Posted inଫୁରସତ

ଡେଟିଂ ଆପ୍‌ରେ ଫସିଗଲେ ୬୩ ବର୍ଷୀୟ ବୃଦ୍ଧ: ମହିଳା ଦେଇଦେଲେ ଚକମା, ପରେ….

ଡେଟିଂ ଓ ଚାଟିଂ ଆପରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ବା ସମ୍ପର୍କ ଆରମ୍ଭ କରିବାକୁ ପ୍ରାୟ କେତେ ଜଣଙ୍କୁ ପସନ୍ଦ। ଏପରି କରି ବେଳେବେଳେ ସେମାନେ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ତେବେ ବର୍ତ୍ତମାନର ଯୁବପିଢ଼ି ଏହି ଆପ୍‌କୁ ବହୂଳ ବ୍ୟବହାର କରୁଥିାବେଳେ ଏବେ ବୟସ୍କ କୋକ ମଧ୍ୟ ଡେଟିଂ ଆପ୍‌ ପ୍ରେମରେ ପଡ଼ୁଛନ୍ତି।
ଏଭଳି ଏକ ଖବର ଆସିଛି ପଶ୍ଚିମବଙ୍ଗରୁ । ଫସି ଯାଇଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି । ପଶ୍ଚିମବଙ୍ଗର ସଲ୍ଟ ଲେକ ଅଞ୍ଚଳର ଜଣେ ୬୩ ବର୍ଷୀୟ ବୃଦ୍ଧ ବ୍ୟକ୍ତି ଅନଲାଇନ ଡେଟିଂ ଆପରେ ଠକେଇର ଶିକାର ହୋଇଛନ୍ତି । ଡେଟିଂ ଆପରେ ଜଣେ ମହିଳାଙ୍କ ସହ ପରିଚୟ ମହଙ୍ଗା ପଡ଼ିଛି। ସେ ୬୬.୬ ଲକ୍ଷ ଟଙ୍କା ହରାଇବା ପରେ ବିଧାନନଗର ସାଇବରକ୍ରାଇମ ପୋଲିସ ଷ୍ଟେସନରେ  ଅଭିଯୋଗ କରିଥିଲେ। ପରେ ଏହି ଘଟଣା ସାମନ୍ନାକୁ ଆସିଛି ।

ସୂଚନା ଯୋଗ୍ୟ, ବୃଦ୍ଧ ଜଣଙ୍କ ଏପ୍ରିଲ ୧୪ ତାରିଖରେ ଅନଲାଇନ ଡେଟିଂ ଆପରେ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ସେ ହୱାଟ୍ସଆପ ଯୋଗେ ତାଙ୍କ ସହ କଥା  ହେୋଇଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ଉକ୍ତ ମହିଳା ଜଣଙ୍କ ବୃଦ୍ଧଙ୍କୁ ଅନଲାଇନରେ ଟଙ୍କା ନିବେଶ କରିବାକୁ କହିଥିଲେ, ଯେଉଁଥିରେ ସେ ଭଲ ରିଟର୍ଟନ ପାଇବେ ବୋଲି ମଧ୍ୟ ଜଣାଇଥିଲେ ।  ପରେ ସେ ଟେଲିଗ୍ରାମରେ ଏକ ଗ୍ରୁପରେ ତାଙ୍କୁ ଯୋଡିଥିଲେ । ଯେଉଁଠାରେ ଅନେକ ନକଲି ୟୁଜର ସଫଳ ନିବେଶକ ଭାବେ ନିଜକୁ ଉପସ୍ଥାପନ କରୁଥିଲେ।

ପ୍ରାଥମେ ବୃଦ୍ଧ  ଜଣଙ୍କ ୨୦ ହଜାର ଟଙ୍କା ନିବେଶ କରିଥିଲେ, ଛୋଟ ଲାଭ ଦେଖି ଉତ୍ସାହିତ ହୋଇ ଏଥିରେ ବିଶ୍ୱାସ କରିଥିଲେ । ଦିନକୁ ଦିନ ସେ ଏଥିରେ ଅଧିକଅଧିକ ନିବେଶ କଲେ । ଏପରିକି ତାଙ୍କ  ସବୁ ସଞ୍ଚୟ ସେ ଏଥିରେ ଲଗାଇଥିଲେ । ସେ ତାଙ୍କ ଆପାର୍ଟମେଣ୍ଟ ବିକ୍ରି କରିବା ସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ  ନିବେଶ କରିଥିଲେ । ଉକ୍ତ ମହିଳାଙ୍କ ପରାମର୍ଶରେ ସେ ବିଭିନ୍ନ  ବିପୁଳ ଅର୍ଥ ନିବେଶ କରିଥିଲେ । ପରେ ସେ ଠକାମିର ଶିକାର ହୋଇ  ୬୬.୬ ଲକ୍ଷ ଟଙ୍କା ହରାଇ ଦେଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?