CORONAVIRUS UPDATE: ରାଜ୍ୟରେ ୬୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୨୨୪୪ ପଜିଟିଭ୍‌

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ସୋମବାର ୨୯ ଜିଲାରୁ ୨୨୪୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୩୯୦ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮୫୪ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ପଜିଟିଭ୍‌ ଖୋର୍ଦ୍ଧାରୁ ୩୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ। ଏଠାରୁ ୨୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୯୪ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ ଅନୁଗୋଳରୁ ୧୫, ବାଲେଶ୍ୱର ୧୪୨, ବରଗଡ଼ ୩୫, ଭଦ୍ରକ ୧୦୪, ବଲାଙ୍ଗୀର ୩୭, ବୌଦ୍ଧ ୪୯, ଢେଙ୍କାନାଳ ୧୮, ଗଜପତି ୬, ଜଗତସିଂହପୁର ୧୬, ଯାଜପୁର ୯୮, ଝାରସୁଗୁଡ଼ା ୧୨, କଳାହାଣ୍ଡି ୬୭, କନ୍ଧମାଳ ୧୨୧, କେନ୍ଦ୍ରାପଡ଼ା ୨୭, କେନ୍ଦୁଝର ୧୩, କୋରାପୁଟ ୯୪, ମାଲକାନଗିରି ୯୮, ମୟୂରଭଞ୍ଜ ୯୧, ନବରଙ୍ଗପୁର ୨୧, ନୟାଗଡ଼ ୧୩, ନୂଆପଡ଼ା ୯, ପୁରୀ ୬୮, ରାୟଗଡ଼ା ୧୬୦, ସମ୍ବଲପୁର ୩୫, ସୋନପୁର ୧୧ ଏବଂ ସୁନ୍ଦରଗଡ଼ରୁ ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ରେ ପହଞ୍ଚିଥିବା ବେଳେ ୪୨,୨୭୬ ଜଣ ସୁସ୍ଥ ହୋଇଛନ୍ତି। ୧୯, ୬୧୨ ଜଣ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁ ହୁ ହୋଇ ବଢୁଛି କରୋନା,ରାଜ୍ୟରେ ୬୮୦ ପଜିଟିଭ୍‌

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ସପ୍ତାହ ମଧ୍ୟରେ ଲକ୍ଷେ ଟପିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୪।୬: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫...

ଓଡ଼ିଶାରେ କାମ କରିବାକୁ ଦକ୍ଷିଣ କୋରିଆ କମ୍ପାନୀ ଆଗ୍ରହ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଦକ୍ଷିଣ କୋରିଆ ଓ ଓଡ଼ିଶା ମଧ୍ୟରେ ଦ୍ବି-ପାକ୍ଷିକ ବାଣିଜ୍ୟ ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାରଙ୍କ ସହିତ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ...

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ

ନୟାଗଡ଼ ଅଫିସ,୪ା୧୨: ନୟାଗଡ଼ ଜିଲା ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ଘରେ ଶନିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟନ୍ତଙ୍କ ନୟାଗଡ ବ୍ଲକର...

ବାଲୁକାକଳାରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ଅଫିସ,୧୮।୬: ପୂର୍ବ ଲଦାଖ ସୀମା ଗଲ୍‌ଓ୍ବାନ୍‌ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ-୧୪ରେ ସୋମବାର ବିଳମ୍ବିତ ରାତିରେ ଭାରତର ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା...

୨୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ଖାତାଦେଖା

କଟକ ଅଫିସ,୧୭।୭: ଆସନ୍ତା ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷାର ଖାତାଦେଖା ହେବ। ଏଥି ନିମନ୍ତେ ୧୨ଟି ମୂଲ୍ୟାୟନ...

ମାଗଣାରେ ମିଳିବ କରୋନା ଟିକା: ୫ ରାଜ୍ୟ ସରକାର କରି ସାରିଲେଣି ଘୋଷଣା

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଦୈନିକ ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

Advertisement
Archives

Model This Week