ଜଳଲାଗି କଲେ ୫ଶହ ଗୋପାଳ

ବୈଶାଖର ପ୍ରଥମ ସୋମବାର

ଆରଡି,୧୮।୪ (ଡି.ଏନ.ଏ.) ବୈଶାଖ ମାସର ପ୍ରଥମ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ୫ଶହରୁ ଅଧିକ ଗୋପାଳ ଜଳଲାଗି କରିଛନ୍ତି। ଭୋର ୫ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା। ପରେ ବିଧି ଅନୁସାରେ ବାବା ଆଖଣ୍ଡଳମଣିଙ୍କ ଷୋଡ଼ଶ ଉପଚାର ପୂଜା କରାଯାଇଥିଲା। ପୂଜାର୍ଚ୍ଚନା ପରେ ବେଢ଼ା ଓ ବେଢ଼ା ବାହାରେ ପ୍ରତୀକ୍ଷା କରିଥିବା ଗୋପାଳମାନେ ଜଣକ ପରେ ଜଣେ ଶୃଙ୍ଖଳାର ସହ ମନ୍ଦିର ଗମ୍ଭୀରା ଗୃହକୁ ପାଣି ଭାର ନେଇ ପ୍ରବେଶ କରିଥିଲେ। ସେଠାରେ ପୂଜକମାନେ ସେମାନଙ୍କଠାରୁ ପାଣି ନେଇ ବାବାଙ୍କ ମସ୍ତକରେ ଢାଳିଥିଲେ।
ଉଲ୍ଲେଖନୀୟ ଯେ, ସ୍ଥାନୀୟ ଗଁାର ଗୋପାଳମାନେ ରବିବାର ରାତିରୁ ବୈତରଣୀ ନଦୀରୁ ଜଳଭାର ଆଣି ବୈଶାଖର ପ୍ରତ୍ୟେକ ସୋମବାର ପୀଠରେ ଉପସ୍ଥିତ ହୋଇଥାନ୍ତି। ଏହି ମାସରେ ପ୍ରଚଣ୍ଡ ଖରା ହେଉଥିବାରୁ ବାବାଙ୍କ ଶୀତଳ ଉପଚାର ପାଇଁ ପୂର୍ବରୁ ଏଭଳି ଜଳଲାଗି ବ୍ୟବସ୍ଥା ଏଠାରେ ରହିଆସିଛି ବୋଲି ବାବା ଆଖଣ୍ଡଳମଣି ବାରପଡ଼ା ଆଞ୍ଚଳିକ ଯାଦବ ମହାସଭା ସମ୍ପାଦକ ସତ୍ୟଜିତ ପଲାଇ କହିଛନ୍ତି। ତେବେ ବୈତରଣୀରେ କୁମ୍ଭୀର ଥିବାରୁ ଗୋପାଳମାନେ ଷାଠିବାଙ୍କୁଡ଼ା, ବୋଡ଼କ ଆଦି ନଦୀଘାଟରେ ପୂର୍ବରାତିରୁ ଡଙ୍ଗା ବାନ୍ଧି ରଖୁଛନ୍ତି ଓ ସେଠାରୁ ପାଣି ଉଠାଇଛନ୍ତି। କୁମ୍ଭୀର ଡଙ୍ଗା ନିକଟକୁ ଆସେ ନାହିଁ ତଥାପି ଏହା ବିପଦମୁକ୍ତ ନୁହେଁ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ବିଭିନ୍ନ ନଦୀଘାଟରେ ତାରଜାଲି ବାନ୍ଧିବାକୁ ସେମାନେ ଦାବି କରିଛନ୍ତି। ଗୋପାଳଙ୍କ ଜଳଲାଗି ବ୍ୟବସ୍ଥା ସୁଚାରୁ ରୂପେ ସମାପିତ ହୋଇଆସୁଛି ଓ ଏହି ପରମ୍ପରାକୁ ବଜାୟ ରଖାଯିବ ବୋଲି ମୁଅଁା ଗ୍ରାମର ଆଇନଜୀବୀ ଅମର ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri