CORONAVIRUS UPDATE: ରାଜ୍ୟରେ ୫୪,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୯୭୭

ଭୁବନେଶ୍ୱର,୧୪ା୮(ବ୍ୟୁରୋ) : ଶୁକ୍ରବାର ୩୦ ଜିଲାରୁ ୧୯୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୨୪୧ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୭୩୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ୩୩୨ ପଜିଟିଭ୍‌ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ। ଏଠାରୁ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୨୦ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ ଅନୁଗୋଳରୁ ୨, ବାଲେଶ୍ୱର ୫୬, ଭଦ୍ରକ ୧୧୮, ବଲାଙ୍ଗୀର ୭, ବୌଦ୍ଧ ୫, କଟକ ୧୦୧, ଦେବଗଡ଼ ୨, ଢେଙ୍କାନାଳ ୪୦, ଗଜପତି ୯୩, ଜଗତସିଂହପୁର ୩୪, ଯାଜପୁର ୬୯, ଝାରସୁଗୁଡ଼ା ୧୧, କଳାହାଣ୍ଡି ୪୮, କନ୍ଧମାଳ ୬୦, କେନ୍ଦ୍ରାପଡ଼ା ୬, କେନ୍ଦୁଝର ୧୦, କୋରାପୁଟ ୯୦, ମାଲକାନଗିରି ୫୨, ନବରଙ୍ଗପୁର ୧୭, ନୟାଗଡ଼ ୭୫, ନୂଆପଡ଼ା ୨୦, ପୁରୀ ୮୩, ରାୟଗଡ଼ା ୭୦, ସମ୍ବଲପୁର ୫୯, ସୋନପୁର ୭ ଏବଂ ସୁନ୍ଦରଗଡ଼ରୁ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ବେଳେ ୩୭,୯୦୦ ଜଣ ସୁସ୍ଥ ହୋଇଛନ୍ତି। ୧୬,୩୫୩ ଜଣ ଚିକିତ୍ସିତ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସୋମବାରଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି...

ଚଳିତ ବର୍ଷ ହେବ ନାହିଁ ‘ଆଟ ହୋମ’ ସେଲିବ୍ରେସନ

ଭୁବନେଶ୍ୱର,୨୪।୭(ବ୍ୟୁରୋ)-ମହାମାରୀ କରୋନା ପାଇଁ ଚଳିତବର୍ଷ ରାଜଭବନରେ ହେବ ନାହିଁ ଆଟ୍‌ହୋମ ପାର୍ଟି। କରୋନା ପାଇଁ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ରାଜ୍ୟର ଏଭଳି...

‘ଓଡିସିଏଲ୍‌ ୟୁନିଟ୍‌ ବିକ୍ରି କରା ନ ଯାଉ’

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ମହାମାରୀ ସମୟରେ ଓଡ଼ିଶାରେ ଥିବା ଏକମାତ୍ର ଔଷଧ ବିନିର୍ମାଣ ୟୁନିଟ୍‌ ଓଡ଼ିଶା ଡ୍ରଗ୍ସ ଆଣ୍ଡ୍‌ କେମିକାଲ୍ସ ଲିମିଟେଡ୍‌ (ଓଡିସିଏଲ୍‌)କୁ ବିକ୍ରି କରିବାକୁ କେନ୍ଦ୍ର ସରକାର...

ପ୍ରି-ବୋର୍ଡ ପରୀକ୍ଷା ପରେ ଶ୍ରେଣୀରେ ଜଣେ ଛାତ୍ର

ଦାରିଙ୍ଗବାଡ଼ି,୧୪।୧(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗ୍ରାମରେ ଥିବା ସୁଜାମାଜୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ ପ୍ରି-ବୋର୍ଡ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ‘ସଖୀ’ ୱାନଷ୍ଟପ୍‌ ସେଣ୍ଟର: ଗୋଟିଏ ସ୍ଥାନରେ ମିଳିବ ଚିକିତ୍ସା, ଆଇନ ସୁବିଧା

ଅନୁଗୋଳ ଅଫିସ, ୨୮।୮-ନିର୍ଯାତିତା ମହିଳା ଓ ବାଳିକାମାନଙ୍କୁ ସମନ୍ବିତ ସୁବିଧା, ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ‘ସଖୀ’ର ୱାନଷ୍ଟପ୍‌ ସେଣ୍ଟର...

ଭାରତରେ ଉପଲବ୍ଧ ହେବ କରୋନା ଟିକା, ଦାମ୍‌ ରହିଛି…

ନୂଆଦିଲ୍ଲୀ,୮ା୮ : ଭାରତରେ କରୋନା ମହାମାରୀ ବର୍ତ୍ତମାନ ଦ୍ରୁତ ଗତିରେ ମାଡ଼ିଚାଲିଛି। ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲୋକେ...

ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ କାମ ଆଶାରେ ଠିକା ସଂସ୍ଥା ଦ୍ୱାରା ଶ୍ରୀଲଙ୍କା ଯାଇଥିଲେ। ସେଠାରେ ଦୈନିକ...

ନୂଆରୂପ ନେବ ଅସୁରଖୋଲ ଜଳପ୍ରପାତ : ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଭାଗୀୟ ଅଧିକାରୀ

କେନ୍ଦୁଝର,୨।୧୧(ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ନିକଟସ୍ଥ କୁଡ଼ିଆଘରା ଜଙ୍ଗଲରେ ଥିବା ମନୋରମ ଜଳପ୍ରପାତ ଅସୁରଖୋଲ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ପର୍ଯ୍ୟଟନ...

Advertisement
Archives

Model This Week