Posted inଜାତୀୟ

ସ୍ବାମୀଙ୍କୁ ବଶୀକରଣ ପାଇଁ ୫୯ ଲକ୍ଷ ଖର୍ଚ୍ଚ

ମୁମ୍ବାଇ,୧୪।୧୧: ପ୍ରତ୍ୟେକଙ୍କ ଘରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଛୋଟ ଛୋଟ କଳି, ତକରାଳ ହୋଇଥାଏ। ଅନେକେ ଏହାକୁ ଭଲପାଇବାର ଭିନ୍ନ ରୂପ ବୋଲି ମନେକରନ୍ତି। ମୁମ୍ବାଇ ଅନ୍ଧେରୀରେ ରହୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସ୍ତ୍ରୀ ସ୍ବାମୀଙ୍କୁ ବଶୀକରଣ ପାଇଁ ୫୯ ଲକ୍ଷ ଟଙ୍କା ଜଣେ ଜ୍ୟୋତିଷଙ୍କୁ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଘରେ ଲାଗି ରହିଥିବା ଝଗଡ଼ାରେ ଅତିଷ୍ଠ ହୋଇ ସେ ଏପ୍ରକାର ନିଷ୍ପତ୍ତି ନେଇଥିବା ପୋଲିସ କହିଛି। କଳାଯାଦୁ ଜରିଆରେ ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ଭାବେ ନିଜ ଆୟତ୍ତକୁ ଆଣିବା ଲାଗି ସେ ଚେଷ୍ଟା କରିଥିଲେ। ଘଟଣା ନେଇ ମୁମ୍ବାଇର ପୋଓ୍ବାଇ ପୋଲିସ ଶନିବାର ଜ୍ୟୋତିଷ ବାଦଲ ଶର୍ମା ଓ ପରେଶ ଗଡା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି।
୩୯ ବର୍ଷୀୟ ଜଣେ ବ୍ୟବସାୟୀ ଜଣକ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଅନ୍ଧେରୀ ଇଷ୍ଟରେ ରହୁଥିଲେ। ୧୩ ବର୍ଷ ପୂର୍ବେ ଉକ୍ତ ବ୍ୟବସାୟୀଙ୍କ ସ୍ତ୍ରୀ ଅନ୍ୟଜଣଙ୍କ ସହ ଅନୈତିକ ସମ୍ପର୍କ ଥିବା ଜଣାପଡ଼ିଥିଲା।

ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କ ଆପୋସ ବୁଝାମଣା ପରେ ମହିଳା ଜଣକ ପରେଶଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି ରାଜି ହୋଇଥିଲେ। ଏ ଘଟଣା ପରଠୁ ଦୁହିଁଙ୍କ ଭିତରେ ମନୋମାଳିନ୍ୟ ଲାଗି ରହିଥିଲା। ଗତ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବ୍ୟବସାୟୀ ଜଣକ ସ୍ତ୍ରୀଙ୍କ ଜାଣତରେ ଘରେ ୩୫ ଲକ୍ଷ ଟଙ୍କା ଆଣି ରଖିଥିଲେ, ଯାହାକୁ ସେ ଦୀପାବଳି ଅବସରରେ କର୍ମଚାରୀମାନଙ୍କୁ ଦେବାର ଯୋଜନା ଥିଲା। ଅକ୍ଟୋବର ୧୮ରେ ଯେତେବେଳେ ବ୍ୟବସାୟୀ ଜଣକ ଟଙ୍କା କଥା ସ୍ତ୍ରୀଙ୍କୁ କହିଲେ, ସେ ଏ ବାବଦରେ ଜାଣି ନ ଥିବା କହିଥିଲେ। ପରେ ସ୍ବାମୀ ତାଙ୍କ ବଡ଼ ଭାଇଙ୍କୁ ଏ ବିଷୟରେ କହିଥିଲେ। ଦୁଇ ଭାଇ ମହିଳାଙ୍କୁ ଟଙ୍କା ସମ୍ପର୍କରେ ପଚାରିବାରୁ ସେ ସବୁ ସତ ମାନିଯାଇ କହିଥିଲେ, ଘରେ ଲାଗିଥିବା କଳିଝଗଡ଼ାର ସମାଧାନ ପାଇଁ ସେ ପାଖାପାଖି ୫୯ ଲକ୍ଷ ଟଙ୍କା ବାଦଲ ଶର୍ମା ନାମକ ଜ୍ୟୋତିଷଙ୍କୁ ଦେଇଛନ୍ତି, ଯାହାଙ୍କ କଣ୍ଟାକ୍ଟ ସେ ଇନ୍‌ଷ୍ଟାଗ୍ରାମରୁ ପାଇଥିଲେ। ନିଜ ଅସୁବିଧା କଥା ମହିଳା ଜଣକ ବାଦଲଙ୍କୁ ଜଣାଇବା ପରେ ସେ କଳାଯାଦୁ ଦ୍ୱାରା ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ଏକଥା ମହିଳା ଜଣକ ନିଜ ପୁରୁଷ ବନ୍ଧୁ ପରେଶଙ୍କୁ ମଧ୍ୟ ଜଣାଇଥିଲେ। ମହିଳା ଓ ଜ୍ୟୋତିଷଙ୍କ ମଧ୍ୟରେ ପରେଶ ମଧ୍ୟସ୍ଥତାର କାମ କରୁଥିବା ପୋଲିସ କହିଛି। ଅର୍ଥ ଏବଂ ଅନେକ ସୁନା ଗହଣା ମହିଳା ଜଣକ ବାଦଲଙ୍କୁ ଦେଇଥିବା କହିଥିଲେ, ଯାହାପରେ ସ୍ବାମୀ ଏ ନେଇ ପୋଓ୍ବାଇ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଆଇପିସି ଦଫା ୪୨୦, ୪୦୬ ଏବଂ ୩୪ ଅଧୀନରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri