Posted inଜାତୀୟ

୫୧% ପିଏମ୍‌ କେୟାର୍ସ ଆବେଦନ ଖାରଜ

ନୂଆଦିଲ୍ଲୀ,୧୬ା୭(ପି.ଟି.) : କୋଭିଡ୍‌ ମହାମାରୀରେ ମାଆବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପିଏମ୍‌ କେୟାର୍ସ ଯୋଜନାରେ ଆସିଥିବା ଅର୍ଦ୍ଧାଧିକ ଆବେଦନପତ୍ର ଖାରଜ ହୋଇଯାଇଛି। ଭାରତରେ କୋଭିଡ୍‌ ମହାମାରୀ ଉଗ୍ର ରୂପ ନେଇଥିବାବେଳେ ୨୦୨୧ ମେ’ ୨୯ରେ କେନ୍ଦ୍ର ସରକାର ପିଏମ୍‌ କେୟାର୍ସ ଯୋଜନା ଆରମ୍ଭ କରିଥିଲେ। ୨୦୨୦ ମାର୍ଚ୍ଚ ୧୧ରୁ ୨୦୨୩ ମେ’ ୫ ମଧ୍ୟରେ ମାଆବାପା, ଆଇନଗତ ଅଭିଭାବକ, ପୋଷ୍ୟ ଗ୍ରହଣ କରିଥିବା ମାଆବାପାଙ୍କୁ ହରାଇଥିବା ପିଲାମାନଙ୍କୁ ସହାୟତା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ। ସରକାରୀ ତଥ୍ୟ ଅନୁଯାୟୀ ଏହି ଯୋଜନାରେ ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୧୩ ଜିଲାରୁ ୯,୩୩୧ ଆବେଦନପତ୍ର ମିଳିଥିଲା। ସେଥିରୁ ମାତ୍ର ୪,୫୩୨ ଆବେଦନପତ୍ରକୁ ମଞ୍ଜୁରୀ ମିଳିଥିବାବେଳେ ୪,୭୮୧ ଆବେଦନ (୫୧ ପ୍ରତିଶତ) ଖାରଜ ହୋଇଯାଇଛି। ଅନ୍ୟ ୧୮ଟି ଆବେଦନ ଅନୁମୋଦନ ଅପେକ୍ଷାରେ ପଡ଼ିରହିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ତେବେ ଆବେଦନପତ୍ର ଖାରଜ ହେବାର କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇ ନାହିଁ।

ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ୧,୫୫୩, ୧,୫୧୧ ଏବଂ ୧,୦୦୭ ଆପ୍ଲିକେଶନ ଆସିଥିଲା। ମହାରାଷ୍ଟ୍ରର ୮୫୫ ଆବେଦନପତ୍ର ମଞ୍ଜୁର ହୋଇଥିବାବେଳେ ରାଜସ୍ଥାନରୁ ୨୧୦ ଏବଂ ଉତ୍ତରପ୍ରଦେଶରୁ ୪୬୭ ଆବେଦନକୁ ମଞ୍ଜୁରୀ ମିଳିଛି। କୋଭିଡ୍‌ରେ ଅନାଥ ହୋଇଥିବା ପିଲାମାନଙ୍କୁ ଦୀର୍ଘମିଆଦୀ ଭାବେ ବିସ୍ତୃତ ଯତ୍ନ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଏହି ଯୋଜନାର ଲକ୍ଷ୍ୟ, ଯେଉଁଥିରେ ପିଲାମାନେ ୨୩ ବର୍ଷ ବୟସରେ ପହଞ୍ଚତ୍ବା ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟବୀମା, ଶିକ୍ଷାଗତ ସଶକ୍ତୀକରଣ ଏବଂ ଆର୍ଥତ୍କ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?