Posted inଫୁରସତ

ରେଳଧାରଣା ଭାଙ୍ଗିଥିବା ଦେଖି ଲାଲ ଶାଢ଼ୀ ହଲାଇଲେ ବୃଦ୍ଧା, ଟଳିଲା ବଡ ଦୁର୍ଘଟଣା

କେବଳ ଅଧ୍ୟୟନ ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇ ନ ଥାଏ। ଅନେକ ସମୟରେ ପାଠ ନ ପଢ଼ି ମଧ୍ୟ କିଛି ଲୋକ ଏଭଳି କାର୍ଯ୍ୟ କରିଥାନ୍ତି, ଯାହା ପ୍ରଶଂସାର କାରଣ ପାଲଟେ। ଉତ୍ତରପ୍ରଦେଶର ଏଟା ଜିଲାରେ ଜଣେ ବୃଦ୍ଧା ମହିଳା ଏଭଳି କିଛି କାର୍ଯ୍ୟ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ସେ ନିଜର ଉପସ୍ଥିତ ବୁଦ୍ଧିକୁ ଉପଯୋଗ କରି ଏକ ବଡ଼ ଦୁର୍ଘଟଣାକୁ ଏଡାଇ ପାରିଛନ୍ତି।

ସୂଚନାନୁଯାୟୀ, ଆଭାଭଗଡ଼ ଅଞ୍ଚଳର କୁଲବା ରେଲଓ୍ବେ ହଲ୍ଟ ଷ୍ଟେଶନ ନିକଟରେ ଥିବା ନିଜ ଜମିରେ କାମ କରିବାକୁ ଗୁଲାରିଆ ଗ୍ରାମର ୫୮ ବର୍ଷୀୟ ଓମବତୀ ଯାଇଥିଲେ। ସକାଳ ପ୍ରାୟ ୮ଟା ସମୟରେ ମହିଳାଜଣଙ୍କ କ୍ଷେତକୁ ଯାଉଥିବା ବେଳେ ସେ ରେଳଧାରଣା ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିଲେ। କିଛି ସମୟ ପରେ ଉକ୍ତ ବାଟ ଦେଇ ତୁଣ୍ଡଲା ଯାତ୍ରୀବାହୀ ଟ୍ରେନ୍‌ ଅତିକ୍ରମ କରିବା ନେଇ ସେ ଜାଣିଥିଲେ। ଏଣୁ କିଛି ଦୁର୍ଘଟଣା ଘଟିଯିବା ଆଶଙ୍କା କରିଥିଲେ ସେ। ଏଣୁ ବିଳମ୍ବ ନ କରି ତାଙ୍କ ଘରକୁ ଯାଇ ଏକ ଲାଲ୍‌ ରଙ୍ଗର ଶାଢ଼ୀ ଆଣି ଭାଙ୍ଗି ଯାଇଥିବା ଟ୍ରାକ୍‌ରେ ବାନ୍ଧି ଯାଇଥିଲେ। ଟ୍ରେନ୍‌ ଯେତେବେଳେ ପାଖେଇ ଆସିଥିଲା, ସେତେବେଳେ ମହିଳାଜଣଙ୍କ ଦୂରରୁ ଶାଢ଼ୀର କାନିକୁ ହଲାଇଥିଲେ। ଏହାଦେଖି ଲୋକୋ ପାଇଲଟ୍‌ ଜରୁରୀକାଳୀନ ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ଅଟକାଇଥିଲେ।

ଟ୍ରେନ୍‌ ଅଟକାଇବା ପରେ ଡ୍ରାଇଭରଜଣଙ୍କ ମହିଳାଙ୍କ ପାଖରେ ପହଞ୍ଚି ଟ୍ରେନ୍‌ କାହିଁକି ଅଟକାଇଲ ବୋଲି ପଚାରିଥିଲେ। ଏହାପରେ ମହିଳାଜଣଙ୍କ ଭଙ୍ଗା ଟ୍ରାକ୍‌ ତାଙ୍କୁ ଦେଖାଇଥିଲେ। ଏପରିକି ଲାଲ ପତାକା ବିପଦର ସଙ୍କେତ। ଏହାକୁ ଦେଖାଇଲେ ଟ୍ରେନ୍‌ ଅଟକିଯାଏ ବୋଲି ସେ ଜାଣିଥିଲେ। ଏଣୁ ସେ ଏପରି କରିଥିବା ନେଇ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲା। ପ୍ରାୟ ଅଧା ଘଣ୍ଟା ପରେ ଟ୍ରାକ୍‌କୁ ମରାମତି କରାଯାଇଥିଲା। ଏହାପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା। ଏବେ ମହିଳାଙ୍କ ଏଭଳି କାର୍ଯ୍ୟ ନେଇ ତାଙ୍କର ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?