Posted inଜାତୀୟ

କଂଗ୍ରେସରେ ଏସ୍‌ସି-ଏସ୍‌ଟି-ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ପ୍ରସ୍ତାବ ଆଗତ…

ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ଦଳ ସଂଗଠନରେ ଏସ୍‌ସି / ଏସ୍‌ଟି ଏବଂ ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାନୁସାରେ, ପାର୍ଟିରେ ଏକ ବଡ ବର୍ଗ ଦୀର୍ଘ ଦିନ ଧରି ଦଳୀୟ ସଂଗଠନରେ ଏହି ସଂରକ୍ଷଣ ଦାବି କରିଆସୁଥିଲା।

ଚିନ୍ତନ ଶିବିରର ଦ୍ୱିତୀୟ ଦିନରେ ଦଳର ନେତା କେ. ରାଜୁ କହିଛନ୍ତି ଦଳଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କେ. ରାଜୁଙ୍କ ଅନୁଯାୟୀ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ପାଇଁ ଦଳରେ ସାଂଗଠନିକ ପରିବର୍ତ୍ତନକୁ ଅନୁମୋଦନ କରାଯାଇଛି। ସେ କହିଛନ୍ତି ଯେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ପାଇଁ ଗଠିତ କମିଟି ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରିଛି। ରବିବାର ଦିନ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଏହି ପ୍ରସ୍ତାବ ଉପସ୍ଥାପିତ ହେବ। ଏହା ବ୍ୟତୀତ ଦଳରେ ସାମାଜିକ ନ୍ୟାୟ ପରାମର୍ଶଦାତା ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।

କୁହାଯାଉଛି ଯେ ଏହି କମିଟି କଂଗ୍ରେସ ସଭାପତିଙ୍କ ସାମ୍ନାରେ ସାମାଜିକ ପ୍ରସଙ୍ଗ ଉଠାଇବ ଏବଂ ଏ ବାବଦରେ ତାଙ୍କୁ ପରାମର୍ଶ ଦେବ। ଏହା ବ୍ୟତୀତ ସାମାଜିକ ଦୁର୍ବଳ ବିଭାଗ ପାଇଁ ମାସରେ ଥରେ କଂଗ୍ରେସ ୱାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବ। କେ .ରାଜୁ କହିଛନ୍ତି ଯେ ଆମେ ଚାହୁଁ ଜାତି ଭିତ୍ତିକ ଜନଗଣନା ଜାତୀୟ ସ୍ତରରେ କରାଯାଉ। ବେସରକାରୀ କ୍ଷେତ୍ରରେ ସଂରକ୍ଷଣର ଲାଭ ମଧ୍ୟ ଏସ୍‌ସି,ଏସ୍‌ଟି ଏବଂ ଓବିସିଙ୍କୁ ମିଳୁ।

ଏହା ବ୍ୟତୀତ ଦଳ ଚାହୁଁଛି ଯେ ମହିଳା ସଂରକ୍ଷଣ ବିଲରେ ଏସବୁ ବର୍ଗରେ ମହିଳାଙ୍କ ପାଇଁ ପୃଥକ ବ୍ୟବସ୍ଥା ହେବା ଉଚିତ୍‌। ଉଲ୍ଲେଖନୀୟ ବିଷୟ ହେଉଛି, ରବିବାର ଉଦୟପୁରରେ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିରର ତୃତୀୟ ଦିନ। ଦୁଇ ଦିନ ଧରି ବିଭିନ୍ନ କମିଟିରେ ଯାହା ନିଷ୍ପତ୍ତି ନିଆଯିବ, ସେଗୁଡିକ ରବିବାର ଦିନ କଂଗ୍ରେସ ୱାର୍କିଂ କମିଟି ସମ୍ମୁଖରେ ରଖାଯିବ। ଏହି ନିଷ୍ପତ୍ତିଗୁଡିକ କଂଗ୍ରେସ କାର୍ଯ୍ୟ କମିଟି ଦ୍ୱାରା ଚୂଡାନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?