Posted inଜାତୀୟ

ଜେଲ୍‌ରେ ୫୦ କିଲୋଗ୍ରାମ୍‌ ଲେମ୍ବୁ ଦୁର୍ନୀତି, ଅଧିକ୍ଷକ ନିଲମ୍ବିତ…

କପୁରତାଲା, ୮।୫ : ପଞ୍ଜାବର କପୁରତାଲା ଜେଲରେ ଲେମ୍ବୁ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ଜେଲ ଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସାଧାରଣ ଲୋକମାନେ ଆକାଶଛୁଆଁ ମୂଲ୍ୟ ହେତୁ ଲେମ୍ବୁ କିଣିବାକୁ ଅମଙ୍ଗ ହେଉଥିବାବେଳେ କପୁରତାଲା ଆଧୁନିକ ଜେଲର ଅନ୍ତେବାସୀଙ୍କ ପାଇଁ ୨୦୦ ଟଙ୍କା କିଲୋଗ୍ରାମ ଦାମ୍‌ରେ ଲେମ୍ବୁ କିଣାଯାଇଛି।

ଜେଲ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଅଧା କ୍ୱିଣ୍ଟାଲ ଲେମ୍ବୁ ଅର୍ଡର କରାଯାଇଥିଲା। ଏହି ଲେମ୍ବୁ ଅନ୍ତେବାସୀମାନଙ୍କୁ ଦିଆଯାଇ ନ ଥିଲା।

ଯାଞ୍ଚ୍‌ ଦଳ ପହଞ୍ଚିବା ପରେ ଅନ୍ତେବାସୀମାନେ ସ୍ପଷ୍ଟ ଭାବରେ କହିଛନ୍ତି, ସେମାନେ ଲେମ୍ବୁ ଖାଆନ୍ତି ନାହିଁ। ଏହା ପରେ ଜେଲ ମନ୍ତ୍ରୀ ହରଜତ ସିଂ ବାଇନ୍ସ କପୁରତାଲା କେନ୍ଦ୍ରୀୟ ଜେଲର ଅଧୀକ୍ଷକ ଗୁରୁନାମ ଲାଲଙ୍କୁ ନିଲମ୍ବିତ କରିଛନ୍ତି।

କପୁରତାଲା ଜେଲରେ ଯାଞ୍ଚ୍‌ ବେଳେ ଅର୍ଥ ହଡପ ଏବଂ ଅନେକ ଅନିୟମିତତା ମଧ୍ୟ ସାମ୍ନାକୁ ଆସିଛି। ଅନ୍ତେବାସୀମାନଙ୍କ ଠାରୁ ଅଭିଯୋଗ ପରେ ଏଡିଜିପି (କାରାଗାର) ବିରେନ୍ଦ୍ର କୁମାର ମେ ୧ ରେ ଜେଲରେ ଆଶ୍ଚର୍ଯ୍ୟଜନକ ଯାଞ୍ଚ କରିବା ପାଇଁ ଡିଜି (ଜେଲ) ଏବଂ ଆକାଉଣ୍ଟସ ଅଫିସରଙ୍କୁ ପଠାଇଥିଲେ। ଅନୁସନ୍ଧାନକାରୀ ଦଳ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଅନ୍ତେବାସୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣ ଖରାପ ଏବଂ ଜେଲ ମାନୁଆଲରେ ଧାର୍ଯ୍ୟ ପରିମାଣ ପର୍ଯ୍ୟାପ୍ତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କୁପଓ୍ବାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ : ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୧।୭: ଭାରତୀୟ ସେନାଙ୍କୁ ଶନିବାର ଭୋର ସମୟରେ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର କୁପଓ୍ବାରା ଜିଲାର ହାଣ୍ଡଓ୍ବାରାଠାରେ ଏକବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ...

ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ ହାଇକୋର୍ଟ ଆମ୍‌ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଦେଇଛନ୍ତି। ଲ୍ୟୁଟନାଣ୍ଟ ଗଭର୍ନର ଭି.କେ. ସକ୍ସେନାଙ୍କ ବିରୋଧରେ ଥିବା ସମସ୍ତ ବିବାଦୀୟ ସୋସିଆଲ...

କର୍ନାଟକ ବିଧାନସଭା ନିର୍ବାଚନ: ୫୧୭ଜଣ କଲେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର

ବେଙ୍ଗାଲୁରୁ, ୨୫।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାର ସୋମବାର ଶେଷ ଦିନ ଥିଲା। ତେବେ ନିର୍ବାଚନ ଅଧିକାରୀ କହିଛନ୍ତି, ୫୧୭ଜଣ ପ୍ରାର୍ଥୀ...

ଏହି ମନ୍ଦିରରେ ଓଲଟା ସ୍ବସ୍ତିକ ତିଆରି କଲେ ମାନସିକ ହୁଏ ପୂରଣ…

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ଅବା ଧାତୁ ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ...

ଅନ୍‌ଲାଇନରେ ଆଉ ଖେଳି ପାରିବେନି ରମି ଗେମ୍‌, ଏହି ରାଜ୍ୟ ସରକାର ଲଗାଇଲେ ପ୍ରତିବନ୍ଧକ

ଥିରୁଭନନ୍ତପୁରମ,୨୮।୨: ଏବେ ଅନ୍‌ଲାଇନରେ ଆଉ ରମି ଗେମ୍‌ ଖେଳିପାରିବେ ନାହିଁ। ଏନେଇ କେରଳ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଶନିବାର ସରକାର ଏହି ଘୋଷଣା କରିଛନ୍ତି। ଏନେଇ...

ଦାରିଦ୍ର୍ୟ, ବେରୋଜଗାରୀ ରୋକିବା ସୁଯୋଗ ହରାଇଛି ବଜେଟ: ବିରୋଧୀ

ନୂଆଦିଲ୍ଲୀ,୧୦।୨(ପି.ଟି.):ଦେଶରୁ ଦାରିଦ୍ର୍ୟ ଓ ବେରୋଜଗାରୀ ହଟାଇବା ଦିଗରେ କେନ୍ଦ୍ର ବଜେଟ ସୁଯୋଗ ହରାଇଛି ବୋଲି ଗୁରୁବାର ବିରୋଧୀ ଅଭିଯୋଗ କରିଛନ୍ତି। ଲୋକ ସଭାରେ ବଜେଟ ଉପରେ...

ଘରୋଇ ହାତକୁ ଯିବ ଅଣ ଷ୍ଟ୍ରାଟେଜିକ୍‌ ପିଏସ୍‌ୟୁ

ନୂଆଦିଲ୍ଲୀ,୧୮।୫:ସରକାର ବିଭିନ୍ନ କ୍ଷେତ୍ରରେ ଘରୋଇକରଣକୁ ବର୍ତ୍ତମାନ ଗୁରୁତ୍ୱ ଦେଉଛନ୍ତି। ଷ୍ଟ୍ରାଟେଜିକ କ୍ଷେତ୍ରଗୁଡ଼ିକର ସଂଜ୍ଞା ନିରୂପଣ କରିବା ଲାଗି ନୂଆ ପବ୍ଲିକ ଏଣ୍ଟରପ୍ରାଇଜ ନୀତି ଆଣିବେ। ନୂଆ...

ଏକ ସପ୍ତାହ ହେବ ଅକ୍ସିଜେନ ସପୋର୍ଟରେ ଲଳିତ ମୋଦି, କରୋନା ପଜିଟିଭ ହେବା ପରେ ହୋଇଥିଲା ନିମୋନିଆ

ମୁମ୍ବାଇ,୧୪ ।୧: ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦି କରୋନା ପଜିଟିଭ ହେବା ପରେ ଏକ ସପ୍ତାହ ହେବ ୨୪ ଘଣ୍ଟା ଅକ୍ସିଜେନ ସପୋର୍ଟରେ ରହିଛନ୍ତି...

Advertisement
Archives

Model This Week