Posted inଜାତୀୟ

ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଶହୀଦ ହୋଇଛନ୍ତି ୫୫ ସୁରକ୍ଷାକର୍ମୀ

ଶ୍ରୀନଗର, ୧୨।୧୦: ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ୭୫ଟି ସଫଳ ଅପରେସନ ହୋଇଛି ବୋଲି ୟୁନିୟନ ଟେରିଟୋରୀ ପୋଲିସ ମହାନିର୍ଦ୍ଦେଶକ ଦିଲ୍‌ବାଗ ସିଂ ସୋମବାର କହିଛନ୍ତି। ଏହି ଅପରେସନରେ ୧୮୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରପକ୍ଷେ ୫୫ ଜଣ ସୁରକ୍ଷାକର୍ମୀ ଶହୀଦ୍‌ ହୋଇଥିବା ଦିଲ୍‌ବାଗ ସୂଚନା ଦେଇଛନ୍ତି। ଶହୀଦ୍‌ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ ସିଆର୍‌ପିଏଫ୍‌, ଆର୍ମି ଓ ସ୍ଥାନୀୟ ପୋଲିସର କର୍ମଚାରୀ ରହିଛନ୍ତି। ଏଥିସହ ୧୩୮ ଜଣ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ନିହତ ଏବଂ ଗିରଫ ହେବା ସଂଖ୍ୟା ଗତବର୍ଷ ତୁଳନାରେ ଅଧିକ ବୋଲି ଡିଜିପି ଏକ ଖବରଦାତା ସମ୍ମିଳନୀ ଅବସରରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିଶଙ୍କ ଶପଥ ଗ୍ରହଣ ଦୀପାବଳି ପରେ: କେ.ସି.ତ୍ୟାଗୀ !

ପାଟନା,୧୧।୧୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପୁଣିଥରେ ଶାସନ କରିବାର ସୁଯୋଗ ମିଳିଛି। ନୀତିଶ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜେଡ଼ିୟୁର...

ମୋଦିଙ୍କ ସହିତ ଆଲୋଚନାରେ ସାମିଲ୍‌ ହେଲେନି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଲକ୍‌ଡାଉନ୍‌ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ କରୋନା...

୩୩ ବର୍ଷ ପରେ ମହାରାଷ୍ଟ୍ର ସରକାରଙ୍କୁ ଜମି ଫେରାଇଲେ ଗାଭାସ୍କର

ମୁମ୍ବାଇ,୪।୫: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମୁମ୍ବାଇରେ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ୩୩ ବର୍ଷ ପୂର୍ବେ ତାଙ୍କୁ ଦିଆଯାଇଥିବା ଏକ ସରକାରୀ ଜମି...

ମହାରାଷ୍ଟ୍ରରେ ଅଟକି ରହିଛନ୍ତି ୨୦ ଲକ୍ଷ ପ୍ରବାସୀ ଶ୍ରମିକ

ମୁମ୍ବାଇ,୧୭।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌...

୧୦ଲକ୍ଷରୁ ତଳକୁ ଖସିଲା ସକ୍ରିୟ ମାମଲା: ଗତ ୨୪ଘଣ୍ଟାରେ ୭୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍‌ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ହୋଇଥିବାରୁ ଦୈନିକ ସଂକ୍ରମଣରେ ହ୍ରାସ ଘଟିବା ସହ ସୁସ୍ଥହାର...

ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ହେମାମାଳିନୀ ହୋଇଗଲେଣି ପୁରୁଣା, କାଟ୍ରିନା କୈଫ୍‌ଙ୍କ ଗାଲ ଭଳି ହେବ ରାସ୍ତା

ଜୟପୁର,୨୪।୧୧: ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ନୂତନ ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂହ ଗୁଢା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଝୁନଝୁନୁର ପୌଙ୍ଖ...

ରାଜରାସ୍ତାରୁ ବସ୍‌ ଅପହରଣ କଲେ ଅଜଣା ଲୋକେ: ୩୪ ଯାତ୍ରୀଙ୍କ ମିଳୁନି ଖୋଜ୍‌ ଖବର

ଆଗ୍ରା, ୧୯।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ଆଉ ପୋଲିସକୁ ଭୟ କରୁ ନାହାଁନ୍ତି। ଏହା ସଦ୍ୟତମ ଘଟଣା ଆଗ୍ରାର...

ସାଇବାବାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ଶିରିଡି,୧୯।୧: ଆଜି ଶିରିଡି ବନ୍ଦ ଥିବା ବେଳେ ସାଇବାବାଙ୍କ ମନ୍ଦିର କିନ୍ତୁ ଖୋଲା ରହିଛି। ସକାଳୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ମନ୍ଦିରରେ ଧାଡିରେ ଠିଆ...

Advertisement
Archives

Model This Week