Posted inଜାତୀୟ

ସ୍ବାମୀଙ୍କୁ ବଶୀକରଣ ପାଇଁ ୫୯ ଲକ୍ଷ ଖର୍ଚ୍ଚ

ମୁମ୍ବାଇ,୧୪।୧୧: ପ୍ରତ୍ୟେକଙ୍କ ଘରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଛୋଟ ଛୋଟ କଳି, ତକରାଳ ହୋଇଥାଏ। ଅନେକେ ଏହାକୁ ଭଲପାଇବାର ଭିନ୍ନ ରୂପ ବୋଲି ମନେକରନ୍ତି। ମୁମ୍ବାଇ ଅନ୍ଧେରୀରେ ରହୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସ୍ତ୍ରୀ ସ୍ବାମୀଙ୍କୁ ବଶୀକରଣ ପାଇଁ ୫୯ ଲକ୍ଷ ଟଙ୍କା ଜଣେ ଜ୍ୟୋତିଷଙ୍କୁ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଘରେ ଲାଗି ରହିଥିବା ଝଗଡ଼ାରେ ଅତିଷ୍ଠ ହୋଇ ସେ ଏପ୍ରକାର ନିଷ୍ପତ୍ତି ନେଇଥିବା ପୋଲିସ କହିଛି। କଳାଯାଦୁ ଜରିଆରେ ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ଭାବେ ନିଜ ଆୟତ୍ତକୁ ଆଣିବା ଲାଗି ସେ ଚେଷ୍ଟା କରିଥିଲେ। ଘଟଣା ନେଇ ମୁମ୍ବାଇର ପୋଓ୍ବାଇ ପୋଲିସ ଶନିବାର ଜ୍ୟୋତିଷ ବାଦଲ ଶର୍ମା ଓ ପରେଶ ଗଡା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି।
୩୯ ବର୍ଷୀୟ ଜଣେ ବ୍ୟବସାୟୀ ଜଣକ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଅନ୍ଧେରୀ ଇଷ୍ଟରେ ରହୁଥିଲେ। ୧୩ ବର୍ଷ ପୂର୍ବେ ଉକ୍ତ ବ୍ୟବସାୟୀଙ୍କ ସ୍ତ୍ରୀ ଅନ୍ୟଜଣଙ୍କ ସହ ଅନୈତିକ ସମ୍ପର୍କ ଥିବା ଜଣାପଡ଼ିଥିଲା।

ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କ ଆପୋସ ବୁଝାମଣା ପରେ ମହିଳା ଜଣକ ପରେଶଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି ରାଜି ହୋଇଥିଲେ। ଏ ଘଟଣା ପରଠୁ ଦୁହିଁଙ୍କ ଭିତରେ ମନୋମାଳିନ୍ୟ ଲାଗି ରହିଥିଲା। ଗତ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବ୍ୟବସାୟୀ ଜଣକ ସ୍ତ୍ରୀଙ୍କ ଜାଣତରେ ଘରେ ୩୫ ଲକ୍ଷ ଟଙ୍କା ଆଣି ରଖିଥିଲେ, ଯାହାକୁ ସେ ଦୀପାବଳି ଅବସରରେ କର୍ମଚାରୀମାନଙ୍କୁ ଦେବାର ଯୋଜନା ଥିଲା। ଅକ୍ଟୋବର ୧୮ରେ ଯେତେବେଳେ ବ୍ୟବସାୟୀ ଜଣକ ଟଙ୍କା କଥା ସ୍ତ୍ରୀଙ୍କୁ କହିଲେ, ସେ ଏ ବାବଦରେ ଜାଣି ନ ଥିବା କହିଥିଲେ। ପରେ ସ୍ବାମୀ ତାଙ୍କ ବଡ଼ ଭାଇଙ୍କୁ ଏ ବିଷୟରେ କହିଥିଲେ। ଦୁଇ ଭାଇ ମହିଳାଙ୍କୁ ଟଙ୍କା ସମ୍ପର୍କରେ ପଚାରିବାରୁ ସେ ସବୁ ସତ ମାନିଯାଇ କହିଥିଲେ, ଘରେ ଲାଗିଥିବା କଳିଝଗଡ଼ାର ସମାଧାନ ପାଇଁ ସେ ପାଖାପାଖି ୫୯ ଲକ୍ଷ ଟଙ୍କା ବାଦଲ ଶର୍ମା ନାମକ ଜ୍ୟୋତିଷଙ୍କୁ ଦେଇଛନ୍ତି, ଯାହାଙ୍କ କଣ୍ଟାକ୍ଟ ସେ ଇନ୍‌ଷ୍ଟାଗ୍ରାମରୁ ପାଇଥିଲେ। ନିଜ ଅସୁବିଧା କଥା ମହିଳା ଜଣକ ବାଦଲଙ୍କୁ ଜଣାଇବା ପରେ ସେ କଳାଯାଦୁ ଦ୍ୱାରା ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ଏକଥା ମହିଳା ଜଣକ ନିଜ ପୁରୁଷ ବନ୍ଧୁ ପରେଶଙ୍କୁ ମଧ୍ୟ ଜଣାଇଥିଲେ। ମହିଳା ଓ ଜ୍ୟୋତିଷଙ୍କ ମଧ୍ୟରେ ପରେଶ ମଧ୍ୟସ୍ଥତାର କାମ କରୁଥିବା ପୋଲିସ କହିଛି। ଅର୍ଥ ଏବଂ ଅନେକ ସୁନା ଗହଣା ମହିଳା ଜଣକ ବାଦଲଙ୍କୁ ଦେଇଥିବା କହିଥିଲେ, ଯାହାପରେ ସ୍ବାମୀ ଏ ନେଇ ପୋଓ୍ବାଇ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଆଇପିସି ଦଫା ୪୨୦, ୪୦୬ ଏବଂ ୩୪ ଅଧୀନରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?