Posted inଫୁରସତ

ଏକ ମିନିଟ୍‌ରେ ୯୩ ଏୟାରଲାଇନ୍ସ ଚିହ୍ନିପାରୁଛନ୍ତି ୬ବର୍ଷର କୁନି ଝିଅ

ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍‌ ଛୋଟ ବେଳୁ ହିଁ ପିଲାଙ୍କ ଭିତରେ ଥିବା ଅନେକ ଗୁଣ ଓ ପ୍ରତିଭା ବିଷୟରେ ଜଣାପଡ଼ିଥାଏ। ଏହି ଉକ୍ତିଟିକୁ ସାର୍ଥକ କରିଦେଖାଛନ୍ତି ୬ବର୍ଷର ଅର୍ନା ଗୁପ୍ତା ନାମକ ଜଣେ କୁନି ଝିଅ। ମାତ୍ର ଗୋଟିଏ ମିନିଟ୍‌ରେ ଅର୍ନା ୯୩ଟି ବିମାନକୁ ଚିହ୍ନି ଏକ ରେକର୍ଡ କରିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଅର୍ନା ବିମାନର ପଛ ଭାଗ ବା ଟେଲ ବୋନକୁ ଦେଖି ଏହା କେଉଁ ବିମାନ ବୋଲି ଜାଣିପାରନ୍ତି। ଯାହାର ଚର୍ଚ୍ଚା ଏବେ ଦେଶରେ ନୁହେଁ ବରଂ ବିଦେଶରେ ବି ହେଉଛି। ଅର୍ନାଙ୍କ ଏହି ସଫଳତା ପାଇଁ ତାଙ୍କର ନାଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଯେଉଁଥିପାଇଁ ତାଙ୍କୁ ଚଳିତ ବର୍ଷ ଅର୍ଥାତ୍‌ ୨୦୨୧ ଜୁଲାଇ ୧ରେ ଏକ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଅର୍ନାଙ୍କ ସଫଳତା ପଛରେ ତାଙ୍କର ମା’ଙ୍କ ଯୋଗଦାନ ଥିବା ବେଳେ ଏସବୁର ଅଭ୍ୟାସ ମଧ୍ୟ ତାଙ୍କ ମା’ କରାଇଛନ୍ତି ବୋଲି ଅର୍ନା କହିଛନ୍ତି। ସୂଚନା ମୁତାବକ ଏହା ପୂର୍ବରୁ ଏହି ରେକର୍ଡଟି ଏକ ମିନିଟ୍‌ରେ ୩୯ଟି ବିମାନକୁ ଚିହ୍ନଟ କରିବାର ଥିଲା। ଏଥିରେ ବି ଅର୍ନା ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ପାଇଁ ଲୋକମାନେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ: ନବୀନ

ଭୁବନେଶ୍ୱର,୧୯।୬(ସୁନିତ୍‌ ମିଶ୍ର): ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି…

କାର୍‌ ସହ ଭାଜପା ନେତାଙ୍କୁ ଜାଳିଦେଲେ

ରାୟପୁର, ୧୯।୬: ଛତିଶଗଡ଼ କୋରିଆ ଜିଲାରେ ବାଲି ଖନନକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ଏକ ଜଘନ୍ୟ ହିଂସାକାଣ୍ଡ ଘଟିଛି। ଅଭିଯୁକ୍ତମାନେ ଏକ କାର୍‌କୁ ଧକ୍କା ଦେଇ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri