୫ଶହ ବର୍ଷର ପରମ୍ପରା ମୁଣ୍ଡ ରାମଲୀଳା

ଶରଣକୁଳ,୧ା୫(ଡି.ଏନ.ଏ.): ନୟାଗଡ଼ ଜିଲା ତା’ର ଅନନ୍ୟ ଲୋକକଳା ପାଇଁ ବିଖ୍ୟାତ। ନୟାଗଡ଼ର ଢ଼େଣୁକୋଇଲା, ବାଉଁଶରାଣୀ ଖେଳ, ଢ଼ୁମ୍ପା, ଦଣ୍ଡନୃତ୍ୟ, ମୁଣ୍ଡପୋତା କେଳା ଅଭିନୟ, ଯୋଗୀ କେନ୍ଦେରା ଗୀତ, କଣ୍ଢେଇ ନାଚ, ଏକକ ନୃତ୍ୟାଭିନୟ, ଦାସକାଠିଆ ଓ ଘୁଡ଼ୁକୀ ନୃତ୍ୟ ସାରା ରାଜ୍ୟରେ ସ୍ବତନ୍ତ୍ରତା ବଜାୟ ରଖିଛି। ସେଥି ମଧ୍ୟରୁ ମୁଣ୍ଡ ରାମଲୀଳା ବି ଦର୍ଶକଙ୍କ ମନରେ ଆଜି ବି ଆଧ୍ୟାମତ୍ିକ ଚେତନା ଭରି ଦେଉଛି।
ଶରଣକୁଳ ଗୁଡ଼ିଆ ସାହିରେ ଗତ ୫ ଶହ ବର୍ଷ ଧରି ବଞ୍ଚତ୍ ରହିଛି ଏହି ଲୋକକଳା। ପ୍ରତିବର୍ଷ ଅକ୍ଷୟ ତୃତୀୟାରୁ ଶୁଭ ଖୁଣ୍ଟି ପଡି ଏହି ମୁଣ୍ଡ ରାମଲୀଳା ମଞ୍ଚସ୍ଥ ହୋଇଥାଏ। ସାହିର ଉତ୍ସାହି ଯୁବକ ଓ ଅଭିଜ୍ଞତା ସମ୍ପନ୍ନ ମୁରବୀମାନେ ବିନା ସରକାରୀ ଅନୁଦାନ କିମ୍ବା ଅନ୍ୟ କିଛି ଆର୍ଥତ୍କ ସହାୟତା ବିନା ଏହି ଅଭିନୟକୁ ଆଜି ପର୍ଯ୍ୟନ୍ତ ଜାରି ରଖିଛନ୍ତି। ସେମାନେ ନିଜ ଭିତରେ ଚାନ୍ଦା ଆଦାୟ କରି ସେହି ଲୋକ କଳାକୁ ବଞ୍ଚାଇ ରଖିଛନ୍ତି। ଅକ୍ଷୟତୃତୀୟ ମାସେ ପୂର୍ବରୁ ବିଭିନ୍ନ ସାହିରେ ସଭା ବସି ଏ ବିଷୟରେ ଆଲୋଚନା ହୋଇଥାଏ। ସାହିର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନେ କିଏ କେଉଁ ଭୂମିକାରେ ଅଭିନୟ କରିବେ ତାହା ବଛା ଯାଇଥାଏ। ସମସ୍ତେ ଅରୁଆ ହବିଷାନ୍ନ ଖାଇ ସନ୍ଧ୍ୟାରେ ଅଭିନୟ ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ କଳାକାର ପେଟିଂକାମ ସୁଚାରୁ ରୂପେ ତୁଲାଇ ଅଭିନେତାମାନଙ୍କୁ ବେଶ କରାନ୍ତି। ଲୋକଙ୍କ ବିଶ୍ୱାସ, ନିଷ୍ଠାରେ ନ ରହିଲେ ଶତାଧିକ ବର୍ଷ ଧରି ପୂଜିତ ହନୁମାନାଦି ମୁଣ୍ଡ ଧାରଣ କରି ନୃତ୍ୟ କରିବା ସମ୍ଭବ ହୋଇ ନ ଥାଏ। ସାହିର ବର୍ଷିୟାନ ବ୍ୟକ୍ତି ବ୍ରଜବନ୍ଧୁ ମହାପାତ୍ରଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କୁହନ୍ତି, ଯେଉଁ ବର୍ଷ ଏ ମୁଣ୍ଡ ରାମଲୀଳା ବନ୍ଦ ହୁଏ ସାହିରେ ଦୈବ ଦୁର୍ବିପାକ ଦେଖାଦିଏ। ମୁଣ୍ଡରାମଲୀଳାର ବିଶେଷତ୍ୱ ହେଲା ରାମ,ଲକ୍ଷ୍ମଣ ଓ ସୀତାଙ୍କ ଚରିତ୍ରକୁ ଛାଡି ଦେଲେ ରାମାୟଣର ଆଉ ସମସ୍ତ ଚରିତ୍ର କାଠରେ ନିର୍ମିତ ମୁଣ୍ଡକୁ ମୁଣ୍ଡାଇ ନୃତ୍ୟ ପ୍ରଦର୍ଶନ ତଥା ଅଭିନୟ କରିଥାନ୍ତି। ଅନ୍ୟପକ୍ଷେ ସୀତାଦି ସମସ୍ତ ନାରୀ ଚରିତ୍ରରେ ପୁଅମାନେ ଅଭିନୟ କରନ୍ତି। ଆରଣ୍ୟକ କାଣ୍ଡଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ସମସ୍ତ ବିଷୟ ପ୍ରତିଦିନ ଏକ ସୁସଜ୍ଜିତ ମଞ୍ଚରେ ମଞ୍ଚସ୍ଥ ହୋଇଥାଏ। ରାମାୟଣ ପାରାୟଣ ସାଙ୍ଗକୁ ଅଭିନୟ ହୁଏ। କେତେଜଣ କଳାକାର ନିଜସ୍ବ କଣ୍ଠରେ ଗୀତ ଗାୟନ କଲା ବେଳେ କିଛି ପଂକ୍ତି ପୁରାଣ ଗାୟକ ପଢ଼ନ୍ତି। ଆକର୍ଷଣୀୟ ବେଶଭୁଷା ସହିତ ବିଭିନ୍ନ ଚରିତ୍ରର କାଠମୁଣ୍ଡ ପିନ୍ଧି ଅଭିନୟ କରିବା କଷ୍ଟ ସାଧ୍ୟ ହୋଇଥିଲେ ମଧ୍ୟ କଳାକାରମାନେ ବେଶ ଉତ୍ସାହିତ ଅଭିନୟ କରିଥାନ୍ତି। ପୁରାତନ କଳାକାରମାନେ ନୂତନ କଳାକାରଙ୍କୁ ନିର୍ଦ୍ଦେଶନା ଦେଇଥାଆନ୍ତି। କମିଟିର ସମ୍ପାଦକ ବିଶ୍ୱଜିତ ସାହୁଙ୍କ ତତ୍ତ୍ୱାବଧାନରେ ମୁଣ୍ଡ ରାମଲୀଳା ପରିଚାଳିତ ହେଉଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ଥାନ୍ତି ରାମ ନାଟକର ଗାୟକ ବ୍ରଜକିଶୋର ମହାପାତ୍ର ଓ ନିର୍ଦ୍ଦେଶକ ସୀତାରାମ ମହାପାତ୍ର। ପୁରାତନ କବି ବିକ୍ରମ ଭଣତିଙ୍କ ଦ୍ୱାରା ରଚିତ ହୋଇଥିବା ‘ମୁଣ୍ଡ ରାମଲୀଳା’ ଦେଖିବାକୁ ଭିଡ଼ ଜମାଇଥାଆନ୍ତି ଅଞ୍ଚଳବାସୀ ା ଧର୍ମ ଓ ପରମ୍ପରାର ବାହକ ଏହି ପୁରାତନ ଲୋକକଳାକୁ ବଞ୍ଚାଇ ରଖିବାକୁ ସରକାରୀ ପ୍ରୋତ୍ସାହନ ଓ ସଂସ୍କୃତି ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶରଣକୁଳର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri