Posted inଜାତୀୟ

ଏକ ଭାରତ ଶ୍ରେଷ୍ଠ ଭାରତ : ମହାରାଷ୍ଟ୍ର-ଗୁଜରାଟ ପ୍ରତିଷ୍ଠା ଦିବସ ପାଳନ କଲେ ସମସ୍ତ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳ…

ନୂଆଦିଲ୍ଲୀ,୧।୫ : ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଅନ୍ତର୍ଗତ ମେ‘୧ରେ ମହାରାଷ୍ଟ୍ର ଏବଂ ଗୁଜରାଟ ପ୍ରତିଷ୍ଠା ଦିବସ ଦେଶର ସମସ୍ତ ରାଜ୍ୟ ଏବଂ ପାଳନ କରିଛନ୍ତି। କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ଏନ୍ନେଇ ଏକ ବଡ଼ ଐତିହାସିକ ନିଷ୍ପତ୍ତି ନେଇଥିବାବେଳେ ଏହା କାର୍ଯ୍ୟକାରୀ କରାଯାଇଛି। ଏହା ଅନ୍ତର୍ଗତ ସମସ୍ତ ରାଜ୍ୟ ବର୍ତ୍ତମାନ କେବଳ ନିଜର ପ୍ରତିଷ୍ଠା ନୁହେଁ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରିବେ। ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନଠାରୁ ଦେଶର ସମସ୍ତ ରାଜ୍ୟର ରାଜଭବନରେ ସମସ୍ତ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରାଯିବ।

କୋଡିଏଟି ରାଜ୍ୟ ଏବଂ ସମସ୍ତ ଆଠଟି ୟୁନିଅନ ଅଞ୍ଚଳ ନିଜ ନିଜ ରାଜଭବନ (ରାଜ୍ୟପାଳଙ୍କ ବାସଭବନ) ଏବଂ ରାଜନିବାସ (ଉପରାଜ୍ୟପାଳଙ୍କ ବାସଭବନ)ରେ ଗୁଜରାଟ ଏବଂ ମହାରାଷ୍ଟ୍ରର ପ୍ରତିଷ୍ଠା ଦିବସ ପାଳନକୁ ନିଶ୍ଚିତ କରିଛନ୍ତି। ଏଥିମଧ୍ୟରେ ୩୦ ରାଜ ଭବନ ରହିଛି।

ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୩୧ ଅକ୍ଟୋବର ୨୦୧୫ ରେ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ୧୪୦ ତମ ଜନ୍ମ ବାର୍ଷିକୀରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପଦକ୍ଷେପ ଘୋଷଣା କରାଯାଇଥିଲା। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ରାଜ୍ୟର ସଂସ୍କୃତି, ପରମ୍ପରା ଏବଂ ଅଭ୍ୟାସ ବିଷୟରେ ଜ୍ଞାନ ବଢ଼ାଇ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବୁଝାମଣା ଏବଂ ସଂଯୋଗକୁ ବୃଦ୍ଧି କରିବା ଏବଂ ଭାରତର ଏକତା ଏବଂ ଅଖଣ୍ଡତାକୁ ସୁଦୃଢ଼ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ କଲେ ରାଜନାଥ ସିଂ

ଲକ୍ଷ୍ନୌ,୨୯ା୪: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ତାଙ୍କର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ଆସି ରାଜନାଥ ସିଂ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି...

ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ମାମଲା ପହଞ୍ଚିଲା ସୁପ୍ରିମକୋର୍ଟ, ସିଜେଆଇ କହିଲେ ଇମଲେ କର

ନୂଆଦିଲ୍ଲୀ,୨୯।୪: ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଅପରେସନ ଚାଲିଛି। ସେପଟେ ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏକ ପିଟିସନ...

ଟ୍ରକକୁ ଧକ୍କା ଦେଲା ପିକ୍‌ଅପ୍‌ ଗାଡି: ଚାଲିଗଲା ୯ ଜୀବନ, ୨୩ ଆହତ

ରାୟପୁର,୨୯।୪: ଛତିଶଗଡର ବେମେତାରା ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ ଗାଡି ଏବଂ ଟ୍ରକ ଧକ୍କାରେ ପାଞ୍ଚ ଜଣ ମହିଳା ଏବଂ...

ନାମାଙ୍କନ ପୂର୍ବରୁ ପ୍ରଭୁ ଶିବଙ୍କ ଉପରେ ପାଣି ଢାଳିଲେ ପ୍ରତିରକ୍ଷା ମନ୍ତ୍ରୀ

ଲକ୍ଷ୍ନୌ,୨୯।୪: ଉତ୍ତର ପ୍ରଦେଶର ଲକ୍ଷ୍ନୌର ଭାଜପା ପ୍ରାର୍ଥୀ ରାଜନାଥ ସିଂ ଆଜି ନାମାଙ୍କନ ପତ୍ର ଦାଖୂଳ କରିବେ। ନାମାଙ୍କନ ପୂର୍ବରୁ ରାଜନାଥ ସିଂ ଲକ୍ଷ୍ନୌର ହନୁମାନ...

କାହିଁକି ଭାଜପାକୁ ଓଡ଼ିଶାରେ ଦରକାର ଗୋଟିଏ ସୁଯୋଗ? କାରଣ ବାହାର କରି ବୁଝାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଘରୋଇ ଟେଲିଭିଜନକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ...

ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ, ଗୋଟିଏ ମାସ ପୂର୍ବରୁ ରାଜନୀତିରୁ ନେଇଥିଲେ ସନ୍ୟାସ

ବେଙ୍ଗାଲୁରୁ,୨୯।୪: କର୍ନାଟକର ଚାମରାଜନଗରରୁ ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ଦେହାନ୍ତ ହୋଇଛି। ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ...

ଦୁଇଭାଗ ହେବ କଂଗ୍ରେସ: ବ୍ୟାପିପାରେ ଲଭଲିଙ୍କ ଇସ୍ତଫାର ନିଆଁ

ନୂଆଦିଲ୍ଲୀ,୨୯।୪: ଆମ ଆଦମୀ ପାର୍ଟି (ଏଏପି) ସହିତ ମେଣ୍ଟ, ବାହ୍ୟ ପ୍ରାର୍ଥୀ ଚୟନ ଏବଂ ପ୍ରଦେଶ କଂଗ୍ରେସର ମନମାନିକୁ ନେଇ ପୂର୍ବତନ ମନ୍ତ୍ରୀ ରାଜକୁମାର ଚୌହାନଙ୍କ...

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri