Posted inଜାତୀୟ

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା ସୁଦ୍ଧା ହାରାହାରି ମତଦାନ ହାର ୬୦.୭ ପ୍ରତିଶତ ରହିଥିବା ରେକର୍ଡ କରାଯାଇଛି। ବାର୍‌ମେର-ଜୟସାଲମେରରେ କାଁଭାଁ ଗଣ୍ଡଗୋଳ, ଜାଲ୍‌ ଭୋଟିଂ ଅଭିଯୋଗକୁ ବାଦ୍‌ଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ହୋଇଛି। ଉତ୍ତରପ୍ରଦେଶର ମଥୁରା, ରାଜସ୍ଥାନର ବନସ୍ବରା ଏବଂ ମହାରାଷ୍ଟ୍ରର ପରଭାନି ଆସନର କେତେକ ଗାଁରେ ଲୋକେ ବିଭିନ୍ନ କାରଣକୁ ନେଇ ଭୋଟ ବର୍ଜନ କରିଥିଲେ। ସେମାନଙ୍କୁ ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବୁଝାଶୁଝା କରାଯାଇଥିଲା।
ସକାଳ ୭ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। କେତେକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ୫ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୭୭.୫୩ ପ୍ରତିଶତ ମତଦାନ ହୋଇଥିବାବେଳେ ଉତ୍ତରପ୍ରଦେଶରେ ସର୍ବନିମ୍ନ ୫୨.୭୪ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ରାଜସ୍ଥାନର ୧୩ ନିର୍ବାଚନ ମଣ୍ଡଳୀରେ ୫ଟା ସୁଦ୍ଧା ୫୯.୧୯ ପ୍ରତିଶତ ମତଦାନ ହୋଇଥିତ୍ବାବେଳେ ବାଗିଡୋରା ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ୭୩.୨୫% ଭୋଟିଂ ହୋଇଛି। କେରଳରେ ୬୩.୯୭ ପ୍ରତିଶତ ମତଦାନ ହୋଇଥିବାବେଳେ କେତେକ ବୁଥ୍‌ରେ ଇଭିଏମ୍‌ ଖରାପ ହୋଇଥିବା ଅଭିଯୋଗ ହୋଇଥିଲା। ସେହିପରି ଛତିଶଗଡ଼ରେ ୭୨.୧୩ ପ୍ରତିଶତ ଭୋଟିଂ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୫୪.୮୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କର୍ନାଟକରେ ୬୩.୯୦% ଏବଂ ମଣିପୁରରେ ୭୬.୦୬% ମତଦାନ ହୋଇଛି।
କେରଳର ୨୦ ଆସନ ସମେତ କର୍ନାଟକର ୧୪, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏ ଆସନ, ମଧ୍ୟପ୍ରଦେଶର ୭, ଆସାମ ଓ ବିହାରର ୫ଟି ଲେଖାଏ ଆସନ , ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ଟି ଲେଖାଏ ଏବଂ ଜମ୍ମୁ-କଶ୍ମୀର, ମଣିପୁର ଓ ତ୍ରିପୁରାର ଗୋଟିଏ ଲେଖାଏ ଆସନରେ ମତଦାନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ରାହୁଲ ଗାନ୍ଧୀ, କେ.ସି. ବେଣୁଗୋପାଳ, ଭୂପେଶ ବଘେଲ, ଶଶୀ ଥରୁର ଏବଂ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟ୍‌ ଥିବାବେଳେ ଭାଜପାରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ହେମା ମାଳିନୀ, ଅରୁଣ ଗୋଭିଲ, ତେଜସ୍ବୀ ସୂର୍ଯ୍ୟ ଏବଂ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରମୁଖଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି।
ପାଲାକ୍କାଡ, ଆଲାପୁଝା ଏବଂ ମାଲାପୁରମ୍‌ରେ ଭୋଟ ଦେଲାବେଳେ ଜଣେ ଲେଖାଏ ମତଦାତାଙ୍କ ମୃତ୍ୟୁ ଘଟିଛି। କୋଝିକୋଡ୍‌ର ଏକ ବୁଥ୍‌ରେ ଜଣେ ପୋଲିଂ ଏେଣ୍ଟେଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ଡ୍ୟୁଟିରେ ଥିବା ମଧ୍ୟପ୍ରଦେଶ ସ୍ବତନ୍ତ୍ର ସଶସ୍ତ୍ର ବଳର ଜଣେ ଯବାନ ନିଜ ସର୍ଭିସ୍‌ ରାଇଫଲରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?