Posted inଫୁରସତ

୬୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ଏହି ଯୁବକ, ଉଠାଇଲେ ଏତେ ବଡ଼ ପଦକ୍ଷେପ

ପ୍ରେମ ଧର୍ମ, ଜାତି, ବୟସ ଦେଖେନା। କାରଣ ପ୍ରେମ କେବେ, କେଉଁଠି, କାହାସହ ହୋଇଯାଏ ଜଣାପଡେନା। କିଛି ପ୍ରେମକାହାଣୀ ଏପରି ଅଛି ଯାହା ସବୁଦିନ ପାଇଁ ଅମର ହୋଇଯାଇଛି। ସେହିଭଳି କିଛି ବିଷୟରେ ଜାଣି ଅନେକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହା ଜଣେ ୬୧ ବର୍ଷୀୟା ବୃଦ୍ଧା ଏବଂ ୩୩ ବର୍ଷ ବୟସ୍କା ବ୍ୟକ୍ତିଙ୍କର। ଉଭୟ ଉଭୟଙ୍କୁ ଭଲପାଇ ବସିଥିଲେ। କେବଳ ଏତିକି ନୁହେଁ ଦୁହେଁ ବିବାହ ମଧ୍ୟ କରିସାରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଥିବା ବେଳେ ଲୋକେ ଉଭୟଙ୍କୁ ଟ୍ରୋଲ କରଥିବା ଦେଖାଯାଉଛି।

୬୧ ବର୍ଷୀୟ ଶୋରିଲ ମ୍ୟାକଗ୍ରେଗୋର ଜେଜେମା’ ହୋଇସାରିଛନ୍ତି। ତାଙ୍କର ୧୭ ବର୍ଷର ନାତି ଅଛି। କିନ୍ତୁ ସେ ୨୦୧୨ ରେ ୨୩ ବର୍ଷୀୟ ଯୁବକ କୋରାନଙ୍କ ପ୍ରେମରେ ପଡିଥିଲେ। ଉଭୟଙ୍କ ମଧ୍ୟରେ ପ୍ରଥମେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଘନିଷ୍ଠତା ବଢ଼ିବାକୁ ଲାଗିଲା। ଏଭଳି ସମୟ ଆସିଲା ଯେତେବେଳେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ। ତାହା ହିଁ ହୋଇଥିଲା। ଏବେ କୋରାନଙ୍କୁ ୩୩ ବର୍ଷ ହେଲାଣି। ଯେତେବେଳେ ଶେରିଲ ପ୍ରଥମେ ସ୍ବାମୀଙ୍କୁ ଭେଟିଥିଲେ, ସେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା। ସେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ଏବେ ଉଭୟ ବିବାହ କରି ବହୁତ ଖୁସି ଅଛନ୍ତି।

ତେବେ ସୋସିଆଲ ମିଡିଆରେ ଉଭୟଙ୍କ ବୟସ ବିଷୟରେ ଜଣାପଡ଼ିବା ପରେ ଅନେକ ତାଙ୍କୁ ଟ୍ରୋଲ କରୁଛନ୍ତି। ହେଲେ କୋରାନ କୁହନ୍ତି, ଲୋକମାନେ ଆମ ବିଷୟରେ କ’ଣ କୁହନ୍ତି ସେଥିପ୍ରତି ମୋର ଧ୍ୟାନ ନାହିଁ। ଆମେ ଦୁହେଁ ବହୁତ ଖୁସି । ଏକାଠି ଖୁସିରେ ଅଛୁ। ଏଣୁ ଅନ୍ୟ କାହାକୁ ଅସୁବିଧା ହେବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri