Posted inଫୁରସତ

ରେଳଧାରଣା ଭାଙ୍ଗିଥିବା ଦେଖି ଲାଲ ଶାଢ଼ୀ ହଲାଇଲେ ବୃଦ୍ଧା, ଟଳିଲା ବଡ ଦୁର୍ଘଟଣା

କେବଳ ଅଧ୍ୟୟନ ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇ ନ ଥାଏ। ଅନେକ ସମୟରେ ପାଠ ନ ପଢ଼ି ମଧ୍ୟ କିଛି ଲୋକ ଏଭଳି କାର୍ଯ୍ୟ କରିଥାନ୍ତି, ଯାହା ପ୍ରଶଂସାର କାରଣ ପାଲଟେ। ଉତ୍ତରପ୍ରଦେଶର ଏଟା ଜିଲାରେ ଜଣେ ବୃଦ୍ଧା ମହିଳା ଏଭଳି କିଛି କାର୍ଯ୍ୟ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ସେ ନିଜର ଉପସ୍ଥିତ ବୁଦ୍ଧିକୁ ଉପଯୋଗ କରି ଏକ ବଡ଼ ଦୁର୍ଘଟଣାକୁ ଏଡାଇ ପାରିଛନ୍ତି।

ସୂଚନାନୁଯାୟୀ, ଆଭାଭଗଡ଼ ଅଞ୍ଚଳର କୁଲବା ରେଲଓ୍ବେ ହଲ୍ଟ ଷ୍ଟେଶନ ନିକଟରେ ଥିବା ନିଜ ଜମିରେ କାମ କରିବାକୁ ଗୁଲାରିଆ ଗ୍ରାମର ୫୮ ବର୍ଷୀୟ ଓମବତୀ ଯାଇଥିଲେ। ସକାଳ ପ୍ରାୟ ୮ଟା ସମୟରେ ମହିଳାଜଣଙ୍କ କ୍ଷେତକୁ ଯାଉଥିବା ବେଳେ ସେ ରେଳଧାରଣା ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିଲେ। କିଛି ସମୟ ପରେ ଉକ୍ତ ବାଟ ଦେଇ ତୁଣ୍ଡଲା ଯାତ୍ରୀବାହୀ ଟ୍ରେନ୍‌ ଅତିକ୍ରମ କରିବା ନେଇ ସେ ଜାଣିଥିଲେ। ଏଣୁ କିଛି ଦୁର୍ଘଟଣା ଘଟିଯିବା ଆଶଙ୍କା କରିଥିଲେ ସେ। ଏଣୁ ବିଳମ୍ବ ନ କରି ତାଙ୍କ ଘରକୁ ଯାଇ ଏକ ଲାଲ୍‌ ରଙ୍ଗର ଶାଢ଼ୀ ଆଣି ଭାଙ୍ଗି ଯାଇଥିବା ଟ୍ରାକ୍‌ରେ ବାନ୍ଧି ଯାଇଥିଲେ। ଟ୍ରେନ୍‌ ଯେତେବେଳେ ପାଖେଇ ଆସିଥିଲା, ସେତେବେଳେ ମହିଳାଜଣଙ୍କ ଦୂରରୁ ଶାଢ଼ୀର କାନିକୁ ହଲାଇଥିଲେ। ଏହାଦେଖି ଲୋକୋ ପାଇଲଟ୍‌ ଜରୁରୀକାଳୀନ ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ଅଟକାଇଥିଲେ।

ଟ୍ରେନ୍‌ ଅଟକାଇବା ପରେ ଡ୍ରାଇଭରଜଣଙ୍କ ମହିଳାଙ୍କ ପାଖରେ ପହଞ୍ଚି ଟ୍ରେନ୍‌ କାହିଁକି ଅଟକାଇଲ ବୋଲି ପଚାରିଥିଲେ। ଏହାପରେ ମହିଳାଜଣଙ୍କ ଭଙ୍ଗା ଟ୍ରାକ୍‌ ତାଙ୍କୁ ଦେଖାଇଥିଲେ। ଏପରିକି ଲାଲ ପତାକା ବିପଦର ସଙ୍କେତ। ଏହାକୁ ଦେଖାଇଲେ ଟ୍ରେନ୍‌ ଅଟକିଯାଏ ବୋଲି ସେ ଜାଣିଥିଲେ। ଏଣୁ ସେ ଏପରି କରିଥିବା ନେଇ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲା। ପ୍ରାୟ ଅଧା ଘଣ୍ଟା ପରେ ଟ୍ରାକ୍‌କୁ ମରାମତି କରାଯାଇଥିଲା। ଏହାପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା। ଏବେ ମହିଳାଙ୍କ ଏଭଳି କାର୍ଯ୍ୟ ନେଇ ତାଙ୍କର ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri