ଅଜଣା ବିଷାକ୍ତ ଖାଦ୍ୟ ଖାଇ ୬୦ ସ୍କୁଲ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…

ଚିୟାପା,୯।୧୦ : ଦକ୍ଷିଣ ମେକ୍ସିକୋର ଚିଆପାସ୍ଥିତ ଏକ ଗ୍ରାମୀଣ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬୦ ପିଲା ଅଜଣା ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗତ ଦୁଇ ସପ୍ତାହ ମଧ୍ୟରେ ଚିଆପା ବିଦ୍ୟାଳୟରେ ଛାତ୍ରମାନେ ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହେବାର ଏହା ହେଉଛି ତୃତୀୟ ଘଟଣା। ଏହି କାରଣରୁ ପିଲାମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ବାରମ୍ବାର ଏଭଳି ଘଟଣା ନେଇ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

ମେକ୍ସିକୋର ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସିକ୍ୟୁରିଟି ଅନୁଯାୟୀ, ବୋକିଲର ଗ୍ରାମାଞ୍ଚଳର ଏକ କମ୍ୟୁନିଟି ସ୍କୁଲର ଅସୁସ୍ଥ ପିଳାମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସମସ୍ତଙ୍କରଠାରେ ବିଷାକ୍ତ ଖାଦ୍ୟ ଖାଇଥିବାର ଲକ୍ଷଣ ଥିଲା। ଅନେକ ପିଲାଙ୍କ ଗୁରୁତର ଅବସ୍ଥା ଦେଖି ସେମାନଙ୍କୁ ଚିକିତ୍ସା ପାଇଁ ରାଜଧାନୀ ଡାକ୍ତରଖାନାକୁ ପଠାଯାଇଛି।

ବର୍ତ୍ତମାନ ଏହା ପଛରେ ଥିବା କାରଣ ବିଷୟରେ ସ୍ଥାନୀୟ ପ୍ରଶାସନ ଯାଞ୍ଚ୍‌ କରୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କିଛି ଅଭିଭାବକଏହା ଏହା ପଛରେ ବିଷାକ୍ତ ଖାଦ୍ୟ କିମ୍ବା ପିଇବା ପାଣିକୁ ଦାୟୀ କରୁଛନ୍ତି। ଏହି ଘଟଣାକୁ ନେଇ ବୋକିଲର ସ୍ଥାନୀୟ ନେତାମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହା ସହିତ ସେମାନେ ବିଦ୍ୟାଳୟରେ କ୍ରମାଗତ ଭାବରେ ଘଟୁଥିବା ଘଟଣାର ତଦନ୍ତ ପାଇଁ ସରକାରଙ୍କୁ ଦାବି କରିଛନ୍ତି। ସୋସିଆଲ ମିଡିଆରେ ପିଲା ଅସୁସ୍ଥ ଥିବାର ଭିଡିଓଗୁଡ଼ିକ ଅଧିକରୁ ଅଧିକ ଶେୟାର ହେବାରେ ଲାଗିଛି। ଭିଡ଼ିଓରେ ଅଭିଭାବକମାନେ ହସ୍ପିଟାଲରେ ପିଲାମାନଙ୍କୁ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ କୋଳରେ ଧରି ବସିଥିବାର ଦେଖ୍‌ତ୍ବାକୁ ମିଳୁଛି।

ଏନେଇ ସରକାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବିଦ୍ୟାଳୟରେ ଉପଲବ୍ଧ ପିଇବାପାଣିଏବଂ ଖାଦ୍ୟ ସାମଗ୍ରୀର ୧୫ ରୁ ଅଧିକ ପରୀକ୍ଷା କରାଯାଇଛି ଏବଂ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଛି। ପିଲାମାନଙ୍କଠାରେ କୌଣସି ପ୍ରକାରର ଔଷଧର ସନ୍ଧାନ ମିଳିନାହିଁ। ଏହାପୂର୍ବରୁ ସ୍ଥାନୀୟ ତଥା ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ସ୍କୁଲ ପିଲାମାନଙ୍କ ଅନୁସନ୍ଧାନ ବେଳେ ସେମାନଙ୍କ ପେଟରେ କୋକେନର ଅଂଶ ଚିହ୍ନଟ ହୋଇଥିଲା।

ପିଲାମାନଙ୍କ ପରୀକ୍ଷା ଜାରି ରହିବ ବୋଲି ପବ୍ଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି। ପ୍ରକାଶ ଥାଉକି, ସେପ୍ଟେମ୍ବର ୨୩ ତାରିଖରେ ଘଟିଥିବା ସମାନ ରହସ୍ୟମୟ ଘଟଣା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରଶାସନ ମନା କରିଦେଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ତାପଚୁଲା ସହରରେ ଦୁଇଟି ବିଷାକ୍ତ ଘଟଣା ଘଟିଛି ଯେଉଁଥିରେ ଦଶହଜାର ପିଲା ଅସୁସ୍ଥ ହୋଇପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

Gen Zଙ୍କ ସହ Gen Alphaଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି, ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ Gen Z ଏବଂ Gen Alphaଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri