୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ୨୦୧୭-୧୮ ମସିହାରୁ ଆରମ୍ଭ ହୋଇଥିବା ଏହି ଉନ୍ନତୀକରଣ କାର୍ଯ୍ୟ ୨ବର୍ଷ ମଧ୍ୟରେ ସରିବ ବୋଲି ପ୍ରଥମେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ୬ବର୍ଷ ବିତିବା ପରେ ମଧ୍ୟ ସରୁନାହିଁ। ଅନ୍ୟପକ୍ଷରେ ଜାତୀୟ ରାଜପଥରେ ଦୁର୍ଘଟଣା ବଢୁଥିବାରୁ ଏହାକୁ ନେଇ ଗୁରୁବାର ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି।
ପ୍ରକାଶ ଯେ, ଦୀର୍ଘବର୍ଷ ହେବ ନିର୍ମାଣ ଚାଲିଥିବା ଏହି ରାଜପଥ ପାଇଁ ଏବେ ଫ୍ଲାଏଆଶ ମିଳୁନାହିଁ। ଫଳରେ କଟକର ମଙ୍ଗୁଳି ଛକଠାରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ପର୍ଯ୍ୟନ୍ତ ରାଜପଥ ମଧ୍ୟରେ ଥିବା ସମସ୍ତ ଓଭରବ୍ରିଜ୍‌, ଅନ୍ୟ ବ୍ରିଜ୍‌ ଓ ହାତୀ ଚଲାପଥ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିଛି। ୨୦୨୩ ଜୁନ୍‌ ୩୦ ସୁଦ୍ଧା ଉନ୍ନତୀକରଣ କାର୍ଯ୍ୟ ସରିବ ଏବଂ ଫ୍ଲାଏ ଓଭର ବ୍ରିଜ୍‌ ଓ ଅନ୍ୟ ବ୍ରିଜ୍‌ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଗତବର୍ଷ ଅନୁଷ୍ଠିତ ସଡ଼କ ସୁରକ୍ଷା କମିଟି ବୈଠକରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ମୁତାବକ ଏହି କାର୍ଯ୍ୟ ଶେଷ ହୋଇପାରିଲା ନାହିଁ। ୨୦୨୪ ମାର୍ଚ୍ଚ ୩୦ ସୁଦ୍ଧା କାମ ସରିବ ବୋଲି ପୁନର୍ବାର କୁହାଯାଇଥିଲା। ହେଲେ ଗୁରୁବାର ଜିଲା କାର୍ଯ୍ୟାଳୟ ଓସ୍‌ୱାନ ହଲ୍‌ରେ ଅନୁଷ୍ଠିତ ସଡ଼କ ସୁରକ୍ଷା କମିଟି ବୈଠକରେ ଜୁନ୍‌ ୩୦ ସୁଦ୍ଧା ରାସ୍ତାକାର୍ଯ୍ୟ ଏବଂ କନ୍‌ଷ୍ଟ୍ରକଶନ କାମ ବିଳମ୍ବ ହେବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିିଛନ୍ତି। ବିଭିନ୍ନ କାରଖାନାରୁ ଆବଶ୍ୟକ ପରିମାଣରେ ଫ୍ଲାଏଆଶ୍‌ ମିଳୁ ନ ଥିବାରୁ ଓଭରବ୍ରିଜ୍‌, ଅନ୍ୟ ବ୍ରିଜ୍‌ ଓ ହାତୀ ଚଲାପଥ କାମ ଆଗେଇ ପାରୁନି ବୋଲି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏନ୍‌ଏଚଏଆଇ କର୍ତ୍ତୃପକ୍ଷ କେନ୍ଦ୍ରର ଶକ୍ତି ମନ୍ତ୍ରାଳୟକୁ ଜଣାଇଥିବା କହିଛନ୍ତି। ତେଣୁ ୫୫ନଂ. ଜାତୀୟ ରାଜପଥ କେବେ ସମ୍ପୂର୍ଣ୍ଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟରେ ଏହି ରାଜପଥରେ ଦୁର୍ଘଟଣା ବଢ଼ିଚାଲିଛି। ରାଜପଥର ବିଭିନ୍ନ ସ୍ଥାନରେ ଢାବା ଓ ହୋଟେଲ ମାଲିକମାନେ ନିଜ ସୁବିଧା ପାଇଁ ମଝିରୁ କଟିଂ କରିଥିବାରୁ ଏହା ଦୁର୍ଘଟଣା ବଢିବାର ଅନ୍ୟ ଏକ କାରଣ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବର୍ତ୍ତମାନ ସୁଦ୍ଧା କଟକର ମଙ୍ଗୁଳି ଛକଠାରୁ ଢେଙ୍କାନାଳ ଓ ଅନୁଗୋଳ ମଧ୍ୟରେ ରାଧାକିଶୋରପୁର, ଖୁଣ୍ଟୁଣୀ, ପଶାସିଂହ, ଓଡ଼ାପଡ଼ା, ହଳଦିଆବାହାଳ, ଚୌଦ୍ୱାର ଆଦି ଅଞ୍ଚଳରେ ଓଭରବ୍ରିଜ୍‌, ହାତୀ ଚଲାପଥ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ମଙ୍ଗୁଳିରୁ ଢେଙ୍କାନାଳ ଜିଲାର ରସାସିଂହ ମଧ୍ୟରେ ଜାତୀୟ ରାଜପଥର ଫେଜ୍‌-୧ କାର୍ଯ୍ୟ ୫୮୩ କୋଟି ଟଙ୍କା ବ୍ୟୟରେ ହେଉଥିବାବେଳେ ଏହା ମଧ୍ୟରେ ୧୬ଟି କନଷ୍ଟ୍ରକ୍‌ଶନ କାମ ରହିଛି। ରାସ୍ତାକାମ ୮୫ ପ୍ରତିଶତ ସରିଥିବା ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଢେଙ୍କାନାଳ ଜିଲାର ରସାସିଂହା ଠାରୁ ଅନୁଗୋଳ ମଧ୍ୟରେ ୫୨୪ କୋଟି ଟଙ୍କା ବ୍ୟୟରେ ଫେଜ୍‌-୨ କାର୍ଯ୍ୟରେ ୨୨ଟି କନଷ୍ଟ୍ରକଶନ କାର୍ଯ୍ୟ ରହିଥିବା ବେଳେ ରାସ୍ତାକାମ ୭୫ ପ୍ରତିଶତ ସରିଥିବା ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି। ଢେଙ୍କାନାଳ କଲେଜ ବାଇପାସ୍‌ ଠାରେ ଓଭରବ୍ରିଜ୍‌ର ଡିଜାଇନ ଭୁଲ ଥିବାରୁ ଏହାର ନିର୍ମାଣ କାମ ସରିବା ପାଇଁ ବିଳମ୍ବ ହେଉଥିବା ଏନଏଚ୍‌ଏଆଇ କର୍ତ୍ତୃପକ୍ଷ କହିିଥିଲେ। ହେଲେ ଡିଜାଇନ କିପରି ଭୁଲ ହେଲା ଏବଂ ଏଥିପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ କର୍ତ୍ତୃପକ୍ଷ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ। ଫଳରେ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଜିଲା ପ୍ରଶାସନର ହସ୍ତକ୍ଷେପ ଦାବି କରିଥିଲେ। ବୈଠକରେ ଆଞ୍ଚଳିକ ପରିବହନ ବିଭାଗ କହିଛି, ୨୦୨୪ ଜାନୁଆରୀରେ ୪୨ଟି ଦୁର୍ଘଟଣା ଘଟି ୩୩ ଆହତ ଓ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଫେବୃଆରୀରେ ୩୮ଟି ଦୁର୍ଘଟଣା ଘଟି ୩୪ ଆହତ ଓ ୧୬ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମାର୍ଚ୍ଚ ଶେଷ ସୁଦ୍ଧା ୩୫ଟି ଦୁର୍ଘଟଣା ଘଟି ୨୪ଜଣ ଆହତ ଓ ୨୨ଜଣଙ୍କ ମୃତ୍ୟୁ ହୋଇଛି। ସହର ମଧ୍ୟଦେଇ ଯାଇଥିବା ପୂର୍ତ୍ତବିଭାଗ ରାସ୍ତାର ବିଭିନ୍ନ ପ୍ରବେଶ ସ୍ଥାନ ଏବଂ ଜାତୀୟ ରାଜପଥ ଓ ପୂର୍ତ୍ତବିଭାଗ ରାସ୍ତା କଡରେ ଥିବା ସ୍କୁଲଗୁଡିକ ନିକଟରେ ସୂଚନା ଫଳକ ଏବଂ ଗତି କମାଇବା ସମ୍ପର୍କରେ ସୂଚନା ଫଳକ ଲଗାଇବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲାପାଳ(ସାଧାରଣ) ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁ୍‌ଷ୍ଠିତ ଏହି ବୈଠକରେ ଅତିରିକ୍ତ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା, ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ନାୟକ, ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର, ସଦର ଏସ୍‌ଡିପିଓ ବିଭୂତି ଭୂଷଣ ମହାପାତ୍ର, ଏମ୍‌ଭିଆଇ ଦେବାଶିଷ ସ୍ବାଇଁ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri