Posted inଫୁରସତ

୫୦ କି.ମି. ଦୌଡ଼ିଲେ ମିଳିବ ବୋନସ

ବେଜିଂ: ପ୍ରତ୍ୟେକ କମ୍ପାନୀରେ କର୍ମଚାରୀଙ୍କ କାମ ଅନୁସାରେ ବୋନସ୍‌ ମିଳିଥାଏ। ଏଥିପାଇଁ ବିଭିନ୍ନ କମ୍ପାନୀର ଭିନ୍ନ ଭିନ୍ନ ନିୟମ ମଧ୍ୟ ରହିଛି। ତେବେ ଚାଇନାର ଏକ କମ୍ପାନୀ ତା’ର ନିୟମରେ ଏପରି ପରିବର୍ତ୍ତନ କରିଛି, ଯାହା କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ମୁତାବକ, ଗୁଆଗଡୋନ ପ୍ରୋଭିନ୍ସ ଅଞ୍ଚଳର ଡୋଙ୍ଗ୍‌ପୋ ପେପର କମ୍ପାନୀ ବୋନସ ପାଇଁ କର୍ମଚାରୀଙ୍କ କାମ ନୁହେଁ ତାଙ୍କ ଫିଟ୍‌ନେସ୍‌ ଆଧାରରେ ନିୟମ କରିଛି। ଯଦି କେହି କର୍ମଚାରୀ ୫୦ କି.ମି. ଦୌଡିବେ ତେବେ ତାଙ୍କୁ ବୋନସ ଦିଆଯିବ। ଫଳରେ କର୍ମଚାରୀମାନେ କାମ ବଦଳରେ ଅଧିକ ସମୟ ଦୌଡ଼ିବାରେ ନିଜକୁ ଲଗାଇ ଦେଇଛନ୍ତି। ନିକଟରେ କମ୍ପାନୀ ତା’ର ନିୟମରେ ଏପରି ପରିବର୍ତ୍ତନ କରିଛି। କର୍ମଚାରୀଙ୍କୁ ପୂରା ବୋନସ୍‌ ସେତେବେଳେ ମିଳିବ, ଯେତେବେଳେ ସେମାନେ ମାସରେ ୫୦ କି.ମି. ଦୌଡ଼ିବେ। ୪୦ କି.ମି. ପାଇଁ ବୋନସ୍‌ର ୬୦ ପ୍ରତିଶତ ମିଳିବ। ୩୦ କି.ମି. ପାଇଁ ୩୦ ପ୍ରତିଶତ ବୋନସ୍‌ ମିଳିବ। ଯଦି କେହି ମାସରେ ୧୦୦ କି.ମି. ଦୌଡ଼ିବେ, ତେବେ ତାଙ୍କୁ ବୋନସ୍‌ ସହ ୩୦ ପ୍ରତିଶତ ଅତିରିକ୍ତ ବୋନସ୍‌ ମିଳିବ। ଏହି ସ୍କିମ୍‌ରେ ପର୍ବତାରୋହଣ ଏବଂ ଦ୍ରୁତଗତି ଦୌଡ଼ ସାମିଲ କରାଯାଇଛି, ଯାହା ଏକ୍ସରସାଇଜ୍‌ର ୬୦ କିମ୍ବା ୩୦ ପ୍ରତିଶତ ହେବ। କର୍ମଚାରୀଙ୍କ ଫୋନ୍‌ରେ ଥିବା ଆପ୍‌ ଜରିଆରେ ସେମାନଙ୍କୁ ଟ୍ରାକ୍‌ କରାଯିବ। କମ୍ପାନୀ ମାଲିକ ଏହି ପଲିସି ଜରିଆରେ ତାଙ୍କ କର୍ମଚାରୀମାନଙ୍କୁ ସୁସ୍ଥ ରଖିବାକୁ ପ୍ରୟାସ କରୁଥିବା କହିଛନ୍ତି। କର୍ମଚାରୀ ମଧ୍ୟ ଏପରି ପଲିସିରେ ଖୁସିଥିବା ସେ କହିଛନ୍ତି। କାରଣ ଏଥିରେ ସେମାନେ ସୁସ୍ଥ ରହିବା ସହ ରୋଜଗାର ମଧ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri