Posted inଜାତୀୟ

ଗର୍ଲଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିଲେ ଯୁବକ, ପରେ ଘଟିଲା ଏମିତି

ଭୋପାଳ,୧୪।୮: ମଧ୍ୟପ୍ରଦେଶର ଉଜୈନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ହୋଟେଲ ରୁମ୍‌ରେ ଜଣେ ଯୁବତୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଛି। ଏହି ଘଟଣା କରିବା ପରେ ଅଭିଯୁକ୍ତ ଜଣକ ପଳାଇ ଯାଇଥିଲେ। ହୋଟେଲର ମ୍ୟାନେଜର ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। କୁହାଯାଉଛି ଯେ ଯୁବତୀ ଜଣଙ୍କ କୋଚିଂ ଯିବାକୁ କହି ଘରୁ ବାହାରିଥିଲେ। କିନ୍ତୁ ତାଙ୍କ ପ୍ରେମିକଙ୍କ ସହ ସେ ନାନାଖେଡ ଅଞ୍ଚଳର ଏକ ହୋଟେଲରେ ପହଞ୍ଚିଥିଲେ। ପୋଲିସ ହତ୍ୟାକାରୀକୁ ଖୋଜୁଛି।
ଯୁବତୀ ଜଣଙ୍କ ଘରୁ ଅଟୋ ଧରି ହୋଟେଲ ପାଖରେ ପହଞ୍ଚିଥିଲେ। ଅଭିଯୁକ୍ତ ଯୁବକ ସୁଭାଷ ପୋରୱାଲ ଆଗରୁ ତାଙ୍କୁ ଅପେକ୍ଷା କରିଥିଲେ। ଉଜୈନର ନଟରାଜ ହୋଟେଲରେ ଏକ ରୁମ୍‌ ନେଇଥିଲେ ଏବଂ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ରହିବେ ବୋଲି କହିଥିଲେ। ପ୍ରାୟ ୧.୩୦ ଘଣ୍ଟା ପରେ ଅଭିଯୁକ୍ତ ସୁଭାଷ ବଜାରରୁ ସାମଗ୍ରୀ ନେବାକୁ ବାହାନା କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ବହୁତ ସମୟ ପରେ ହୋଟେଲ ମ୍ୟାନେଜରଙ୍କର କିଛି ସନ୍ଦେହ ହେଲା। ସେ ରୁମ୍‌କୁ ଯାଇ ଦେଖିବାରୁ ଯୁବତୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତଙ୍କୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ମଧ୍ୟରେ ଦୀର୍ଘ ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକ: ବିବାଦୀୟ ଅଞ୍ଚଳରୁ ସେନା ହଟାଇବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୨୧ ।୨: ପୂର୍ବ ଲଦ୍ଦାଖର ପୋଙ୍ଗୟାଙ୍ଗ ହ୍ରଦ ପରେ ଅନ୍ୟ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସେନାଙ୍କୁ ଫେରାଇ ନେବା ଲାଗି ଭାରତ-ଚାଇନା ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ...

ଅସନ୍ତୁଷ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବ କଂଗ୍ରେସ: ଡିସେମ୍ବର ୧୯ରେ ନେତାଙ୍କୁ ଭେଟିପାରନ୍ତି ସୋନିଆ

ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଅସନ୍ତୁଷ୍ଟଙ୍କୁ ଚୁପ କରାଇବା ପାଇଁ କଂଗ୍ରେସ ପକ୍ଷରୁ ନୂଆ ଯୋଜନା କରାଯାଇଛି।...

ସରକାରଙ୍କ ବଡ଼ ଘୋଷଣା: ସମସ୍ତଙ୍କୁ ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୨।୧: ଭାରତରେ କରୋନା ଟିକାକରଣ ନେଇ ପ୍ରସ୍ତୁତି ଜାରି ରହିଛି। ଶନିବାରଠାରୁ ଦେଶବ୍ୟାପୀ ଡ୍ରାଏ ରନ୍‌ ଆରମ୍ଭ ହୋଇଛି। ତେବେ ସରକାରଙ୍କ ପକ୍ଷରୁ କରୋନା ଟିକାଦାନ...

ସୁନା ପରେ ଏବେ ବିହାରରେ ପେଟ୍ରୋଲିୟମ ଭଣ୍ଡାର ମିଳିବାର ସଙ୍କେତ, ଖୋଜିବାକୁ ଓଏନଜିସିକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭ ।୬: ବିହାରର ଜମୁଇରେ ଗୋଟିଏ ପଟେ ଦେଶର ସବୁଠାରୁ ବଡ ସୁନା ଖଣି ଥିବା କୁହାଯିବା ପରେ ଏବେ ଅନ୍ୟପଟେ ବକ୍ସର ଓ ସମସ୍ତିପୁରରେ...

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା

କର୍ନାଟକ,୨୪।୧୦: ଅନ୍ୟ ଧର୍ମରେ ବିଶ୍ୱାସ କରୁଥିବା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ପାଇଁ ୩୪ ବର୍ଷୀୟ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଯୁବତୀଙ୍କ ପକ୍ଷରୁ ଥାନାରେ...

ଚନ୍ଦ୍ରୟାନ-୨: ମହିଳା ବୈଜ୍ଞାନିକଙ୍କ ଉପରେ ଗୁରୁ ଦାୟିତ୍ୱ

ବେଙ୍ଗାଲୁରୁ,୨୨।୭: ଚନ୍ଦ୍ରାୟାନ-୨ର ନେତୃତ୍ୱ ୨ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହାକାଶ ମିଶନରେ ଏହା ପ୍ରଥମ ଥର ହେବାକୁ ଯାଉଛି।...

ହୋମ୍‌ ଆଇସୋଲେଶନ୍‌ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ଅକ୍ସିଜେନ୍‌…

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଅକ୍ସିଜେନ୍‌ ଅଭାବ ନେଇ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା...

ଆତଙ୍କବାଦ ସବୁଠୁ ବଡ଼ ସମସ୍ୟା

ନୂଆଦିଲ୍ଲୀ, ୧୮ା୧୧: ଆତଙ୍କବାଦ ବିଶ୍ୱ ଲାଗି ଏବେ ବଡ଼ ବିପଦ ପାଲଟିଛି। ଆତଙ୍କବାଦୀଙ୍କୁ ସମର୍ଥନ ଓ ସହାୟତା ଦେଉଥିବା ଦେଶକୁ ଦୋଷ ଦେବା ସହ ଏହା...

Advertisement
Archives

Model This Week