କ୍ଷତି ଭରଣା ପାଇଁ ୫୩ ଲକ୍ଷ ଦାଖଲ ନିର୍ଦ୍ଦେଶ

ପରଜଙ୍ଗ, ୧୦।୭(ଡି.ଏନ୍‌.ଏ.): ପରିବେଶକୁ କ୍ଷତି ପହଞ୍ଚାଇ ବେଆଇନ ଭାବେ ମୋରମ ଖନନ କରିବା କୁନାଲ ଷ୍ଟ୍ରକ୍ଚର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଠିକାସଂସ୍ଥା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ ସଂକ୍ରାନ୍ତ ଏକ ମାମଲା ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ନିକଟରେ କରାଯାଇଥିବାବେଳେ ପରିବେଶ ସମ୍ପର୍କିତ କ୍ଷତି ଭରଣା ପାଇଁ ୫୩ ଲକ୍ଷ ଦାଖଲ କରିବାକୁ କମ୍ପାନୀକୁ ଯୁଗ୍ମ ତଦନ୍ତ କମିଟି ନିର୍ଦ୍ଦେଶ ଦେଇଛି।
ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ କୁନାଲ ଠିକାସଂସ୍ଥା ନାମରେ ବେଆଇନ ମୋରମ ଉତ୍ତୋଳନ ଅଭିଯୋଗ ଆସିଥିଲା। ପରଜଙ୍ଗ ଏବଂ କାମାକ୍ଷାନଗର ତହସିଲ ଅଧୀନ ସରକାରୀ, ସଂରକ୍ଷିତ ଏବଂ ଅଣସଂରକ୍ଷିତ ଜଙ୍ଗଲ କିସମ ଜମିରୁ କମ୍ପାନୀ ପକ୍ଷରୁ ବେଆଇନ ଭାବେ ମୋରମ ଉତ୍ତୋଳନ କରାଯାଉ ଥିବା ନେଇ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ୨୦୨୦ ଡିସେମ୍ବର ୧୪ରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏହାର ତଦନ୍ତ ପାଇଁ ଏନ୍‌ଜିଟି ପକ୍ଷରୁ ଢେଙ୍କାନାଳ ଜିଲାପାଳ, ବନପାଳ, ଓଡ଼ିଶା ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏସ୍‌ଆଇଏ, କାମାକ୍ଷାନଗର ଓ ପରଜଙ୍ଗ ତହସିଲଦାରଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯାଇଥିଲା। ଯୁଗ୍ମ କମିଟି ଜୁଲାଇ ୬ରେ ମୋରମ ଉତ୍ତୋଳନ ସ୍ଥଳ ପରିଦର୍ଶନ କରିଥିଲେ। ପରିବେଶ କ୍ଷତି ଭରଣା ପାଇଁ କମ୍ପାନୀକୁ ୨୦.୩୦ ଲକ୍ଷ ଟଙ୍କା, ପରଜଙ୍ଗ ତହସିଲ ଅନ୍ତର୍ଗତ ବଡ଼ଝରା ଗ୍ରାମର ଖାତା ନମ୍ବର-୧୬୮୪, ପ୍ଲଟ ନମ୍ବର-୪୭୮ ଅଧୀନ ଜଙ୍ଗଲ ଜମିରୁ ମୋରମ ଉତ୍ତୋଳନ ପାଇଁ ୩୧ ଲକ୍ଷ ଟଙ୍କା ପ୍ରଦାନ ଲାଗି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଚାରା ରୋପଣ ଲାଗି ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ଯୁଗ୍ମ ତଦନ୍ତ କମିଟି ନିର୍ଦ୍ଧାରଣ କରିଛି। ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ରେ କରାଯିବ ବୋଲି ଜଷ୍ଟିସ ସାଇବାଲ ଦାସଗୁପ୍ତା, ଜଷ୍ଟିସ ଅମିତ ଷ୍ଟାଲେକର ଧାର୍ଯ୍ୟ କରିଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲାର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?