Posted inଜାତୀୟ

ଜେଲ୍‌ରେ ୫୦ କିଲୋଗ୍ରାମ୍‌ ଲେମ୍ବୁ ଦୁର୍ନୀତି, ଅଧିକ୍ଷକ ନିଲମ୍ବିତ…

କପୁରତାଲା, ୮।୫ : ପଞ୍ଜାବର କପୁରତାଲା ଜେଲରେ ଲେମ୍ବୁ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ଜେଲ ଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସାଧାରଣ ଲୋକମାନେ ଆକାଶଛୁଆଁ ମୂଲ୍ୟ ହେତୁ ଲେମ୍ବୁ କିଣିବାକୁ ଅମଙ୍ଗ ହେଉଥିବାବେଳେ କପୁରତାଲା ଆଧୁନିକ ଜେଲର ଅନ୍ତେବାସୀଙ୍କ ପାଇଁ ୨୦୦ ଟଙ୍କା କିଲୋଗ୍ରାମ ଦାମ୍‌ରେ ଲେମ୍ବୁ କିଣାଯାଇଛି।

ଜେଲ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଅଧା କ୍ୱିଣ୍ଟାଲ ଲେମ୍ବୁ ଅର୍ଡର କରାଯାଇଥିଲା। ଏହି ଲେମ୍ବୁ ଅନ୍ତେବାସୀମାନଙ୍କୁ ଦିଆଯାଇ ନ ଥିଲା।

ଯାଞ୍ଚ୍‌ ଦଳ ପହଞ୍ଚିବା ପରେ ଅନ୍ତେବାସୀମାନେ ସ୍ପଷ୍ଟ ଭାବରେ କହିଛନ୍ତି, ସେମାନେ ଲେମ୍ବୁ ଖାଆନ୍ତି ନାହିଁ। ଏହା ପରେ ଜେଲ ମନ୍ତ୍ରୀ ହରଜତ ସିଂ ବାଇନ୍ସ କପୁରତାଲା କେନ୍ଦ୍ରୀୟ ଜେଲର ଅଧୀକ୍ଷକ ଗୁରୁନାମ ଲାଲଙ୍କୁ ନିଲମ୍ବିତ କରିଛନ୍ତି।

କପୁରତାଲା ଜେଲରେ ଯାଞ୍ଚ୍‌ ବେଳେ ଅର୍ଥ ହଡପ ଏବଂ ଅନେକ ଅନିୟମିତତା ମଧ୍ୟ ସାମ୍ନାକୁ ଆସିଛି। ଅନ୍ତେବାସୀମାନଙ୍କ ଠାରୁ ଅଭିଯୋଗ ପରେ ଏଡିଜିପି (କାରାଗାର) ବିରେନ୍ଦ୍ର କୁମାର ମେ ୧ ରେ ଜେଲରେ ଆଶ୍ଚର୍ଯ୍ୟଜନକ ଯାଞ୍ଚ କରିବା ପାଇଁ ଡିଜି (ଜେଲ) ଏବଂ ଆକାଉଣ୍ଟସ ଅଫିସରଙ୍କୁ ପଠାଇଥିଲେ। ଅନୁସନ୍ଧାନକାରୀ ଦଳ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଅନ୍ତେବାସୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣ ଖରାପ ଏବଂ ଜେଲ ମାନୁଆଲରେ ଧାର୍ଯ୍ୟ ପରିମାଣ ପର୍ଯ୍ୟାପ୍ତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ରହିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା; ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ । ମଝିରେ ଆଉ ୪ ଦିନ ରହିଥିବା ବେଳେ ପ୍ରସ୍ତୁତି ଶେଷ…

ସାଇଲେଣ୍ଟ ଗେମ୍ କରିଦେଲା ଚାଇନା, ଘରୁ ବାହାରି ପାରୁନାହାନ୍ତି ତାଇଓ୍ବାନ ରାଷ୍ଟ୍ରପତି

ବେଜିଂ,୨୧।୪: ଚାଇନା ତାଇୱାନର ରାଷ୍ଟ୍ରପତି ୱିଲିୟମ୍ ଲାଇ ଚିଙ୍ଗ-ତେଙ୍କ ବିରୁଦ୍ଧରେ ଏକ ସାଇଲେଣ୍ଟ ଗେମ୍ ଖେଳିଛି। ଫଳସ୍ୱରୂପ, ରାଷ୍ଟ୍ରପତି ଲାଇ ତାଙ୍କ ଘର ଅର୍ଥାତ୍ ଦେଶ ବାହାରକୁ…

ଜାତୀୟ ରାଜପଥ ନିକଟରୁ ଅଚିହ୍ନା ମୃତଦେହ ଉଦ୍ଧାର, ଅଜଣା ଗାଡି ଧକ୍କାରେ…

ବଣାଇଁ,୨୧।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ବିରିତୋଳା ନିକଟରୁ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଅଚିହ୍ନା ଯୁବକଙ୍କ…

ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ହାସଲ…

ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି, ଖରାକୁ ଖାତିର ନକରି…

ରାଉରକେଲା,୨୧।୪(ସଂଗୀତା ଜେନା) ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା…

ଦିନ ଦ୍ୱିପ୍ରହରେ ବଡ଼ ଧରଣର ଲୁଟ: ବ୍ୟାଙ୍କ ସାମ୍ନାରେ ଗାଡ଼ି ଡିକି ଭାଙ୍ଗି ଏତେ ଟଙ୍କା ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ,୨୧।୪(ଅନାଥ ତରାଇ): ଗଞ୍ଜାମ ସହରରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଗଞ୍ଜାମ ସହରରେ ଥିବା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦିନଦ୍ୱିପ୍ରହରେ…

କାଳିପଲ୍ଲୀରେ କିଡ଼ନୀ ରୋଗର ଭୟାବହତା: ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କଲେ ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ/ଛତ୍ରପୁର,୨୧।୪(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ଜିଲା କାଳିପଲ୍ଲୀ ପଞ୍ଚାୟତରେ କାୟା ବିସ୍ତାର କରିଥିବା କିଡ଼ନୀ ରୋଗର ବ୍ୟାପକତାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବ୍ରହ୍ମପୁର ଏମ୍‌ପି…

ସିଏମ୍ ଟ୍ରଫି ଖୋଖୋ ଚାମ୍ପିୟନ୍ ହେଲେ ରାଇକିଆ ଛାତ୍ରୀ, ଛୁଟିଲା ଶୁଭେଚ୍ଛା

ରାଇକିଆ,୨୧।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ଏଥଲେଟିକ୍ସ ଆସୋସିଏସନ୍ ତରଫରୁ ଆୟୋଜିତ ୧୫ବର୍ଷରୁ କମ୍ “ସିଏମ୍ ଟ୍ରଫି ୨.୦” ଜିଲାସ୍ତରୀୟ ଖୋଖୋ ପ୍ରତିଯୋଗୀତାରେ ଚାମ୍ପିୟନ୍ ହୋଇଛନ୍ତି ରାଇକିଆ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri