Posted inଜାତୀୟ

୩୦ ବର୍ଷରେ କମିଲେଣି ୬୦% ପକ୍ଷୀ ପ୍ରଜାତି

ନୂଆଦିଲ୍ଲୀ,୨୬।୮: ଗତ ୩୦ ବର୍ଷ ମଧ୍ୟରେ ୩୩୮ ପ୍ରକାର ପକ୍ଷୀଙ୍କ ପ୍ରଜାତି ସଂଖ୍ୟା ପରିବର୍ତ୍ତନ ଏବଂ ୬୦% ପକ୍ଷୀ ପ୍ରଜାତି ହ୍ରାସ ଘଟିଛି। ଏହା ୩୦ ହଜାର ପକ୍ଷୀ ପ୍ରଜାତିର ତଥ୍ୟ ଆଧାରରେ ଜଣାପଡ଼ିଛି। ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ବାର୍ଡସ୍‌ର ରିପୋର୍ଟ ଅନୁସାରେ ଗତ ୭ ବର୍ଷ ମଧ୍ୟରେ ୩୫୯ ପ୍ରଜାତିର ପକ୍ଷୀ ସ୍ଥାନାନ୍ତର ହୋଇଛନ୍ତି। ସେଥିମଧ୍ୟରୁ ୨ଟି ପ୍ରଜାତି ସବୁଦିନ ପାଇଁ ଏବଂ ଗୋଟିଏ ପ୍ରଜାତି ସ୍ବଳ୍ପ ମିଆଦୀ ଲାଗି ସ୍ଥାନାନ୍ତର ହୋଇଛନ୍ତି। ଏହା ବ୍ୟତୀତ ୨୦୪ ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ହ୍ରାସ ଘଟିଥିବାବେଳେ ୯୮ ପ୍ରଜାତିଙ୍କ ସଂଖ୍ୟା ସ୍ଥିର ରହିଛି ଏବଂ ୩୬ ପ୍ରଜାତିର ସଂଖ୍ୟା ବୃଦ୍ଧି ଘଟିଛି। ୧୩ଟି ସରକାରୀ ଏବଂ ଘରୋଇ ସଂସ୍ଥାର ମିଳିତ ରିପୋର୍ଟରେ ଏନେଇ କୁହାଯାଇଛି। ସେଥିମଧ୍ୟରେ ବମ୍ବେ ନାଚୁରାଲ୍‌ ହିଷ୍ଟ୍ରି ସୋସାଇଟି(ବିଏନ୍‌ଏଚ୍‌ଏସ୍‌), ଓ୍ବାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଡବ୍ଲୁଆଇଆଇ) ଏବଂ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ(ଜେଡ୍‌ଏସ୍‌ଆଇ) ଭଳି ସଂସ୍ଥାଗୁଡ଼ିକ ରହିଛନ୍ତି। ଚଳିତ ବର୍ଷର ରିପୋର୍ଟ ଅନୁସାରେ ୩୫୯ ପକ୍ଷୀ ପ୍ରଜାତି ମଧ୍ୟରୁ ୧୪୨ଟିର ସଂଖ୍ୟା ହ୍ରାସ ଘଟିଛି, ୧୮୯ ପ୍ରଜାତି ସଂଖ୍ୟା ସ୍ଥିର ରହିଛି ଏବଂ ୨୬ ପ୍ରଜାତିଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ରିପୋର୍ଟରେ ୧୭୮ ପ୍ରଜାତିର ବର୍ଗୀକରଣ କରାଯାଇଛି। ସେଥିମଧ୍ୟରେ ନର୍ଦ୍ଦେନ ଶୋଭଲେର୍‌, ନଦ୍ଦେର୍ର୍ନ ପିନ୍‌ଟେଲ୍‌, କମନ୍‌ ଟେଲ୍‌, ସାରୁସ୍‌ କ୍ରେନ୍‌, ଆଣ୍ଡାମାନ ଇଗଲ୍‌କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ଇଣ୍ଡିଆନ ରୋଲର୍‌, କମନ୍‌ ଟେଲ୍‌, କମନ୍‌ ସ୍ୟାଣ୍ଡ୍‌ପାଇପର୍‌ ଭଳି ପ୍ରଜାତିଙ୍କ ସଂଖ୍ୟା ୩୦% କିମ୍ବା ତା’ଠାରୁ ମଧ୍ୟ ହ୍ରାସ ଘଟିଛି। ଅପରପକ୍ଷେ ପକ୍ଷୀଙ୍କ ପ୍ରଜାତି ଦୀର୍ଘବର୍ଷ ଧରି ଯେପରି ତିଷ୍ଠି ରହିବ ତାହା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟ ସମାଜ ହାତରେ ରହିଛି ବୋଲି ନେଚର୍‌ କଞ୍ଜର୍‌ଭେସନ୍‌ ଫାଉଣ୍ଡେଶନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍‌. ଆନନ୍ଦ କୁମାର କହିଛନ୍ତି। ସେହିପରି ବତକ, ସାମୁଦ୍ରିକ ପକ୍ଷୀ ପ୍ରଜାତି ମଧ୍ୟ ତିଷ୍ଠି ରହିବା ଆବଶ୍ୟକ, କାରଣ ଏହି ପ୍ରଜାତିର ପକ୍ଷୀମାନେ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

ପ୍ରବାସୀ ଶ୍ରମିକମାନଙ୍କର ସାମାଜିକ, ଆର୍ଥିକ,ଆଇନଗତ ସମସ୍ୟା ସମ୍ପର୍କରେ…

ଭଞ୍ଜନଗର, ୯।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ, ବ୍ରହ୍ମପୁରର ଆନୁକୂଳ୍ୟରେ ମଙ୍ଗଳବାର ଭଞ୍ଜନଗରସ୍ଥିତ ଆର୍‌.ଏମ୍‌.ସି. ସମ୍ମିଳନୀ କକ୍ଷରେ “ପ୍ରବାସୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବିଭିନ୍ନ…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ , ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସି

ଭୁବନେଶ୍ୱର/କୋଲକାତା, ୯/୬: ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି।…

ସକ୍ରିୟ ହେଲା ଘୂର୍ଣ୍ଣିବଳୟ; ୧୧ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୫ଜିଲାକୁ ଆଲର୍ଟ କଲା IMD

ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ (UP) ରେ ପାଣିପାଗ ଏବେଠାରୁ ରୂପ ବଦଳାଇବା ଆରମ୍ଭ କଲାଣି। ବାରାଣସୀ, ପ୍ରୟାଗରାଜ, ବାନ୍ଦା ଏବଂ ଆଗ୍ରା ଭଳି ସହରଗୁଡ଼ିକରେ ପାରଦ ୪୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri