Posted inଫୁରସତ

୫୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର: ଡ. ସଞ୍ଜୁକ୍ତା ପାଢ଼ୀ

ଯାଜପୁର ଟାଉନ୍‌ସ୍ଥିତ ସିଦ୍ଧେଶ୍ୱର ଗାଁରେ ଆମ ଘର। ସ୍ଥାନୀୟ ରାମବାଗ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ରମାଦେବୀ କଲେଜରେ ଯୁକ୍ତ ୨ କଳା ପଢ଼ିଥିଲି। ତା’ପରେ ସାଇକୋଲୋଜି ଅନର୍ସ ରଖି ରେଭେନ୍‌ଶା କଲେଜରେ ଯୁକ୍ତ ୩ ପଢ଼ିଲି। ଦିଲ୍ଲୀ ୟୁନିଭର୍ସିଟିରେ ପି.ଜି. ପଢ଼ିବା ପାଇଁ ଇଚ୍ଛା ଥିବାରୁ ନାଁ ରେଜିଷ୍ଟ୍ରେଶନ କଲି ଆଉ ସେଠାରେ କିଛିଦିନ ରହିଲି। କିନ୍ତୁ ଘର କଥା ଭାରି ମନେ ପଡ଼ିବାରୁ ବେଶି ଦିନ ରହି ନ ପାରି ଫେରିଆସିଲି ଓ ବାଣୀବିହାରରେ ପି.ଜି.ପାଇଁ ଆଡ୍‌ମିଶନ୍‌ ନେଲି। ପି.ଜି. ସରୁ ସରୁ କଟକରେ ଘରଭଡ଼ା ନେଇ ରାଧାନାଥ ଟ୍ରେନିଂ କଲେଜରେ ବି.ଇଡି. କଲି। ସେତେବେଳେ ମୋ ସାଙ୍ଗରେ ମୋର ଜଣେ ଭଉଣୀ ଓ ସାଙ୍ଗ ବି ରହୁଥିଲେ। ବି.ଇଡି. ସରିବା ପରେ ସେଠାରେ ରହି କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲୁ। ଏହି ସମୟରେ ସ୍ଥାନୀୟ ଜଣେ ପଡ଼ୋଶୀ ମହିଳା ଆସି ମୋତେ ତାଙ୍କ କୁନି ପୁଅକୁ ଟ୍ୟୁଶନ କରିବାକୁ କହିଲେ ଆଉ ମାସ ଶେଷକୁ ଖୁସିରେ ସେ ମୋ ହାତରେ ୫୦ ଟଙ୍କା ଧରାଇ ଦେଇଗଲେ, ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେବେ ୫୦ ଟଙ୍କାର ମୂଲ୍ୟ ବି କିଛି କମ୍‌ ନଥିଲା। ଏହି ଟଙ୍କାରେ ପ୍ରାୟ ସମୟ ଆମେ ସ୍ଥାନୀୟ ତୁଳସୀପୁରସ୍ଥିତ ପ୍ରସିଦ୍ଧ ଈଶ୍ୱର ଦହିବରା ଦୋକାନରୁ ଦହିବରା କିଣି ଆଣି ୪ଟା ବେଳେ ପଖାଳ ଖାଉଥିଲୁ। ଏମିତି ପ୍ରାୟ ୩/୪ମାସ ବିତିବା ପରେ ଯାଜପୁର ରୋଡ୍‌ସ୍ଥିତ ବ୍ୟାସନଗର ଅଟୋନମସ୍‌ କଲେଜରେ ସାଇକୋଲୋଜିର ଅଧ୍ୟାପିକା ଭାବେ ମୋର ଚାକିରି ହୋଇଗଲା। ଏହା ଥିଲା ୧୯୯୫ ମସିହାର କଥା, ସେତେବେଳେ ମୋ ଚାକିରିଟି ମ୍ୟାନେଜ୍‌ମେଣ୍ଟ ଅଧୀନରେ ଥିଲା। ତେଣୁ ମାତ୍ର ହଜାରେ ଟଙ୍କା ଥିଲା ମୋର ଦରମା। ଆମେ ପାଞ୍ଚ ଭାଇଭଉଣୀ ଭିତରେ ମୁଁ ଥିଲି ସବୁଠୁ ବଡ଼। ଅବଶ୍ୟ ବାପା ଚାକିରି କରିଥିଲେ, ତଥାପି ବଡ଼ ହିସାବରେ ସାନ ଭାଇଭଉଣୀଙ୍କ ପ୍ରତି ମୋର କିଛି କର୍ତ୍ତବ୍ୟ ଥିଲା। ତେଣୁ ଯେବେ ଦରମା ପାଇଲି ଘରର ସମସ୍ତଙ୍କ ପାଇଁ କିଛି ଗିଫ୍ଟ ନେଇକି ଯାଇଥିଲି। ତା’ସହିତ ଯେହେତୁ କଲେଜ ପାଖରେ ଘରଭଡ଼ା ନେଇ ରହୁଥିଲି, ତେଣୁ ଘରଭଡ଼ା ଓ ନିଜ ଚଳଣି ବାବଦ ମଧ୍ୟ କିଛି ଟଙ୍କା ହାତରେ ରଖିଥିଲି। ସେତେବେଳେ ଆମ ଘରେ କଲର୍‌ ଟିଭି, ଫ୍ରିଜ୍‌ କି ଗାଡ଼ି କିଛି ବି ନଥିଲା। ତେଣୁ ଧୀରେ ଧୀରେ ଇନ୍‌ଷ୍ଟାଲ୍‌ମେଣ୍ଟରେ ଘରକୁ ଗୋଟିଏ ଗୋଟିଏ ଜିନିଷ ବି କରିଥିଲି। ସେଥିପାଇଁ ବାପା, ବୋଉ, ଭାଇଭଉଣୀ ସମସ୍ତଙ୍କର ମୁଁ ଥିଲି ଆଶା ଓ ଭରସା। ଏମିତି କିଛିଦିନ ବିତିବା ପରେ ମୋ ବାହାଘର ହେଲା। ଶାଶୁଘର ବି ସେହି ଯାଜପୁରରେ ଥିଲା, ହେଲେ ମୋ ସ୍ବାମୀ ଗ୍ୟାଙ୍ଗ୍‌ଟକ୍‌ରେ ଚାକିରି କରୁଥିଲେ। ସେ ଚାହୁଁଥିଲେ ମୁଁ ତାଙ୍କ ସାଥିରେ ଗ୍ୟାଙ୍ଗ୍‌ଟକ୍‌ ଯାଇ ସେଠି ଚାକିରି କରେ। କିନ୍ତୁ ମୋର ଇଚ୍ଛା ହେଲାନାହିଁ। ଯେହେତୁ ବାପଘର, ଶାଶୁଘର ଯାଜପୁରରେ ହିଁ ଥିଲା, ତେଣୁ ମୁଁ ଏଇଠି ରହି ଚାକିରି କରିବାକୁ ନିଷ୍ପତ୍ତି ନେଲି। ସେବେଠାରୁ ୨୦୧୯ ପର୍ଯ୍ୟନ୍ତ ମୁଁ ସେହି କଲେଜରେ ଅଧ୍ୟାପିକା ଭାବେ ଚାକିରି କରିଥିଲି। ଅବଶ୍ୟ ତା’ରି ଭିତରେ ମୋର ଝିଅଟିଏ ହେବା ସହ ୨୦୦୯ରେ ମୋ ଚାକିରି ରେଗୁଲାର୍‌ ହେଲା। ତା’ସହିତ ଯାଜପୁର ରୋଡ୍‌ରେ ଗୋଟିଏ ଜାଗା କିଣିଲି(ସ୍ବାମୀଙ୍କର ବି ସହଯୋଗ ଥିଲା) ଏବଂ ୨୦୧୬ରେ ସାଇକୋଲୋଜିରେ ପି.ଏଚ୍‌ଡି ଡିଗ୍ରୀ ହାସଲ କରିବାରେ ମଧ୍ୟ ସଫଳ ହେଲି। ତେବେ ୨୦୧୯ରେ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ୟୁନିଭର୍ସିଟିରେ ସାଇକୋଲୋଜି ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦବୀ ପାଇଁ ବିଜ୍ଞାପନ ବାହାରିବାରୁ ସେଥିରେ ଇଣ୍ଟରଭ୍ୟୁ ଦେଲି ଆଉ ସିଲେକ୍ଟ ହୋଇ ସେଠାରେ ଜଏନ୍‌ କରିଥିଲି। ଏବେ ବି ମୁଁ ସେଠାରେ କାର୍ଯ୍ୟରତ। ବର୍ତ୍ତମାନ ମୋ ଅଧୀନରେ ୪ ଜଣ ପିଲା ପି.ଏଚ୍‌ଡି ପାଇଁ ପ୍ରସ୍ତୁତ ହେଉଛନ୍ତି। ତା’ସହିତ ଆସୋସିଏଟ୍‌ ପ୍ରଫେସର୍‌ ପ୍ରମୋଶନ ପାଇଁ ମୁଁ ନିଜେ ମଧ୍ୟ ଚେଷ୍ଟା ଜାରି ରଖିଛି। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାବାଦ୍‌ ସାହିତ୍ୟ ପ୍ରତି ରୁଚି ଥିବାରୁ ମୁଁ ଅନେକ ଗପ ଓ କବିତା ମଧ୍ୟ ଲେଖିଛି କିନ୍ତୁ ପ୍ରକାଶ କରିବାକୁ ସମୟ ପାଇନି। ହେଲେ ସୋସିଆଲ୍‌ ମିଡିଆରେ ମୁଁ ଅନେକ ସାହିତ୍ୟ ଅନୁଷ୍ଠାନ ସହ ଜଡ଼ିତ ଅଛି। ସେଇଥିରୁ ହିଁ ମୋତେ କିଛିଟା ଖୁସି ମିଳିଯାଉଛି, ଯାହା ମୋ ପାଇଁ ଯଥେଷ୍ଟ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri