ ପ୍ରକାଶ ପାଇଛି।
ଶନିବାର ସ୍ନେକ ହେଲ୍ପଲାଇନ୍‌ ପକ୍ଷରୁ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ‘ସର୍ପାଘାତ ସୁରକ୍ଷା କର୍ମଶାଳା’ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ଭୁବନେଶ୍ବରର ଫୋରେନ୍‌ସିକ ମେଡିସିନ୍‌ ଓ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର ଡା. ସୁଦୀପ୍ତ ରଞ୍ଜନ ସିଂହ ଯୋଗଦେଇ, ସାପ ଦେହରୁ ମଣିଷକୁ ସଂକ୍ରମିତ ହେଉଥିବା ଜୁନୋଟିକ ରୋଗ ଏବଂ ଆଖିରେ ସାପ ବିଷ ପଡିଲେ ତାହାର ପ୍ରାଥମିକ ଚିକିତ୍ସା ବିଷୟରେ ବୁଝାଇଥିଲେ। ବିଏମ୍‌ସି ଡାକ୍ତରଖାନାର ମେଡିସିନ୍‌ ସ୍ପେଶାଲିଷ୍ଟ ଡା. ନିରଞ୍ଜନ ପାଢୀ ସାପ କାମୁଡାର ପ୍ରାଥମିକ ଚିକିତ୍ସା ସହିତ ଗୋଲ୍ଡେନ ଆୱାରj ଗୁରୁତ୍ୱ ସମ୍ପର୍କରେ କହିଥିଲେ। ମୁଖ୍ୟବକ୍ତା ଭାବେ କଟକ ଏସ୍‌ସିବି ମେଡିକାଲର ମେଡିସିନ୍‌ ବିଭାଗ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ଜୟନ୍ତ କୁମାର ପଣ୍ଡା ସାପ କାମୁଡାର ଡାକ୍ତରୀ ଚିକିତ୍ସା, ଆଣ୍ଟିଭେନମ, ଆଇସିୟୁ ଓ ସାପ ଧରାଳିମାନେ ବିକଳାଙ୍ଗ ହେବାରୁ କିପରି ବଞ୍ଚତ୍ବେ ସେ ନେଇ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗର ନୋଡାଲ ଅଫିସର (ସ୍ନେକ୍‌ ବାଇଟ୍‌) ଡା. ସୁରଜିତ ଗରାବଡୁ ରାଜ୍ୟରେ ସାପ କାମୁଡା ଚିକିତ୍ସା ପାଇଁ ସରକାରୀସ୍ତରରେ ରହିଥିବା ମାଗଣା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଉପସ୍ଥିତ ରହି ସାପଧରାଳି ଏବଂ ସାପଙ୍କ ପାଇଁ ରହିଥିବା ସୁରକ୍ଷା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ସ୍ନେକ ହେଲ୍ପଲାଇନ୍‌ ସଭାପତି ଡା. ସୌର୍ଯ୍ୟ ରଞ୍ଜନ ପରିଜା କର୍ମଶାଳାରେ ବିଶେଷଜ୍ଞମାନେ ଦେଇଥିବା ପରାମର୍ଶ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୯୦ଜଣ ସାପ ଉଦ୍ଧାରକାରୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri