ଡିଗ୍ରୀ ପାଠ୍ୟକ୍ରମ ପାଇଁ ଏସ୍‌ସି/ଏସ୍‌ଟି ଛାତ୍ରଙ୍କୁ ମିଳିବ ୫୦ ହଜାର

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଚଳିତ ବର୍ଷରୁ କୌଣସି ସରକାରୀ କଲେଜରେ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଅସହାୟ ତଥା ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଅନୁସୂଚିତ ଜାତି ଓ ଜନଜାତି ବିର୍ଗର ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ଏକକାଳୀନ ୫୦ ହଜାର ଟଙ୍କା ଆଥିର୍କ ସହାୟତା ଯୋଗାଇ ଦେବେ। ମଙ୍ଗଳବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବଣ ଜଙ୍ଗଲରେ ବାସ କରୁଥିବା ଯୋଗ୍ୟ ଆଦିବାସୀମାନଙ୍କୁ ସେମାନଙ୍କ ଭୂମି ଅଧିକାର ଦେବା ସକାଶେ ରାଜ୍ୟ ସରକାର ନୂଆ ଯୋଜନା ‘ମୋ ଜଙ୍ଗଲ ଜମି’ କାର୍ଯ୍ୟକାରୀ କରିଛନ୍ତି। ଏଥିସହିତ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରିଛି। ଜନଜାତିମାନଙ୍କର ଜୀବିକାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାର ରାଜ୍ୟ ଯୋଜନାରୁ ମୁଖ୍ୟମନ୍ତ୍ରୀ ଜୀବିକା ମିଶନ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ରାଜ୍ୟ ବଜେଟରେ ୫୦୦ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି। ଏହି ଯୋଜନା ଆଦିବାସୀ ଉପଯୋଜନା ଅନ୍ତର୍ଭୁକ୍ତ ୨୧୨ଟି ବ୍ଲକରେ ଆସନ୍ତା ୩ ବର୍ଷ ଅର୍ଥାତ୍‌ ୨୦୨୨-୨୩ରୁ ୨୦୨୫-୨୬ ଯାଏ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ୭ ବର୍ଷ ଯାଏ ୧୧୩୮ ବିଲୁପ୍ତପ୍ରାୟ ଆଦିମ ଜନଜାତି(ପିଭିଟିଜି) ଗ୍ରାମଗୁଡ଼ିକରେ ଓଡ଼ିଶା ପିଭିଟିଜି ସଶକ୍ତୀକରଣ ଓ ଜୀବନବୀବିକା ଉନ୍ନତୀକରଣ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଏ ନେଇ ପ୍ରସ୍ତାବ ଦେଇଛନ୍ତି। ଜନଜାତି ବର୍ଗଙ୍କର ସାମାଜିକ-ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି। ଏଥିସହିତ ସେମାନଙ୍କ ଶିକ୍ଷା, ଜୀବନଜୀବିକା ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ସର୍ବଦା ସରକାରଙ୍କ ପ୍ରାଥମିକତା ହୋଇ ଆସିଛି। ଜନଜାତିମାନଙ୍କର ସଂସ୍କୃତି, ପରମ୍ପରା, ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବିକାଶ ପରିଷଦ (ଏସ୍‌ଡିସି) ଗଠନ କରିଛନ୍ତି। ଚଳିତ ବର୍ଷ ୨୩ ଜିଲାର ୮୪ ଲକ୍ଷ ଜନସଂଖ୍ୟା ଥିବା ୧୭୨ ବ୍ଲକକୁ ଏସ୍‌ଡିସି ସମ୍ପ୍ରସାରିତ କରାଯାଇଛି। ଶିକ୍ଷା ହେଉଛି ସାମାଜିକ-ଅର୍ଥନୈତିକ ବିକାଶର ମାପଦଣ୍ଡ। ଜନଜାତି ଛାତ୍ରୀଛାତ୍ରଙ୍କୁ ଆବାସିକ ସୁବିଧା ଯୋଗାଇବାରେ ଓଡ଼ିଶା ହେଉଛି ଅଗ୍ରଣୀ ରାଜ୍ୟ। ରାଜ୍ୟରେ ୪.