Posted inଜାତୀୟ

ମୋଦିଙ୍କ ଗୃହରାଜ୍ୟର ୫୬୦ ଧୀବର ପାକିସ୍ତାନ ଜେଲରେ ବନ୍ଦୀ: ବିଧାନସଭାରେ ସରକାରଙ୍କ ଜବାବ…

ଅହମଦାବାଦ,୭।୩ : ବିଧାନସଭାରେ ଗୁଜରାଟ ସରକାର ସୂଚନା ଦେଇଛନ୍ତି ଯେ ରାଜ୍ୟର ୫୬୦ ଧୀବର ପାକିସ୍ତାନ ଜେଲରେ ଅଛନ୍ତି। ସେମାନେ ଭୁଲରେ ଭାରତୀୟ ସାମୁଦ୍ରିକ ସୀମା ପାର ହୋଇ ମାଛ ଧରୁଥିବାବେଳେ ପାକିସ୍ତାନୀ ତଟରକ୍ଷୀ ବାହିନୀ ହାତରେ ଧରାପଡିଥିଲେ। ବିଧାନସଭାରେ ଏ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ସରକାର ଏପରି କହିଛନ୍ତି। ଗୁଜୁରାଟର ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରାଘବଜୀ ପଟେଲ କହିଛନ୍ତି ଯେ ୩୧ ଡିସେମ୍ବର ୨୦୨୨ ସୁଦ୍ଧା ରାଜ୍ୟର ମୋଟ ୫୬୦ ଧୀବର ପାକିସ୍ତାନ ଜେଲରେ ଅଛନ୍ତି।

୨୦୨୧ ମସିହାରେ ଗୁଜୁରାଟର ୧୯୩ ଧୀବର ଦ୍ୱାରା ଧରାପଡିଥିଲେ। ୨୦୨୨ ମସିହାରେ ଏହି ସଂଖ୍ୟା ୮୧ ଥିଲା।ଗତ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନ ଦ୍ୱାରା ୫୫ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରାଯାଇଛି। ସେଥିମଧ୍ୟରୁ ୨୦୨୧ ମସିହାରେ ୨୦ ଜଣ ଏବଂ ୨୦୨୨ ମସିହାରେ ୩୫ ଜଣଙ୍କୁ ମୁକ୍ତ କରାଯାଇଥିଲା।

ପାକିସ୍ତାନ ସେନା ଦ୍ୱାରା ଧରାଯାଇଥିବା ଧୀବରଙ୍କ ପରିବାରକୁ ସରକାର ଦେଇଥିବା ସହାୟତାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ସୂଚନା ଦେଇଛନ୍ତି ଯେ ପାକିସ୍ତାନୀ ଜେଲରେ ରହୁଥିବା ୩୨୩ ମତ୍ସ୍ୟଜୀବୀଙ୍କ ପରିବାରଙ୍କୁ ପ୍ରତିଦିନ ୩୦୦ ଟଙ୍କା ସହାୟତା ଦିଆଯାଉଛି। ୨୦୨୧ ମସିହାରେ ୩୦୦ ପରିବାରଙ୍କୁ ଏହି ଆର୍ଥିକ ସହାୟତା ଦିଆଯାଇଥିଲା। ୨୦୨୨ ମସିହାରେ ୪୨୮ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଦାଖ ସୀମାରେ ଚାଇନାର ୨୫ ଫ୍ରଣ୍ଟଲାଇନ ଜେଟ୍‌

ନୂଆଦିଲ୍ଲୀ,୧୧।୬: ପୂର୍ବ ଲଦାଖ ସେକ୍ଟର ନିକଟ ହୋଟନ ଏୟାରବେସ୍‌ରେ ଚାଇନା ବାୟୁସେନା ୨୫ଟି ଫ୍ରଣ୍ଟଲାଇନ ଯୁଦ୍ଧବିମାନ ମୁତୟନ କରିଥିବା ଜଣାପଡ଼ିଛି। ସେଥିରେ ଜେ-୧୧ ଏବଂ ଜେ-୨୦...

ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ୧୨୦୦ କିମି ପରୀକ୍ଷା କେନ୍ଦ୍ରକୁ ନେଲେ ସ୍ବାମୀ

ରାଞ୍ଚି,୫ା୯: କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଗାଡ଼ିମୋଟର ଚଳାଚଳ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇନାହିଁ। ଯେତିକି ଗାଡ଼ି ଚାଲୁଛି ସେଥିରେ ଲୋକେ ମଧ୍ୟ ଯିବାକୁ...

ଖାଦ୍ୟରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ଖାଦ୍ୟ ଉପରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ସାବଧାନ ହୋଇଯାନ୍ତୁ। ଏହାଦ୍ୱାରା ବିଭିନ୍ନ  ଶାରୀରିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଲୁଣ ଏଭଳି ଏକ...

ଲାଲ୍‌ ଚୌକରେ ତ୍ରିରଙ୍ଗା ଉଡ଼ାଇବାକୁ ଯାଉଥିବା ଭାଜପା କର୍ମୀଙ୍କୁ ଗିରଫ କଲା ପୋଲିସ

ଶ୍ରୀନଗର, ୨୬।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ସଦସ୍ୟା ମେହବୁବା ମୁଫ୍‌ତି ତ୍ରିରଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟ ନେଇ ରାଜ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି।...

ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବିଭାଗୀୟ ହାଜତରେ ରହିବେ ସଞ୍ଜୟ ରାଉତ

ମୁମ୍ବାଇ,୨୨।୮: ପାତ୍ରା ଚୌଲ ସହ ଜଡ଼ିତ ‘ମନି ଲଣ୍ଡରିଙ୍ଗ’ ମାମଲାର ବିଚାର କରି ସ୍ବତନ୍ତ୍ର ଅଦାଲତର ବିଚାରପତି ଏମ୍‌. ଜି. ଦେଶପାଣ୍ଡେ ସୋମବାର ସଞ୍ଜୟ ରାଉତଙ୍କ...

ପାକିସ୍ତାନରେ ରହିବାକୁ ଅଜୀମ୍‌ ପ୍ରେମ୍‌ଜୀଙ୍କ ପିତା ଜିହ୍ନାଙ୍କୁ କରିଥିଲେ ମନା

ନୂଆଦିଲ୍ଲୀ,୨୪।୭: ଦେଶର ବିଶିଷ୍ଟ ଶିଳ୍ପପ୍ରତି ତଥା ଓ୍ବିପ୍ରୋର ପ୍ରତିଷ୍ଠାତା ଅଜୀମ୍‌ ପ୍ରେମ୍‌ଜୀ ବୁଧବାର ୭୪ ବର୍ଷରେ ପାଦ ଦେଇଛନ୍ତି। ୧୯୪୫ ଜୁଲାଇ ୨୪ରେ ସେ ମୁମ୍ବାଇଠାରେ...

ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟରେ ହେବ: ଓମ୍‌ ବିର୍ଲା

ନୂଆଦିଲ୍ଲୀ,୧୦।୫: ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟରେ ହେବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ରବିବାର...

୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪,୧୦୦…

ନୂଆଦିଲ୍ଲୀ, ୨୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୬୬୦ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା...

Advertisement
Archives

Model This Week