Posted inଫୁରସତ

୫୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର: ଡ. ସଞ୍ଜୁକ୍ତା ପାଢ଼ୀ

ଯାଜପୁର ଟାଉନ୍‌ସ୍ଥିତ ସିଦ୍ଧେଶ୍ୱର ଗାଁରେ ଆମ ଘର। ସ୍ଥାନୀୟ ରାମବାଗ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ରମାଦେବୀ କଲେଜରେ ଯୁକ୍ତ ୨ କଳା ପଢ଼ିଥିଲି। ତା’ପରେ ସାଇକୋଲୋଜି ଅନର୍ସ ରଖି ରେଭେନ୍‌ଶା କଲେଜରେ ଯୁକ୍ତ ୩ ପଢ଼ିଲି। ଦିଲ୍ଲୀ ୟୁନିଭର୍ସିଟିରେ ପି.ଜି. ପଢ଼ିବା ପାଇଁ ଇଚ୍ଛା ଥିବାରୁ ନାଁ ରେଜିଷ୍ଟ୍ରେଶନ କଲି ଆଉ ସେଠାରେ କିଛିଦିନ ରହିଲି। କିନ୍ତୁ ଘର କଥା ଭାରି ମନେ ପଡ଼ିବାରୁ ବେଶି ଦିନ ରହି ନ ପାରି ଫେରିଆସିଲି ଓ ବାଣୀବିହାରରେ ପି.ଜି.ପାଇଁ ଆଡ୍‌ମିଶନ୍‌ ନେଲି। ପି.ଜି. ସରୁ ସରୁ କଟକରେ ଘରଭଡ଼ା ନେଇ ରାଧାନାଥ ଟ୍ରେନିଂ କଲେଜରେ ବି.ଇଡି. କଲି। ସେତେବେଳେ ମୋ ସାଙ୍ଗରେ ମୋର ଜଣେ ଭଉଣୀ ଓ ସାଙ୍ଗ ବି ରହୁଥିଲେ। ବି.ଇଡି. ସରିବା ପରେ ସେଠାରେ ରହି କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲୁ। ଏହି ସମୟରେ ସ୍ଥାନୀୟ ଜଣେ ପଡ଼ୋଶୀ ମହିଳା ଆସି ମୋତେ ତାଙ୍କ କୁନି ପୁଅକୁ ଟ୍ୟୁଶନ କରିବାକୁ କହିଲେ ଆଉ ମାସ ଶେଷକୁ ଖୁସିରେ ସେ ମୋ ହାତରେ ୫୦ ଟଙ୍କା ଧରାଇ ଦେଇଗଲେ, ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେବେ ୫୦ ଟଙ୍କାର ମୂଲ୍ୟ ବି କିଛି କମ୍‌ ନଥିଲା। ଏହି ଟଙ୍କାରେ ପ୍ରାୟ ସମୟ ଆମେ ସ୍ଥାନୀୟ ତୁଳସୀପୁରସ୍ଥିତ ପ୍ରସିଦ୍ଧ ଈଶ୍ୱର ଦହିବରା ଦୋକାନରୁ ଦହିବରା କିଣି ଆଣି ୪ଟା ବେଳେ ପଖାଳ ଖାଉଥିଲୁ। ଏମିତି ପ୍ରାୟ ୩/୪ମାସ ବିତିବା ପରେ ଯାଜପୁର ରୋଡ୍‌ସ୍ଥିତ ବ୍ୟାସନଗର ଅଟୋନମସ୍‌ କଲେଜରେ ସାଇକୋଲୋଜିର ଅଧ୍ୟାପିକା ଭାବେ ମୋର ଚାକିରି ହୋଇଗଲା। ଏହା ଥିଲା ୧୯୯୫ ମସିହାର କଥା, ସେତେବେଳେ ମୋ ଚାକିରିଟି ମ୍ୟାନେଜ୍‌ମେଣ୍ଟ ଅଧୀନରେ ଥିଲା। ତେଣୁ ମାତ୍ର ହଜାରେ ଟଙ୍କା ଥିଲା ମୋର ଦରମା। ଆମେ ପାଞ୍ଚ ଭାଇଭଉଣୀ ଭିତରେ ମୁଁ ଥିଲି ସବୁଠୁ ବଡ଼। ଅବଶ୍ୟ ବାପା ଚାକିରି କରିଥିଲେ, ତଥାପି ବଡ଼ ହିସାବରେ ସାନ ଭାଇଭଉଣୀଙ୍କ ପ୍ରତି ମୋର କିଛି କର୍ତ୍ତବ୍ୟ ଥିଲା। ତେଣୁ ଯେବେ ଦରମା ପାଇଲି ଘରର ସମସ୍ତଙ୍କ ପାଇଁ କିଛି ଗିଫ୍ଟ ନେଇକି ଯାଇଥିଲି। ତା’ସହିତ ଯେହେତୁ କଲେଜ ପାଖରେ ଘରଭଡ଼ା ନେଇ ରହୁଥିଲି, ତେଣୁ ଘରଭଡ଼ା ଓ ନିଜ ଚଳଣି ବାବଦ ମଧ୍ୟ କିଛି ଟଙ୍କା ହାତରେ ରଖିଥିଲି। ସେତେବେଳେ ଆମ ଘରେ କଲର୍‌ ଟିଭି, ଫ୍ରିଜ୍‌ କି ଗାଡ଼ି କିଛି ବି ନଥିଲା। ତେଣୁ ଧୀରେ ଧୀରେ ଇନ୍‌ଷ୍ଟାଲ୍‌ମେଣ୍ଟରେ ଘରକୁ ଗୋଟିଏ ଗୋଟିଏ ଜିନିଷ ବି କରିଥିଲି। ସେଥିପାଇଁ ବାପା, ବୋଉ, ଭାଇଭଉଣୀ ସମସ୍ତଙ୍କର ମୁଁ ଥିଲି ଆଶା ଓ ଭରସା। ଏମିତି କିଛିଦିନ ବିତିବା ପରେ ମୋ ବାହାଘର ହେଲା। ଶାଶୁଘର ବି ସେହି ଯାଜପୁରରେ ଥିଲା, ହେଲେ ମୋ ସ୍ବାମୀ ଗ୍ୟାଙ୍ଗ୍‌ଟକ୍‌ରେ ଚାକିରି କରୁଥିଲେ। ସେ ଚାହୁଁଥିଲେ ମୁଁ ତାଙ୍କ ସାଥିରେ ଗ୍ୟାଙ୍ଗ୍‌ଟକ୍‌ ଯାଇ ସେଠି ଚାକିରି କରେ। କିନ୍ତୁ ମୋର ଇଚ୍ଛା ହେଲାନାହିଁ। ଯେହେତୁ ବାପଘର, ଶାଶୁଘର ଯାଜପୁରରେ ହିଁ ଥିଲା, ତେଣୁ ମୁଁ ଏଇଠି ରହି ଚାକିରି କରିବାକୁ ନିଷ୍ପତ୍ତି ନେଲି। ସେବେଠାରୁ ୨୦୧୯ ପର୍ଯ୍ୟନ୍ତ ମୁଁ ସେହି କଲେଜରେ ଅଧ୍ୟାପିକା ଭାବେ ଚାକିରି କରିଥିଲି। ଅବଶ୍ୟ ତା’ରି ଭିତରେ ମୋର ଝିଅଟିଏ ହେବା ସହ ୨୦୦୯ରେ ମୋ ଚାକିରି ରେଗୁଲାର୍‌ ହେଲା। ତା’ସହିତ ଯାଜପୁର ରୋଡ୍‌ରେ ଗୋଟିଏ ଜାଗା କିଣିଲି(ସ୍ବାମୀଙ୍କର ବି ସହଯୋଗ ଥିଲା) ଏବଂ ୨୦୧୬ରେ ସାଇକୋଲୋଜିରେ ପି.ଏଚ୍‌ଡି ଡିଗ୍ରୀ ହାସଲ କରିବାରେ ମଧ୍ୟ ସଫଳ ହେଲି। ତେବେ ୨୦୧୯ରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ୟୁନିଭର୍ସିଟିରେ ସାଇକୋଲୋଜି ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦବୀ ପାଇଁ ବିଜ୍ଞାପନ ବାହାରିବାରୁ ସେଥିରେ ଇଣ୍ଟରଭ୍ୟୁ ଦେଲି ଆଉ ସିଲେକ୍ଟ ହୋଇ ସେଠାରେ ଜଏନ୍‌ କରିଥିଲି। ଏବେ ବି ମୁଁ ସେଠାରେ କାର୍ଯ୍ୟରତ। ବର୍ତ୍ତମାନ ମୋ ଅଧୀନରେ ୪ ଜଣ ପିଲା ପି.ଏଚ୍‌ଡି ପାଇଁ ପ୍ରସ୍ତୁତ ହେଉଛନ୍ତି। ତା’ସହିତ ଆସୋସିଏଟ୍‌ ପ୍ରଫେସର୍‌ ପ୍ରମୋଶନ ପାଇଁ ମୁଁ ନିଜେ ମଧ୍ୟ ଚେଷ୍ଟା ଜାରି ରଖିଛି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାବାଦ୍‌ ସାହିତ୍ୟ ପ୍ରତି ରୁଚି ଥିବାରୁ ମୁଁ ଅନେକ ଗପ ଓ କବିତା ମଧ୍ୟ ଲେଖିଛି କିନ୍ତୁ ପ୍ରକାଶ କରିବାକୁ ସମୟ ପାଇନି। ହେଲେ ସୋସିଆଲ୍‌ ମିଡିଆରେ ମୁଁ ଅନେକ ସାହିତ୍ୟ ଅନୁଷ୍ଠାନ ସହ ଜଡ଼ିତ ଅଛି। ସେଇଥିରୁ ହିଁ ମୋତେ କିଛିଟା ଖୁସି ମିଳିଯାଉଛି, ଯାହା ମୋ ପାଇଁ ଯଥେଷ୍ଟ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଯୁବତୀଙ୍କୁ ପ୍ରେମ କରି ବସିଲେ ୨ ଘନିଷ୍ଠ ବନ୍ଧୁ: ଶେଷରେ ଘଟିଲା…

ନାଗପୁର,୨୧।୮: ରଣବୀର ସିଂହ ଓ ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଣ୍ଡେ’ ଦେଖିଛନ୍ତି? ଫିଲ୍ମରେ ଦୁଇ ଘନିଷ୍ଠ ବନ୍ଧୁ ଗୋଟିଏ ଯୁବତୀଙ୍କୁ ଭଲ ପାଇବା ପରେ ପରସ୍ପରଙ୍କ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

ଶିକ୍ଷା ବିଭାଗରେ ଚହଳ! ନାବାଳିକାଙ୍କୁ ଗର୍ଭବତୀ କଲେ ଶିକ୍ଷକ, ଗର୍ଭପାତ ପାଇଁ ଯାଉଥିବାବେଳେ ବାଟରେ…

କିଶ୍ତୱାଡ,୨୧।୮: ଜମ୍ମୁ-କଶ୍ମୀରର କିଶ୍ତୱାଡରେ ୧୪ ବର୍ଷୀୟା ଜଣେ ନାବାଳିକାଙ୍କ ସହ ବଳାତ୍କାର ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ବଳାତ୍କାର ଯୋଗୁ ନାବାଳିକା ଗର୍ଭବତୀ…

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଛୁରି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri