ସାପକାମୁଡ଼ା ମୃତ୍ୟୁ ପାଇଁ ୬ ଲକ୍ଷ ଟଙ୍କା ଅନୁକମ୍ପା ମିଳୁ

ଭୁବନେଶ୍ୱର,୧୦ା୯(ଅସମାପିକା ସାହୁ)ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏପରିସ୍ଥିତିରେ ସାପ କାମୁଡ଼ାରେ ମୃତ୍ୟୁ ହେଲେ ମିଳୁଥିବା ଅନୁକମ୍ପା ରାଶିରେ ମଧ୍ୟ ଦ୍ୱନ୍ଦ୍ୱ ଦେଖାଦେଇଛି। ପୂର୍ବରୁ ବାଘ, ଭାଲୁ, ହାତୀ ଆଦି ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତ୍ୟୁ ଘଟିଲେ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ମିଳୁଥିଲା। ଏହାକୁ ବନ ବିଭାଗ ଦେଉଥିଲବେଳେ ଏବେ ଏହା ୬ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ସାପ କାମୁଡ଼ା ମୃତ୍ୟୁରେ ରାଜସ୍ବ ବିଭାଗ ପକ୍ଷରୁ ଦିଆଯାଉଥିବା ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶିରେ ବୃଦ୍ଧି ହେଉ ଓ ଏହାକୁ ବନ ବିଭାଗ ଦେଉ ବୋଲି ଦାବି ହେଉଛି।
ଗତ ମେ’ ୩ରେ ବନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶାରେ ବନ୍ୟ ପ୍ରାଣୀଙ୍କ ଦ୍ୱାରା କାହାର ମୃତ୍ୟୁ ଘଟିଲେ ୱାଇଲ୍ଡ ଲାଇଫ୍‌ (ପ୍ରୋଟେକ୍ସନ୍‌) (ଓଡ଼ିଶା) ରୁଲ୍ସ – ୧୯୭୪ ଅନୁଯାୟୀ ପରିବାର ବା ନିକଟତମ ସମ୍ପର୍କୀୟଙ୍କୁ ୬ ଲକ୍ଷ ଟଙ୍କା ମିଳୁଛି। ସେହିପରି ସ୍ଥାୟୀ ଅକର୍ମଣ୍ୟ ଅବସ୍ଥା ବା ସ୍ଥାୟୀ ଭାବେ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହେଲେ (୬୦% ରୁ ଅଧିକ ଅକର୍ମଣ୍ୟ) ୨.୫ଲକ୍ଷ ଟଙ୍କା ଏବଂ ୬୦% କମ୍‌ ହେଲେ ୧.୭୫ ଲକ୍ଷ ଟଙ୍କା ଅନୁକମ୍ପା ଅର୍ଥ ରାଶି ଦିଆଯାଉଛି। ଏଥିସହ ଅନ୍ୟାନ୍ୟ କ୍ଷତି ପାଇଁ ମଧ୍ୟ ଅନୁକମ୍ପା ରହିଛି। ତେବେ ଏହି ଆର୍ଥିକ ଅନୁକମ୍ପା ବନ୍ୟପ୍ରାଣୀଜନିତ ମୃତ୍ୟୁ ବା ଆହତ ପାଇଁ ମିଳୁଛି। କିନ୍ତୁ ବାଘ, ଭାଲୁ, ହାତୀ ପରି ସାପ ମଧ୍ୟ ସଂରକ୍ଷିତ ବନ୍ୟପ୍ରାଣୀ ହୋଇଥିବାରୁ ସାପ କାମୁଡ଼ାଜନିତ ଆର୍ଥିକ ଅନୁକମ୍ପା ମଧ୍ୟ ଆଇନତଃ ବନ ବିଭାଗ ଦେବା ଉଚିତ। ଅର୍ଥାତ୍‌ ନାଗ, ତମ୍ପ, ଚନ୍ଦନ ବୋଡ଼ା, ଅହିରାଜ ଆଦି ବିଷଧର ସାପ କାମୁଡ଼ାରେ ଯଦି କେଉଁ ବ୍ୟକ୍ତିଙ୍କର ମୃତ୍ୟୁ ବା ସ୍ଥାୟୀ ଭାବରେ ଅକର୍ମଣ୍ୟ ହେଉଛନ୍ତିି, ତେବେ ତାଙ୍କ ପରିବାର ସଦସ୍ୟ ବା ନିକଟତମ ସମ୍ପର୍କୀୟଙ୍କୁ ଆଇନ ଅନୁଯାୟୀ ମୃତ୍ୟୁ ପାଇଁ ୬ ଲକ୍ଷ ଟଙ୍କା ଏବଂ ଅକର୍ମଣ୍ୟ ଲାଗି ୨.୫ ଲକ୍ଷ ଟଙ୍କା ଦେବା ଉଚିତ। ଗତ ଏପ୍ରିଲ ୧ରୁ ସଂଶୋଧିତ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ – ୧୯୭୨ ଅନୁଯାୟୀ ନାଗ, ତମ୍ପ, ଚନ୍ଦନ ବୋଡ଼ା ଓ ଅହିରାଜ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ। ଅର୍ଥାତ୍‌ ବାଘ, ହାତୀ, ଭାଲୁ, ମୟୂର ସହିତ ସମାନ। ଚିତି, ରଣା, ଧୂଳିଆ ବୋଡ଼ା ଏହି ୩ ସାପ ସିଡ୍ୟୁଲ-୨ ଅନ୍ତର୍ଭୁକ୍ତ ଅର୍ଥାତ୍‌ ହରିଣ, ଶୁଆ ଆଦିଙ୍କ ସହିତ ସମାନ। ସାପଙ୍କୁ ଧରିବା, ମାରିବା, ଆଦି ବେଆଇନ ବୋଲି ବନ୍ୟପ୍ରାଣୀ ଆଇନ କହୁଛି ଓ ବନ ବିଭାଗ ଏହାକୁ ପାଳନ କରୁଛି। ସାପମାନେ ସଂରକ୍ଷିତ ବନ୍ୟପ୍ରାଣୀ ହୋଇଥିବାରୁ ସାପ କାମୁଡ଼ାଜନିତ ମୃତ୍ୟୁ ପାଇଁ ଓଡ଼ିଶାର ଲୋକେ ଆଇନ୍‌ ଅନୁଯାୟୀ ୬ ଲକ୍ଷ ଟଙ୍କା ପାଇବାର ହକ୍‌ଦାର ବୋଲି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଏ ସମ୍ପର୍କରେ ଜଣେ ବନ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଗତ ମେ’ ୩ ପରଠାରୁ ଯେଉଁମାନେ ସାପ କାମୁଡ଼ାରେ ମରିଛନ୍ତି କିମ୍ବା ଅକର୍ମଣ୍ୟ ହୋଇଛନ୍ତି, ସେମାନେ ନିଜ ଅଞ୍ଚଳର ଡିଏଫ୍‌ଓଙ୍କୁ ଦରଖାସ୍ତ ଦିଅନ୍ତୁ। ଯଦି ଡିଏଫ୍‌ଓ ନ ମାନିବେ, ଜଣେ ଓକିଲଙ୍କ ଜରିଆରେ ଆବେଦନ କରନ୍ତୁ। ଆଇନ ଅନୁଯାୟୀ ବନ ବିଭାଗ ସାପ କାମୁଡ଼ା ପାଇଁ ୬ ଲକ୍ଷ ଟଙ୍କା ଓ ଅକର୍ମଣ୍ୟ ପାଇଁ ୨.୫ ଲକ୍ଷ ଟଙ୍କା ଦେବା ଲାଗି ବାଧ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

ଅପରାଧପ୍ରବଣ ରାଉରକେଲା ରେଳଷ୍ଟେଶନ

ରାଉରକେଲା,୨୮ା୪(ସଙ୍ଗୀତା ଜେନା)ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ରାଉରକେଲା ରେଳ ଷ୍ଟେଶନର ପ୍ରମୁଖତା ରହିଆସିଛି। ଦୂରଦୂରାନ୍ତକୁ ଯାତ୍ରା କରିବା ପାଇଁ ପ୍ରତିଦିନ ଏହି ଷ୍ଟେଶନକୁ ହଜାର...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri