Posted inଫୁରସତ

୬୨ ଦିନ ଧରି କୋମାରେ ଥିଲେ ଯୁବକ, ଏହି ଖାଦ୍ୟ ନାଁ ଶୁଣି ଆସିଗଲା ହୋସ୍‌

କୁହାଯାଏ, ମନପସନ୍ଦର ଖାଦ୍ୟ ନାଁ ଶୁଣିଲେ ପାଟିରେ ଲାଳ ଆସିଯାଏ। ମାତ୍ର ଖାଦ୍ୟର ନାଁ ଶୁଣି କୋମାରେ ଥିବା ଜଣେ ଯୁବକଙ୍କ ଯେ ହୋସ୍‌ ଆସିଯିବ ଏହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ଏହା ସତ। ଉତ୍ତର-ପଶ୍ଚିମ ତାଇଓ୍ବାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାକାର ୧୮ ବର୍ଷୀୟ ଜଣେ ଯୁବକ ୬୨ ଦିନ ଧରି କୋମାରେ ଥିଲେ। ତେବେ ମନପସନ୍ଦର ଖାଦ୍ୟ ନାଁ ଶୁଣି ତାଙ୍କର ହୋସ୍‌ ଆସିଯାଇଛି। ଯାହା ତାଙ୍କ ପରିବାରବର୍ଗଙ୍କ ମୁହଁରେ ହସ ଫୁଟାଇଛି।
ଉତ୍ତର-ପଶ୍ଚିମ ତାଇଓ୍ବାନରେ ରହୁଥିବା ଚିୟୁ ନାମକ ଜଣେ ଯୁବକ ସ୍କୁଟରରେ ଯାଉଥିବା ସମୟରେ ରାସ୍ତାରେ ଦୁର୍ଘଟଣା ହୋଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଯେତେବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେ କଥା କହି ପାରୁ ନ ଥିଲେ। ତାଙ୍କର କିଡ୍‌୍‌ନୀ, ଲିଭରରେ ମଧ୍ୟ ଆଘାତ ଲାଗିଥିଲା। ଗୋଡ଼ହାତ ଭାଙ୍ଗି ଯାଇଥିଲା। ଡାକ୍ତର ତାଙ୍କର ସର୍ଜରୀ କରାଇଥିଲେ। ତାଙ୍କର ଜୀବନ ବଞ୍ଚିଗଲା ସତ; ସେ କୋମାକୁ ଚାଲିଯାଇଥିଲେ। ଏହା ପରେ ଡାକ୍ତରମାନେ ତାଙ୍କୁ କିପରି ଭଲ କରାଇବେ ସେ ନେଇ ଦିନରାତି ଚେଷ୍ଟା ଚଳାଇଥିଲେ। ମାତ୍ର ସଫଳତା ମିଳି ନ ଥିଲା। ୬୨ ଦିନ କୋମାରେ ରହିବା ପରେ ଏକ ଚମତ୍କାର ଘଟଣା ଘଟିଲା। ଯାହାକୁ କେହି ବିଶ୍ୱାସ କରିପାରିଲେନି। ଚିୟୁଙ୍କ ଭାଇ ତାଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ ଆସିଥିଲେ। ସେ ମଜା କରିବା ପାଇଁ ତାଙ୍କୁ କହିଲେ ଭାଇ ମୁଁ ତୁମ ପାଇଁ ତୁମର ପ୍ରିୟ ଚିକେନ ପ୍ଲେଟ୍‌ ଖାଇବାକୁ ଯାଉଛି। କାରଣ ଚିୟୁଙ୍କୁ ଚିକେନ୍‌ ବହୁତ ପସନ୍ଦ। ଏହା ଶୁଣିବା ପରେ ତାଙ୍କ ଶରୀର ହଲିବାକୁ ଲାଗିଲା। ତାଙ୍କ ଭାଇ ଏ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇଲେ। ଡାକ୍ତର ଆସି ତାଙ୍କର ଚିକିତ୍ସା କଲେ। ଏହାର କିଛି ସମୟ ପରେ ସେ କୋମାରୁ ଉଠିଥିଲେ। ଏବେ ଚିୟୁୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଡାକ୍ତର କହିଛନ୍ତି। ଏଥିସହିତ ଡାକ୍ତର ଚିୟୁଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ ମଧ୍ୟ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟାର୍କଟିକାରେ ସଙ୍କଟ: ଗ୍ରେଟର ଲଣ୍ଡନ ଆକାରର ବିଶାଳ ହିମଖଣ୍ଡ ଭାଙ୍ଗି ଅଲଗା ହେଲା…

ଲଣ୍ଡନ,୨୪।୧ : ବ୍ରିଟେନର ଏକ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ନିକଟରେ ହୋଇଥିବା ଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟାର୍କଟିକା ବରଫ ସେଲଫରୁ ଗ୍ରେଟର ଲଣ୍ଡନ ଆକାରର...

୧୬ କୋଟି ଟଙ୍କାର ଇଞ୍ଜେକ୍ସନ ନେବ ୮ ସପ୍ତାହର ଶିଶୁ: ରୋଗ ବିଷୟରେ ଜାଣିଲେ ଲାଗିବ ଭୟ

ବ୍ରିଟେନରେ, ମାତ୍ର ଆଠ ସପ୍ତାହର ଏକ ପିଲାକୁ ଦୁନିଆର ସବୁଠାରୁ ମହଙ୍ଗା ଇଞ୍ଜେକ୍ସନ ଦିଆଯିବ। ବର୍ତ୍ତମାନ ଆପଣ ଭାବୁଥିବେ ଏମିତି କେଉଁ ରୋଗ ଶିଶୁଟିକୁ ହେଇଛି,...

ନୋ ପାର୍କିଂରେ ଥିଲା ବୋଲି ବାଇକ୍‌ ସହ ବ୍ୟକ୍ତିଙ୍କୁ କ୍ରେନ୍‌ ଯୋଗେ ଉଠାଇନେଲା ପୋଲିସ; ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ମନୋରଞ୍ଜନଧର୍ମୀ ହୋଇଥିବା ବେଳେ କିଛି ଦେଖିଲେ ରାଗ ଲାଗିଥାଏ। ଏଭଳି...

ରାଷ୍ଟ୍ରପତି ଭବନ

ଆମ ଦେଶର ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥଳୀ ହେଉଛି ରାଷ୍ଟ୍ରପତି ଭବନ। ଏହା ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ବାସସ୍ଥଳି ବା ରେସିଡେନ୍ସ। ଯେଉଁଠାରେ ରହିଛି ଗାର୍ଡେନ,...

ପାଲିଙ୍କିରେ ଆସିଲା ବର ଓ ବଳଦ ଗାଡ଼ିରେ ବରଯାତ୍ରୀ

ଆଜିକାଲି ବାହାଘରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି। ଦାମୀ ଲକ୍‌ଜୁରୀୟସ୍‌ ଗାଡ଼ିରେ ବର ଆସିବା ସହ ବରଯାତ୍ରୀମାନଙ୍କ ପାଇଁ ବି ଦାମୀଗାଡ଼ିର ଲାଇନ୍‌ ଲାଗୁଛି।...

ଏଲିୟନଙ୍କୁ ନେଇ ବଡ ଖୁଲାସା: ଅସ୍ଥିତ୍ୱ ସତ୍ୟ, ଏଥିପାଇଁ ସେମାନେ ରହସ୍ୟ

ନୂଆଦିଲ୍ଲୀ,୮।୧୨: ମହାକାଶର ଅନେକ ଫର୍ଦ୍ଦ ଆଜିବି ରହସ୍ୟାବୃତ। ତନ୍ମଧ୍ୟରୁ ଏଲିୟନମାନଙ୍କ ଅବସ୍ଥିତି ଗୋଟିଏ। ତେବେ ସେମାନଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଇସ୍ରାଏଲର ପୂର୍ବତନ ଜେନେରାଲ...

ମହାକାଶ ପାଲଟୁଛି ଅଳିଆ ଗଦା, ବିଶେଷଜ୍ଞଙ୍କ ଚେତାବନୀ…

ଓ୍ବାଶିଂଟନ, ୨୩।୧ : କମର୍ସିଆଲ ସ୍ପେସ୍‌ ଇଣ୍ଡଷ୍ଟ୍ରିର ବିକାଶ ଧାରା ଜାରି ରହିଛି। ଏହା ଯୋଗୁ ମହାକାଶ ଏବେ ଅଳିଆ ଗଦା ପାଲଟିବା ଆରମ୍ଭ କରିଛି।...

ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ...

Advertisement
Archives

Model This Week