ଅଜଣା ବିଷାକ୍ତ ଖାଦ୍ୟ ଖାଇ ୬୦ ସ୍କୁଲ ପିଲା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି…

ଚିୟାପା,୯।୧୦ : ଦକ୍ଷିଣ ମେକ୍ସିକୋର ଚିଆପାସ୍ଥିତ ଏକ ଗ୍ରାମୀଣ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬୦ ପିଲା ଅଜଣା ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗତ ଦୁଇ ସପ୍ତାହ ମଧ୍ୟରେ ଚିଆପା ବିଦ୍ୟାଳୟରେ ଛାତ୍ରମାନେ ବିଷାକ୍ତ ଖାଦ୍ୟ ଖାଇବା ପରେ ଅସୁସ୍ଥ ହେବାର ଏହା ହେଉଛି ତୃତୀୟ ଘଟଣା। ଏହି କାରଣରୁ ପିଲାମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ବାରମ୍ବାର ଏଭଳି ଘଟଣା ନେଇ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

ମେକ୍ସିକୋର ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସିକ୍ୟୁରିଟି ଅନୁଯାୟୀ, ବୋକିଲର ଗ୍ରାମାଞ୍ଚଳର ଏକ କମ୍ୟୁନିଟି ସ୍କୁଲର ଅସୁସ୍ଥ ପିଳାମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସମସ୍ତଙ୍କରଠାରେ ବିଷାକ୍ତ ଖାଦ୍ୟ ଖାଇଥିବାର ଲକ୍ଷଣ ଥିଲା। ଅନେକ ପିଲାଙ୍କ ଗୁରୁତର ଅବସ୍ଥା ଦେଖି ସେମାନଙ୍କୁ ଚିକିତ୍ସା ପାଇଁ ରାଜଧାନୀ ଡାକ୍ତରଖାନାକୁ ପଠାଯାଇଛି।

ବର୍ତ୍ତମାନ ଏହା ପଛରେ ଥିବା କାରଣ ବିଷୟରେ ସ୍ଥାନୀୟ ପ୍ରଶାସନ ଯାଞ୍ଚ୍‌ କରୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କିଛି ଅଭିଭାବକଏହା ଏହା ପଛରେ ବିଷାକ୍ତ ଖାଦ୍ୟ କିମ୍ବା ପିଇବା ପାଣିକୁ ଦାୟୀ କରୁଛନ୍ତି। ଏହି ଘଟଣାକୁ ନେଇ ବୋକିଲର ସ୍ଥାନୀୟ ନେତାମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହା ସହିତ ସେମାନେ ବିଦ୍ୟାଳୟରେ କ୍ରମାଗତ ଭାବରେ ଘଟୁଥିବା ଘଟଣାର ତଦନ୍ତ ପାଇଁ ସରକାରଙ୍କୁ ଦାବି କରିଛନ୍ତି। ସୋସିଆଲ ମିଡିଆରେ ପିଲା ଅସୁସ୍ଥ ଥିବାର ଭିଡିଓଗୁଡ଼ିକ ଅଧିକରୁ ଅଧିକ ଶେୟାର ହେବାରେ ଲାଗିଛି। ଭିଡ଼ିଓରେ ଅଭିଭାବକମାନେ ହସ୍ପିଟାଲରେ ପିଲାମାନଙ୍କୁ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ କୋଳରେ ଧରି ବସିଥିବାର ଦେଖ୍‌ତ୍ବାକୁ ମିଳୁଛି।

ଏନେଇ ସରକାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବିଦ୍ୟାଳୟରେ ଉପଲବ୍ଧ ପିଇବାପାଣିଏବଂ ଖାଦ୍ୟ ସାମଗ୍ରୀର ୧୫ ରୁ ଅଧିକ ପରୀକ୍ଷା କରାଯାଇଛି ଏବଂ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଛି। ପିଲାମାନଙ୍କଠାରେ କୌଣସି ପ୍ରକାରର ଔଷଧର ସନ୍ଧାନ ମିଳିନାହିଁ। ଏହାପୂର୍ବରୁ ସ୍ଥାନୀୟ ତଥା ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ସ୍କୁଲ ପିଲାମାନଙ୍କ ଅନୁସନ୍ଧାନ ବେଳେ ସେମାନଙ୍କ ପେଟରେ କୋକେନର ଅଂଶ ଚିହ୍ନଟ ହୋଇଥିଲା।

ପିଲାମାନଙ୍କ ପରୀକ୍ଷା ଜାରି ରହିବ ବୋଲି ପବ୍ଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି। ପ୍ରକାଶ ଥାଉକି, ସେପ୍ଟେମ୍ବର ୨୩ ତାରିଖରେ ଘଟିଥିବା ସମାନ ରହସ୍ୟମୟ ଘଟଣା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରଶାସନ ମନା କରିଦେଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ତାପଚୁଲା ସହରରେ ଦୁଇଟି ବିଷାକ୍ତ ଘଟଣା ଘଟିଛି ଯେଉଁଥିରେ ଦଶହଜାର ପିଲା ଅସୁସ୍ଥ ହୋଇପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯ବର୍ଷ ଧରି ଏହି ବ୍ୟକ୍ତିଙ୍କୁ ପ୍ରତିଦିନ ମାଗଣାରେ ମିଳୁଛି ପିଜା

ବ୍ରସେଲ୍ସ,୯।୬: ଜୀବନରେ ଅନେକ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ଏହି ସମସ୍ୟା ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଥାଏ। କିଛି ଏଭଳି...

ଭାରତ ଗସ୍ତ ପୂର୍ବରୁ ଜୁକେର ବର୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂୂର୍ବରୁ ସେ ଟୁଇଟ୍‌ କରି ଫେସବୁକ୍‌ ସଂସ୍ଥାପକ ଜୁକେର ବର୍ଗଙ୍କୁ...

କାନରେ ହେଡଫୋନ ଲଗାଇପାରିଲେ ନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ: ପୁଟିନ ଦେଖି ହସିଲେ

ସମରକନ୍ଦ,୧୬।୯: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏବଂ ରୁଷିଆ...

ଇମ୍ରାନ ଖାନ୍‌ ପାକିସ୍ତାନ ପାଇଁ ବିପଦ, ବିଦେଶ ଯିବା ଉପରେ ଲାଗୁ ରୋକ

ଇସାଲାମାବାଦ,୨୭।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସବୁଆଡୁ ତାଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଛି। ଏଥିପାଇଁ...

ୟୁକ୍ରେନ୍‌ ଊପରେ ଆଣବିକ ଆକ୍ରମଣ ନ କରିବାକୁ ରୁଷିଆକୁ ପରାମର୍ଶ ଦେଇଥିଲେ ଭାରତ-ଚାଇନା: ଆମେରିକା…

ଓ୍ବାଶିଂଟନ,୨୫।୨ : ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ,...

କ୍ରିକେଟ ପ୍ରେମୀ ସୁନକ

ଲଣ୍ଡନ,୨୫ ।୧୦: ଋଷି ସୁନକ ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ୪୨ ବର୍ଷୀୟ ଋଷି ସୁନକ କ୍ରିକେଟ ଖେଳିବାକୁ ଓ...

ପ୍ରଥମ ଦେଶ ଭାବେ ଜୀବଜନ୍ତୁଙ୍କ ପାଇଁ କରୋନା ଟିକା ପ୍ରସ୍ତୁତ କଲା ରୁଷିଆ

ମସ୍କୋ,୧।୪: ଗତ ବର୍ଷ ଅଗଷ୍ଟରେ ରୁଷିଆ ବିଶ୍ୱରେ ପ୍ରଥମ କରୋନା ଟିକା ଆରମ୍ଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ପୁଣି ଥରେ ପ୍ରଥମ ଦେଶଭାବେ...

ୟୁକ୍ରେନ୍‌ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ: ପୁଟିନ୍‌

ମସ୍କୋ,୨୬ା୧୨: ୟୁକ୍ରେନ୍‌ ଯୁଦ୍ଧର ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ ରୁଷିଆ ପ୍ରସ୍ତୁତ। କିତୁ କିଭ୍‌ ଓ ଏହାର ପାଶ୍ଚାତ୍ୟ ସମର୍ଥନକାରୀମାନେ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ...

Advertisement
Archives

Model This Week