Posted inଫୁରସତ

ଡେଟିଂ ଆପ୍‌ରେ ଫସିଗଲେ ୬୩ ବର୍ଷୀୟ ବୃଦ୍ଧ: ମହିଳା ଦେଇଦେଲେ ଚକମା, ପରେ….

ଡେଟିଂ ଓ ଚାଟିଂ ଆପରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ବା ସମ୍ପର୍କ ଆରମ୍ଭ କରିବାକୁ ପ୍ରାୟ କେତେ ଜଣଙ୍କୁ ପସନ୍ଦ। ଏପରି କରି ବେଳେବେଳେ ସେମାନେ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ତେବେ ବର୍ତ୍ତମାନର ଯୁବପିଢ଼ି ଏହି ଆପ୍‌କୁ ବହୂଳ ବ୍ୟବହାର କରୁଥିାବେଳେ ଏବେ ବୟସ୍କ କୋକ ମଧ୍ୟ ଡେଟିଂ ଆପ୍‌ ପ୍ରେମରେ ପଡ଼ୁଛନ୍ତି।
ଏଭଳି ଏକ ଖବର ଆସିଛି ପଶ୍ଚିମବଙ୍ଗରୁ । ଫସି ଯାଇଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି । ପଶ୍ଚିମବଙ୍ଗର ସଲ୍ଟ ଲେକ ଅଞ୍ଚଳର ଜଣେ ୬୩ ବର୍ଷୀୟ ବୃଦ୍ଧ ବ୍ୟକ୍ତି ଅନଲାଇନ ଡେଟିଂ ଆପରେ ଠକେଇର ଶିକାର ହୋଇଛନ୍ତି । ଡେଟିଂ ଆପରେ ଜଣେ ମହିଳାଙ୍କ ସହ ପରିଚୟ ମହଙ୍ଗା ପଡ଼ିଛି। ସେ ୬୬.୬ ଲକ୍ଷ ଟଙ୍କା ହରାଇବା ପରେ ବିଧାନନଗର ସାଇବରକ୍ରାଇମ ପୋଲିସ ଷ୍ଟେସନରେ  ଅଭିଯୋଗ କରିଥିଲେ। ପରେ ଏହି ଘଟଣା ସାମନ୍ନାକୁ ଆସିଛି ।

ସୂଚନା ଯୋଗ୍ୟ, ବୃଦ୍ଧ ଜଣଙ୍କ ଏପ୍ରିଲ ୧୪ ତାରିଖରେ ଅନଲାଇନ ଡେଟିଂ ଆପରେ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ସେ ହୱାଟ୍ସଆପ ଯୋଗେ ତାଙ୍କ ସହ କଥା  ହେୋଇଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ଉକ୍ତ ମହିଳା ଜଣଙ୍କ ବୃଦ୍ଧଙ୍କୁ ଅନଲାଇନରେ ଟଙ୍କା ନିବେଶ କରିବାକୁ କହିଥିଲେ, ଯେଉଁଥିରେ ସେ ଭଲ ରିଟର୍ଟନ ପାଇବେ ବୋଲି ମଧ୍ୟ ଜଣାଇଥିଲେ ।  ପରେ ସେ ଟେଲିଗ୍ରାମରେ ଏକ ଗ୍ରୁପରେ ତାଙ୍କୁ ଯୋଡିଥିଲେ । ଯେଉଁଠାରେ ଅନେକ ନକଲି ୟୁଜର ସଫଳ ନିବେଶକ ଭାବେ ନିଜକୁ ଉପସ୍ଥାପନ କରୁଥିଲେ।

ପ୍ରାଥମେ ବୃଦ୍ଧ  ଜଣଙ୍କ ୨୦ ହଜାର ଟଙ୍କା ନିବେଶ କରିଥିଲେ, ଛୋଟ ଲାଭ ଦେଖି ଉତ୍ସାହିତ ହୋଇ ଏଥିରେ ବିଶ୍ୱାସ କରିଥିଲେ । ଦିନକୁ ଦିନ ସେ ଏଥିରେ ଅଧିକଅଧିକ ନିବେଶ କଲେ । ଏପରିକି ତାଙ୍କ  ସବୁ ସଞ୍ଚୟ ସେ ଏଥିରେ ଲଗାଇଥିଲେ । ସେ ତାଙ୍କ ଆପାର୍ଟମେଣ୍ଟ ବିକ୍ରି କରିବା ସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ  ନିବେଶ କରିଥିଲେ । ଉକ୍ତ ମହିଳାଙ୍କ ପରାମର୍ଶରେ ସେ ବିଭିନ୍ନ  ବିପୁଳ ଅର୍ଥ ନିବେଶ କରିଥିଲେ । ପରେ ସେ ଠକାମିର ଶିକାର ହୋଇ  ୬୬.୬ ଲକ୍ଷ ଟଙ୍କା ହରାଇ ଦେଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ କୁଜଙ୍ଗ CHCର ଡାକ୍ତର ପ୍ରସାଦ ସେଠୀ, ମାଡି ବସିଲା ଭିଜିଲାନ୍ସ

କୁଜଙ୍ଗ,୭।୭: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ଧରାଯାଇଛି। ସେ ଜଣେ ଅଭିଯୋଗକାରୀଙ୍କଠାରୁ...

‘ବ୍ୟାଡ୍ ବୟ ପିଜା’ ଆରମ୍ଭ କଲେ ବାଦଶାହ, ପ୍ୟାକେଜିଂରେ ‘ହାୟେ ଗର୍ମୀ

ମୁମ୍ବାଇ: ଜଣାଶୁଣା ରାପର ବାଦଶାହ, ଯିଏ ଜଣେ ଆବେଗୀ ଖାଦ୍ୟପ୍ରେମୀ ମଧ୍ୟ, ନିଜର ଖାଦ୍ୟ ପ୍ରତି ଥିବା ଅନୁରାଗକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି।...

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

କୁଟିଆ ଜନଜାତି ମହିଳା ଏକକାଳୀନ ଜନ୍ମଦେଲେ ତିନି ସନ୍ତାନ, କନ୍ଧମାଳରେ ଚର୍ଚ୍ଚା

ତୁମୁଡିବନ୍ଧ,୭।୭(ଦିପକ କୁମାର ପରାସେଠ): କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୁଟିଆ ଜନଜାତିର ଜଣେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri