Posted inଜାତୀୟ

୫୫ ଲକ୍ଷ ମୋବାଇଲ ଫୋନ ସଂଯୋଗ -୧.୩୨ ଲକ୍ଷ ହ୍ୟାଣ୍ଡସେଟ ବ୍ଲକ…

ନୂଆଦିଲ୍ଲୀ,୧୭।୧୨ : ଅନଲାଇନ ଠକେଇ ଦେଶରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନକଲି ସିମର ନେଟୱାର୍କ ଭାରତରେ ବ୍ୟାପକ ପରିମାଣରେ ଚାଲିଛି। ଲୋକମାନେ ନକଲି ଡକ୍ୟୁମେଣ୍ଟ ସହିତ ସିମ କାର୍ଡ ପାଉଛନ୍ତି, ତାପରେ ଏହି ସିମ କାର୍ଡ ବ୍ୟବହାର କରି ଅନଲାଇନ ଠକେଇ କରାଯାଇଥାଏ। ଏପରି ପରିସ୍ଥିତିରେ ଠକମାନଙ୍କୁ ଚିହ୍ନଟ କରିବା ଏବଂ ଧରିବା କଷ୍ଟକର ହୋଇପଡେ। ତେବେ ବର୍ତ୍ତମାନ ସରକାର ବଡ ପଦକ୍ଷେପ ନେଇ ୫୫ ଲକ୍ଷ ମୋବାଇଲ ଫୋନ ସଂଯୋଗ ବନ୍ଦ କରିଛନ୍ତି।

ଭାରତ ସରକାର ସଞ୍ଚାର ସାଥି ପୋର୍ଟାଲରୁ ନ କଲି କଗେଜପତ୍ରରେ ମିଳିଥିବା ସିମ କାର୍ଡଗୁଡ଼ିକୁ ଚିହ୍ନଟ କରିଛନ୍ତି। ସାଇବର ଅପରାଧ ଏବଂ ଅନଲାଇନ ଠକେଇକୁ ରୋକିବା ଲକ୍ଷ୍ୟରେ ଏହି ପୋର୍ଟାଲ ଡିଜାଇନ କରାଯାଇଛି । ସଞ୍ଚାର ସାଥି ପୋର୍ଟାଲରୁ, ଗ୍ରାହକ ନିଜେ ଜାଣିପାରିବେ ତାଙ୍କର ଆଧାର, ଭୋଟର ଆଇଡି କାର୍ଡ କିମ୍ବା ଅନ୍ୟାନ୍ୟ ପ୍ରମାଣପତ୍ର ସାହାଯ୍ୟରେ ଅନ୍ୟ କେହି ସିମ କାର୍ଡ କିଣିଛନ୍ତି କି? ଗ୍ରାହକ ଏପରି ମୋବାଇଲ ନମ୍ବର ବିରୋଧରେ ଅଭିଯୋଗ କରିପାରିବେ।

ସଂସଦରେ ସୂଚନା ପ୍ରଦାନ କରୁଥିବାବେଳେ ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ ଦେବୁସିଂହ ଜୟସିଂ ଭାଇ ଚୌହ୍ବାନ କହିଛନ୍ତି ନକଲି ପରିଚୟ ପତ୍ର ମାଧ୍ୟମରେ ମିଳିଥିବା ୫୫ ଲକ୍ଷ ମୋବାଇଲ ନମ୍ବର ବନ୍ଦ ହୋଇଯାଇଛି। ଏଥିସହ ସାଇବର ଅପରାଧ ତଥା ଆର୍ଥିକ ଠକେଇରେ ଜଡିତ ୧.୩୨ ଲକ୍ଷ ହ୍ୟାଣ୍ଡସେଟକୁ ସରକାର ଅବରୋଧ କରିଥିବାବେଳେ ଲୋକଙ୍କ ଅଭିଯୋଗ ପାଇବା ପରେ ୧୩.୪୨ଲକ୍ଷ ସଂଯୋଗକୁ ଅବରୋଧ କରାଯାଇଛି ବୋଲି କୁହାଯାଇଛି। ଆର୍ଥିକ ଜାଲିଆତି, ଫିସିଙ୍ଗ କଲ ଭଳି ଅପରାଧିକ କାର୍ଯ୍ୟକଳାପ ଜାଲ ଡକ୍ୟୁମେଣ୍ଟ ବ୍ୟବହାର କରି ସିମ କାର୍ଡ ବ୍ୟବହାର କରି ବ୍ୟାପକ ପରିମାଣରେ ଚାଲିଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ୟୁଜର୍‌ ମୋବାଇଲ ନମ୍ବର ଯାଞ୍ଚ୍‌ କରିବା ପାଇଁ “ସଞ୍ଚାର ସାଥି” ପୋର୍ଟାଲ ହେଉଛି ଏକ ଅନଲାଇନ ପ୍ଲାଟଫର୍ମ। ଏହି ପୋର୍ଟାଲ ୟୂଜରମାନଙ୍କୁ ସେମାନଙ୍କ ନାମରେ ଦିଆଯାଇଥିବା ମୋବାଇଲ ସଂଯୋଗଗୁଡିକ ଜାଣିବା, ଅତ୍ୟାବଶ୍ୟକ ସଂଯୋଗଗୁଡ଼ିକୁ ବିଚ୍ଛିନ୍ନ କରିବା, ହଜିଯାଇଥିବା ମୋବାଇଲ ଫୋନକୁ ଅବରୋଧ କରିବା ଏବଂ ନୂତନ ଖୋଜିବାକୁ ସକ୍ଷମ କରିଥାଏ । ମୋବାଇଲ ଫୋନ ଏହା ଡିଭାଇସର ବ୍ୟବହାର ସମ୍ପର୍କରେ ଯାଞ୍ଚ କରିବାକୁ ସୁବିଧା ଦେଇଥାଏ ।

 


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?