Posted inଫୁରସତ

ସୋସିଆଲ ମିଡିଆରେ ବନ୍ଧା ବିଶ୍ୱର ୬୦%

ସିଙ୍ଗାପୁର: ବର୍ତ୍ତମାନ ସମୟରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଅଳ୍ପେ, ବହୁତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ନିକଟରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ବିଶ୍ୱର ୬୦%ରୁ ଅଧିକ ଲୋକ ଏବେ ସାମାଜିକ ଗଣମାଧ୍ୟମରେ ବନ୍ଧା। ସିଙ୍ଗାପୁରର ଡିଜିଟାଲ ଆଡ୍‌ଭାଇଜରି ଫାର୍ମ କେପିଓସ୍‌ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଗତ ବର୍ଷ ତୁଳନାରେ ସୋସିଆଲ ମିଡିଆ ୟୁଜର୍ସ ସଂଖ୍ୟାରେ ୩.୭% ବୃଦ୍ଧି ଘଟିଛି। ଅଦ୍ୟାବଧି ୫.୧୯ ବିଲିୟନ୍‌ ଲୋକ ଅର୍ଥାତ୍‌ ବିଶ୍ୱ ଜନସଂଖ୍ୟାର ୬୪.୪% ଲୋକ ସୋସିଆଲ ନେଟ୍‌ଓ୍ବାର୍କିଂ ସାଇଟ୍‌ ବ୍ୟବହାର କରୁଛନ୍ତି।
ଅଞ୍ଚଳକୁ ନେଇ ୟୁଜର୍ସଙ୍କ ସଂଖ୍ୟା ଭିନ୍ନ ରହିଛି। ପୂର୍ବ ଏବଂ କେନ୍ଦ୍ରୀୟ ଆଫ୍ରିକୀୟ ଦେଶରେ ପ୍ରତି ୧୧ ଜଣଙ୍କ ମଧ୍ୟରୁ ମାତ୍ର ଜଣେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ସେହିପରି ବିଶ୍ୱର ଜନବହୁଳ ଦେଶ ଭାରତରେ ପ୍ରତି ୧୧ ଜଣଙ୍କ ମଧ୍ୟରେ ୩ ଜଣ ୟୁଜର୍ସ ସାମାଜିକ ଗଣମାଧ୍ୟମରେ ଯୋଡ଼ିହୋଇଛନ୍ତି। ସୋସିଆଲ ମିଡିଆ ବ୍ୟବହାର ସମୟକୁ ଦେଖିଲେ, ତାହା ମଧ୍ୟ ବଢ଼ିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେତେେବେଳ ଲୋକମାନେ ମାତ୍ର ୨ ମିନିଟ୍‌ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିଲେ, ତାହା ଏବେ ୨ ଘଣ୍ଟା ୨୬ ମିନିଟ୍‌କୁ ବୃଦ୍ଧି ପାଇଛି। ସେହିପରି ବ୍ରାଜିଲରେ ଲୋକମାନେ ୩ ଘଣ୍ଟା ୪୯ ମିନିଟ୍‌ରୁ ଅଧିକ ସମୟ ସୋସିଆଲ ମିଡିଆରେ କାଟୁଥିବାବେଳେ ଜାପାନରେ ଏହି ସମୟ ରହିଛି ଗୋଟିଏ ଘଣ୍ଟାରୁ କମ୍‌। ମୋଟାମୋଟି ଭାବେ ୭ଟି ସୋସିଆଲ ମିଡିଆ ସାଇଟ୍‌ ଏବେ ବହୁଳ ଭାବେ ବ୍ୟବହାର କରାଯାଉଛି। ମେଟାର ହ୍ବାଟର୍‌ସଆପ୍‌, ଇନ୍‌ଷ୍ଟାଗ୍ରାମ, ଫେସ୍‌ବୁକ୍‌ ସାଙ୍ଗକୁ ଚାଇନାର ଉଇଚାଟ୍‌, ଟିକ୍‌ଟକ୍‌, ଡୁଇନ୍‌ ଏବଂ ଟୁଇଟର, ମେସେଞ୍ଜର, ଟେଲିଗ୍ରାମ ବହୁଳ ଭାବେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?