୨ ଲକ୍ଷ ପରିବାରରୁ ୬ ଲକ୍ଷ ଛାତ୍ରୀଛାତ୍ରଙ୍କୁ ଛାତ୍ରାବାସ ସୁବିଧା ଯୋଗାଇ ଦିଆଯାଇଛି। ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ଅଧୀନରେ ରାଜ୍ୟର ୧୭୩୫ ସ୍କୁଲ ପରିଚାଳିତ ହେଉଛି। ଗତ ୨୦ ବର୍ଷରେ ବିଭାଗ ଅଧୀନରେ ପରିଚାଳିତ ହେଉଥିବା ହାଇସ୍କୁଲ ସଂଖ୍ୟା ଦୁଇଗୁଣିତ ହୋଇଛି। ୨୧୫ ହାଇସ୍କୁଲ ଥିବାବେଳେ ଏବେ ତାହା ୪୨୨ରେ ପହଞ୍ଚିଛି। ଏଥିସହିତ ବିଭାଗ ଅଧୀନରେ ଉଚ୍ଚ ମାଧ୍ୟମିକ ସ୍କୁଲ ମଧ୍ୟ ଖୋଲାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ରାଜ୍ୟରେ ୨୦୨୩ ଏପ୍ରିଲ ସୁଦ୍ଧା ୬.୪୭ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୧୦.୪୨ ଲକ୍ଷ ଏକର ଜଙ୍ଗଲ ଜମି ଉପରେ ପ୍ରାୟ ୪.୬୪ ଲକ୍ଷ ଜମିପଟ୍ଟା ବଣ୍ଟନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି। ୨୦୨୩-୨୪ ଆର୍ଥିକବର୍ଷରେ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ବତନ୍ତ୍ର ବଜେଟ ଆବଣ୍ଟନ କରାଯାଇଛି। ଏତଦ୍‌ଦ୍ୱାରା ୨ବର୍ଷ ମଧ୍ୟରେ ଜଙ୍ଗଲ ଜମି ଚିହ୍ନଟ ଓ ପ୍ରଦାନ ପ୍ର୍ରକ୍ରିୟାକୁ ତ୍ୱରାନ୍ବିତ କରିବା ନିମନ୍ତେ ଜିଲାସ୍ତରରେ କାର୍ଯ୍ୟରତ ଏନ୍‌ଜିଓ ଏବଂ ସିଏସ୍‌ଓଙ୍କୁ ଗ୍ରାମୀଣ ସ୍ତରୀୟ ସ୍ବେଚ୍ଛାସେବୀମାନେ ସହାୟତା ଯୋଗାଇଦେବେ। ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ସଉରା ଓ କୁଇ ଭାଷାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପ୍ରସ୍ତାବ ଦେବାକୁ ଜନଜାତି ଉପଦେଷ୍ଟା ପରିଷଦ ସୁପାରିସ କରିଛନ୍ତି। ଯାଜପୁର ଜିଲାର ବିର୍‌ହୋର୍‌ ଓ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ଢେଙ୍କାନାଳ ଜିଲାର ଜୁଆଙ୍ଗ ଉନ୍ନୟନ ସଂସ୍ଥା, ପ୍ରାଚୀନ ଜନଜାତି ବସବାସ କରୁଥିବା କେନ୍ଦୁଝର ଜିଲାର ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥା ୩ଟି ଅଣୁପ୍ରକଳ୍ପ ପ୍ରତିଷ୍ଠା କରାଯିବା ସମ୍ପର୍କରେ ଜନଜାତି ଉପଦେଷ୍ଟା ପରିଷଦକୁ ବୈଠକରେ ଅବଗତ କରାଯାଇଛି। ପୁରାତନ ଜନଜାତି ବସବାସ କରୁଥିବା ୧୧୩୮ ଗୋଟି ବସତିକୁ ପିଭିଟିଜି ଗ୍ରାମ ଭାବେ ଘୋଷଣା କରାଯାଇଛି। ୧୧୩୮ ଗ୍ରାମ ମଧ୍ୟରୁ ୮୮୮ ଗ୍ରାମ ୧୫ଟି ଅଣୁପ୍ରକଳ୍ପରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଅଣୁପ୍ରକଳ୍ପ ଅଞ୍ଚଳ ବାହାରେ ରହିଥିବା ୨୫୦ ଗ୍ରାମକୁ ପିଭିଟିଜି ଗ୍ରାମ ଭାବେ ଘୋଷଣା କରାଯାଇଛି।
ଏହି ବୈଠକରେ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ୧୫ ଜଣ ବିଧାୟକ, ୨ ଜଣ ଏମ୍‌ପି, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?