Posted inଖେଳ

ଆଇପିଏଲ୍‌ ନିଲାମିରେ ୫୭୪ ଖେଳାଳି

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.): ଆଗାମି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ପାଇଁ ଖେଳାଳି ନିଲାମି ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦାହଠାରେ ହେବ। ଏଥିପାଇଁ ଶୁକ୍ରବାର ୫୭୪ ଜଣିଆ ଖେଳାଳି ତାଲିକା ପ୍ରକାଶ ପାଇଛି। ତନ୍ମଧ୍ୟରେ ୩୬୬ ଭାରତୀୟ ଖେଳାଳି ଅଛନ୍ତି। ଖେଳାଳିଙ୍କ ଟପ୍‌ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରଖାଯାଇଛି। ଏଥିରେ ରିଷଭ ପନ୍ତ, ଶ୍ରେୟସ ଆୟର ଓ ଅର୍ଶଦୀପ ସିଂଙ୍କ ଚାହିଦା ରହିବ ବୋଲି ଆଶା କରାଯାଉଛି। ନିଲାମିରେ ଭାଗ ନେବାକୁଥିବା ସର୍ବକନିଷ୍ଠ ଖେଳାଳି ହେଲେ ଭାରତର ୧୯ ବର୍ଷ ବର୍ଷରୁ କମ୍‌ କ୍ରିକେଟର ବିହାରର ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ବେସ୍‌ ପ୍ରାଇସ୍‌ ୩୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପ୍ରଥମେ ୧୫୭୪ ଜଣିଆ ଖେଳାଳି ତାଲିକା ପ୍ରସ୍ତୁତ କରିଥିଲା। ଶୁକ୍ରବାର ଏହୀ ସଂଖ୍ୟା ୫୭୪କୁ ହ୍ରାସ କରିଥିଲା। ଏଥିରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ୨୦୮ ରହିଛି। ବର୍ତ୍ତମାନର ସମସ୍ତ ଭାରତ ଖେଲାଳି ଟପ୍‌ ବେସ୍‌ ପ୍ରାଇସ୍‌ ବ୍ରାକେଟରେ ରହିଛନ୍ତି। ପନ୍ତ ସବୁଠାରୁ ଦାମି ଖେଳାଳି ହେବାକୁ ଯାଉଛନ୍ତି। ତାଙ୍କୁ ହୁଏତ ପଞ୍ଜାବ କିଙ୍ଗ୍ସ ଭଳି ଦଳ କ୍ରୟ କରିପାରେ, ଯାହା ପାଖରେ ଖେଳାଳି କ୍ରୟ ପାଇଁ ସର୍ବାଧିକ ୧୧୦.୫ କୋଟି ଟଙ୍କା ରହିଛି। ଅନ୍ୟ ଯେଉଁ ବଡ଼ ଖେଳାଳିମାନଙ୍କର ଚାହିଦା ରହିବ ସେମାନଙ୍କ ମଧ୍ୟରେ ଆଇପିଏଲ ବିଜୟୀ ଅଧିନାୟକ ଶ୍ରେୟସ ଆୟର, ଦକ୍ଷ ଅନ୍ତର୍ଜାତୀୟ ଟି୨୦ ବୋଲର ଅର୍ଶଦୀପ ସିଂ, କେ.ଏଲ୍‌ ରାହୁଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ଓ ଆଭେଶ ଖାନ୍‌। ଖବର ଅନୁସାରେ ୮୧ ଖେଳାଳି ଟପ୍‌ ବ୍ରାକେଟରେ ରହିଥିବା ବେଳେ ୨୭ଜଣ ୧.୫ କୋଟି କାଟେଗୋରିରେ ଅଛନ୍ତି। ସେହିପରି ୧୮ଜଣ ୧.୨୫ କୋଟି କାଟେଗୋରିରେ ରହିଥିବା ବେଳେ ୨୩ଜଣଙ୍କ ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ରହିଛି। ଇଂଲଣ୍ଡର ଜୋସ ବଟଲର ଏବଂ ତାଙ୍କ ଦେଶର ହ୍ୟାରି ବ୍ରୁକ୍‌ ଓ ଜନି ବେୟାରଷ୍ଟୋଙ୍କ ନାମ ୧କୋଟି ଟଙ୍କା ବେସ୍‌ ପ୍ରାଇସ୍‌ ବ୍ରାକେଟରେ ସ୍ଥାନ ପାଇଛନ୍ତି। ସେହିପରି ଅବସର ନେଇଥିବା ଜେମ୍ସ ଆଣ୍ଡରସନଙ୍କ ବେସ୍‌ ପ୍ରାଇସ୍‌ ୧.୨୫ କୋଟି ଟଙ୍କା ରଖାଯାଇଛି। ନିଲାମିରେ ଭାରତରୁ ପ୍ରତିନିଧିତ୍ୱ କରିଥିବା ୪୮ ଏବଂ ନିଜ ଦେଶରୁ ଖେଳିଥିବା ୧୯୩ ବିଦେଶୀଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଥିବା ପୂର୍ବତନ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ବର୍ତ୍ତମାନ ଜଣେ ସହଯୋଗୀ ସଦସ୍ୟ ରାଷ୍ଟ୍ର ଖେଳାଳି। ସେ ଏବଂ ସିମର ସୌରଭ ନେଥ୍ରାଭାଲ୍‌କର ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇ ନାହାନ୍ତି। ସେହିପରି ଏମ୍‌ଆଇ ଏମିରେଟ୍ସ ତରଫରୁ ଖେଳୁଥିବା ଇଯାଲୀର ଥୋମାସ ଡ୍ରାକା ମଧ୍ୟ ନିଲାମି ତାଲତିକାରୁ ବାଦ୍‌ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?