୨୮ ପ୍ରକଳ୍ପକୁ ୫୮୮ କୋଟିର ଜମି ଆବଣ୍ଟନ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜ୍ୟରେ ପ୍ରାୟ ୫୮୮ କୋଟି ଟଙ୍କା ପୁଞ୍ଜି ନିବେଶ ହେବାକୁ ଥିବା ୨୮ଟି ଶିଳ୍ପ ପ୍ରକଳ୍ପକୁ ଜମି ଯୋଗାଇ ଦିଆଯାଇଛି। ଏହି ଶିଳ୍ପ କାର୍ଯ୍ୟକ୍ଷମ ହେଲେ ୩୨୪୫ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିପାରିବ। ଗୁରୁବାର ଲୋକସେବା ଭବନଠାରେ ଡିଜିଟାଲ ମୋଡରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରୁ ଏହା ଜଣାପଡିଛି।
ରାଜ୍ୟସ୍ତରୀୟ ସିଙ୍ଗିଲ୍‌ ଓ୍ବିଣ୍ଡୋ ଏବଂ ନୋଡାଲ୍‌ ବିଭାଗଗୁଡିକ ମାଧ୍ୟମରେ ଆସିଥିବା ୧୨ଟି ଏବଂ ଜିଲାସ୍ତରୀୟ ସିଙ୍ଗିଲ୍‌ ଓ୍ବିଣ୍ଡୋ ମାଧ୍ୟମରେ ଆସିଥିବା ୧୫ଟି ପୁଞ୍ଜି ନିବେଶ ପ୍ରସ୍ତାବକୁ ବୈଠକରେ ଜମି ଆବଣ୍ଟନ କରାଯାଇଛି। ମୁଖ୍ୟତଃ ବି-ଓ୍ବାନ୍‌ ବିଜ୍‌ନେସ୍‌ ହାଉସ ପ୍ରାଇଭେଟ୍‌ ଲିଃର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଫାଲକନ୍‌ ସାମୁଦ୍ରିକ ଚିଙ୍ଗୁଡି ପ୍ରକ୍ରିୟାକରଣ ଏବଂ ଇନ୍‌ଟେକ୍‌ ଇଣ୍ଡିଆ ଲିଃର ଚିଙ୍ଗୁଡି ଖାଦ୍ୟ ଉପତ୍ାଦନ ଉଦ୍ୟୋଗ ପାଇଁ ଡେରାସ୍‌ର ସି-ଫୁଡ୍‌ ପାର୍କରେ ଜମି ଦେବା ନିମନ୍ତେ ନିଷ୍ପତ୍ତି ହୋଇଛି। ସେହିପରି ୟୁ.ବି.ଏନ୍‌ ସଫ୍ଟଓ୍ବେର ୟୁନିଟ୍‌ ଏବଂ ରାଜ୍ୟ ଡାଟା ସେଣ୍ଟର ପାଇଁ ଇନ୍‌ଫୋଭ୍ୟାଲି-୨ ଶିଳ୍ପାଞ୍ଚଳ, ବିଶ୍ୱ କୌଶଳ କେନ୍ଦ୍ର ପାଇଁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଅଟୋମୋବାଇଲ୍‌ କ୍ଲଷ୍ଟର ପାଇଁ ଖୋର୍ଦ୍ଧା ଜିଲାର ବାଲିଅନ୍ତା ତହସିଲ ଏବଂ ପାହାଳ ରସୋଗୋଲା ‘କମନ ଫାସିଲିଟି ସେଣ୍ଟର’ ପାଇଁ ଖୋର୍ଦ୍ଧା ଜିଲାର ଅନନ୍ତପୁର ଠାରେ ଜମି ଦିଆଯିବା ନିମନ୍ତେ ନିଷ୍ପତ୍ତି ହୋଇଛି। ଜିଲା ସିଙ୍ଗିଲ୍‌ ଓ୍ବିଣ୍ଡୋ କମିଟିଗୁଡିକ ଠାରୁ ମିଳିଥିବା ସୁପାରିସ ଅନୁସାରେ ୧୬ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଭୁବନେଶ୍ୱର, ଛତାବର, ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଯାଆଁଳା ଏବଂ ଚନ୍ଦକା ଆଦି ଶିଳ୍ପାଞ୍ଚଳରେ ଜମି ଦେବା ନିମନ୍ତେ ନିଷ୍ପତ୍ତି ହୋଇଛି।
ଏହି ବୈଠକରେ ଇଡ୍‌କୋର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ପ୍ରକଳ୍ପଗୁଡିକ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ମୁଖ୍ୟତଃ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉପତ୍ାଦ ପ୍ରକ୍ରିୟାକରଣ, ମୋଟରଯାନ, ପର୍ଯ୍ୟଟନ, ହାଲୁକା ଯନ୍ତ୍ରପାତି, ବିଭିନ୍ନ ପଦାର୍ଥ ବିପଣୀ-ମହଜୁଦ ନିମନ୍ତେ ଭଣ୍ଡାର ବ୍ୟବସ୍ଥା, ବିହନ ପ୍ରକ୍ରିୟାକରଣ ଏବଂ ସରଞ୍ଜାମ ନିର୍ମାଣ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ନିୟମ ଅନୁଯାୟୀ ପ୍ରକଳ୍ପଗୁଡ଼ିକ ରାଜ୍ୟ ଓ ଜିଲାସ୍ତରୀୟ ସିଙ୍ଗିଲ୍‌ ଓ୍ବିଣ୍ଡୋ କମିଟି ଏବଂ ବିଭିନ୍ନ ସରକାରୀ ନୋଡାଲ ବିଭାଗଗୁଡିକ ଦ୍ୱାରା ସୁପାରିସ କରାଯାଇଛି। ବୈଷୟିକ କମିଟି ଦ୍ୱାରା ମଧ୍ୟ ଏଗୁଡ଼ିକର ଯାଞ୍ଚ କରାଯାଇଛି। ଶିଳ୍ପାୟନ ନିମନ୍ତେ ଏହି ପ୍ରକଳ୍ପଗୁଡିକର ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଉପଲବ୍ଧ ଥିବା ଜମିର ସ୍ଥିତି ବିଷୟରେ ସିଂ ସୂଚନା ଦେଇଥିଲେ।
ପ୍ରକଳ୍ପଗୁଡିକୁ ଜମି ଆବଣ୍ଟନ ନିମନ୍ତେ ନୀତିଗତ ଅନୁମୋଦନ ଦେଇ ଇଡ୍‌କୋ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ଉଦ୍ୟୋଗୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପଗୁଡିକର ଶୀଘ୍ର କାର୍ଯ୍ୟକ୍ଷମ କରିବା ସକାଶେ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଞ୍ଜୟ କୁମାର ସିଂ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ ଚୌଧାରୀ, ଖୋର୍ଦ୍ଧା ଜିଲାପାଳ ସନତ୍‌ ମହାନ୍ତି ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri