ସାପକାମୁଡ଼ା ମୃତ୍ୟୁ ପାଇଁ ୬ ଲକ୍ଷ ଟଙ୍କା ଅନୁକମ୍ପା ମିଳୁ

ଭୁବନେଶ୍ୱର,୧୦ା୯(ଅସମାପିକା ସାହୁ)ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏପରିସ୍ଥିତିରେ ସାପ କାମୁଡ଼ାରେ ମୃତ୍ୟୁ ହେଲେ ମିଳୁଥିବା ଅନୁକମ୍ପା ରାଶିରେ ମଧ୍ୟ ଦ୍ୱନ୍ଦ୍ୱ ଦେଖାଦେଇଛି। ପୂର୍ବରୁ ବାଘ, ଭାଲୁ, ହାତୀ ଆଦି ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତ୍ୟୁ ଘଟିଲେ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ମିଳୁଥିଲା। ଏହାକୁ ବନ ବିଭାଗ ଦେଉଥିଲବେଳେ ଏବେ ଏହା ୬ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ସାପ କାମୁଡ଼ା ମୃତ୍ୟୁରେ ରାଜସ୍ବ ବିଭାଗ ପକ୍ଷରୁ ଦିଆଯାଉଥିବା ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶିରେ ବୃଦ୍ଧି ହେଉ ଓ ଏହାକୁ ବନ ବିଭାଗ ଦେଉ ବୋଲି ଦାବି ହେଉଛି।
ଗତ ମେ’ ୩ରେ ବନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଶାରେ ବନ୍ୟ ପ୍ରାଣୀଙ୍କ ଦ୍ୱାରା କାହାର ମୃତ୍ୟୁ ଘଟିଲେ ୱାଇଲ୍ଡ ଲାଇଫ୍‌ (ପ୍ରୋଟେକ୍ସନ୍‌) (ଓଡ଼ିଶା) ରୁଲ୍ସ – ୧୯୭୪ ଅନୁଯାୟୀ ପରିବାର ବା ନିକଟତମ ସମ୍ପର୍କୀୟଙ୍କୁ ୬ ଲକ୍ଷ ଟଙ୍କା ମିଳୁଛି। ସେହିପରି ସ୍ଥାୟୀ ଅକର୍ମଣ୍ୟ ଅବସ୍ଥା ବା ସ୍ଥାୟୀ ଭାବେ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହେଲେ (୬୦% ରୁ ଅଧିକ ଅକର୍ମଣ୍ୟ) ୨.୫ଲକ୍ଷ ଟଙ୍କା ଏବଂ ୬୦% କମ୍‌ ହେଲେ ୧.୭୫ ଲକ୍ଷ ଟଙ୍କା ଅନୁକମ୍ପା ଅର୍ଥ ରାଶି ଦିଆଯାଉଛି। ଏଥିସହ ଅନ୍ୟାନ୍ୟ କ୍ଷତି ପାଇଁ ମଧ୍ୟ ଅନୁକମ୍ପା ରହିଛି। ତେବେ ଏହି ଆର୍ଥିକ ଅନୁକମ୍ପା ବନ୍ୟପ୍ରାଣୀଜନିତ ମୃତ୍ୟୁ ବା ଆହତ ପାଇଁ ମିଳୁଛି। କିନ୍ତୁ ବାଘ, ଭାଲୁ, ହାତୀ ପରି ସାପ ମଧ୍ୟ ସଂରକ୍ଷିତ ବନ୍ୟପ୍ରାଣୀ ହୋଇଥିବାରୁ ସାପ କାମୁଡ଼ାଜନିତ ଆର୍ଥିକ ଅନୁକମ୍ପା ମଧ୍ୟ ଆଇନତଃ ବନ ବିଭାଗ ଦେବା ଉଚିତ। ଅର୍ଥାତ୍‌ ନାଗ, ତମ୍ପ, ଚନ୍ଦନ ବୋଡ଼ା, ଅହିରାଜ ଆଦି ବିଷଧର ସାପ କାମୁଡ଼ାରେ ଯଦି କେଉଁ ବ୍ୟକ୍ତିଙ୍କର ମୃତ୍ୟୁ ବା ସ୍ଥାୟୀ ଭାବରେ ଅକର୍ମଣ୍ୟ ହେଉଛନ୍ତିି, ତେବେ ତାଙ୍କ ପରିବାର ସଦସ୍ୟ ବା ନିକଟତମ ସମ୍ପର୍କୀୟଙ୍କୁ ଆଇନ ଅନୁଯାୟୀ ମୃତ୍ୟୁ ପାଇଁ ୬ ଲକ୍ଷ ଟଙ୍କା ଏବଂ ଅକର୍ମଣ୍ୟ ଲାଗି ୨.୫ ଲକ୍ଷ ଟଙ୍କା ଦେବା ଉଚିତ। ଗତ ଏପ୍ରିଲ ୧ରୁ ସଂଶୋଧିତ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ – ୧୯୭୨ ଅନୁଯାୟୀ ନାଗ, ତମ୍ପ, ଚନ୍ଦନ ବୋଡ଼ା ଓ ଅହିରାଜ ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ। ଅର୍ଥାତ୍‌ ବାଘ, ହାତୀ, ଭାଲୁ, ମୟୂର ସହିତ ସମାନ। ଚିତି, ରଣା, ଧୂଳିଆ ବୋଡ଼ା ଏହି ୩ ସାପ ସିଡ୍ୟୁଲ-୨ ଅନ୍ତର୍ଭୁକ୍ତ ଅର୍ଥାତ୍‌ ହରିଣ, ଶୁଆ ଆଦିଙ୍କ ସହିତ ସମାନ। ସାପଙ୍କୁ ଧରିବା, ମାରିବା, ଆଦି ବେଆଇନ ବୋଲି ବନ୍ୟପ୍ରାଣୀ ଆଇନ କହୁଛି ଓ ବନ ବିଭାଗ ଏହାକୁ ପାଳନ କରୁଛି। ସାପମାନେ ସଂରକ୍ଷିତ ବନ୍ୟପ୍ରାଣୀ ହୋଇଥିବାରୁ ସାପ କାମୁଡ଼ାଜନିତ ମୃତ୍ୟୁ ପାଇଁ ଓଡ଼ିଶାର ଲୋକେ ଆଇନ୍‌ ଅନୁଯାୟୀ ୬ ଲକ୍ଷ ଟଙ୍କା ପାଇବାର ହକ୍‌ଦାର ବୋଲି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଏ ସମ୍ପର୍କରେ ଜଣେ ବନ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଗତ ମେ’ ୩ ପରଠାରୁ ଯେଉଁମାନେ ସାପ କାମୁଡ଼ାରେ ମରିଛନ୍ତି କିମ୍ବା ଅକର୍ମଣ୍ୟ ହୋଇଛନ୍ତି, ସେମାନେ ନିଜ ଅଞ୍ଚଳର ଡିଏଫ୍‌ଓଙ୍କୁ ଦରଖାସ୍ତ ଦିଅନ୍ତୁ। ଯଦି ଡିଏଫ୍‌ଓ ନ ମାନିବେ, ଜଣେ ଓକିଲଙ୍କ ଜରିଆରେ ଆବେଦନ କରନ୍ତୁ। ଆଇନ ଅନୁଯାୟୀ ବନ ବିଭାଗ ସାପ କାମୁଡ଼ା ପାଇଁ ୬ ଲକ୍ଷ ଟଙ୍କା ଓ ଅକର୍ମଣ୍ୟ ପାଇଁ ୨.୫ ଲକ୍ଷ ଟଙ୍କା ଦେବା ଲାଗି ବାଧ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?