Posted inଖେଳ

ବୁମ୍‌ରାଙ୍କୁ ୫ ଉଇକେଟ୍‌ ସଫଳତା

ମୁମ୍ବାଇ, ୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥରପାଇଁ ୫ ଉଇକେଟ୍‌ ସଫଳତା ପାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା। ତାଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ଆଇପିଏଲ୍‌ର ସୋମବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଇନିଂସକୁ ୨୦ ଓଭରରେ ୧୬୫/୯ରେ ସୀମିତ ରଖିଛି। ରିପୋର୍ଟ ଲେଖା ହେବା ବେଳକୁ ମୁମ୍ବାଇ ୯ ଓଭରରେ ୨ ଉଇକେଟ ହରାଇ ୫୮ ରନ ସଂଗ୍ରହ କରିଛି। ଅଧିନାୟକ ରୋହିତ ଶର୍ମା ୨ ଓ ତିଳକ ବର୍ମା ୬ ରନକରି ଆଉଟ ହୋଇଛନ୍ତି।
ଟସ୍‌ ଜିତି ମୁମ୍ବାଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା।
କୋଲକାତା କିନ୍ତୁ ଭେଙ୍କଟେଶ୍‌ ଆୟାର ଓ ଅଜିଙ୍କ୍ୟ ରାହାନେଙ୍କ ମାଧ୍ୟମରେ ଦୃଢ଼ ଓପନିଂ କରିଥିଲା। ବିଶେଷ କରି ଭେଙ୍କଟେଶ୍‌ଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁ କୋଲକାତା ବଡ଼ ସ୍କୋରପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ଭେଙ୍କଟେଶ୍‌ ୨୪ ବଲ୍‌ରୁ ୩ ଚୌକା ଓ ୪ ଛକା ସହାୟତାରେ ୪୩ ରନକରି ଆଉଟ ହୋଇଥିଲେ। ଅପେକ୍ଷାକୃତ ଧିମା ଖେଳିଥିବା ଅଜିଙ୍କ୍ୟ ରାହାନେ ୨୪ ବଲ୍‌ରୁ ୨୫ ରନକରିବାକୁ ସକ୍ଷମ ହୋଇଥିବାବେଳେ ନୀତୀଶ ରାଣା ଷ୍ଟ୍ରୋକପୂର୍ଣ୍ଣ ୪୩ (୨୬ ବଲ, ୩ ଚୌକା, ୪ ଛକା)ର ଇନିଂସ ଖେଳି ଦଳର ରନ୍‌ହାରକୁ ବଜାୟ ରଖିଥିଲେ। ତେବେ ଅଧିନାୟକ ଶ୍ରେୟସ ଆୟାର ୬ ଓ ଆନ୍ଦ୍ରେ ରସେଲ ୯ ରନରେ ଆଉଟ ହେବା କୋଲକାତା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ଫଳରେ ନୀତୀଶ ଆଉଟ ହେବାପରେ ମ୍ୟାଚର ମୋଡ଼ ବୁଲିଥିଲା। କୋଲକାତାର ମିଡିଲ ଅର୍ଡର ଓ ଲୋୟର ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ବୁମ୍‌ରା। ସେ ନୀତୀଶ, ରସେଲଙ୍କ ସମେତ ଶେଲଡନ ଜ୍ୟାକସନ, ପ୍ୟାଟ୍‌ କୁମିନ୍ସ ଓ ସୁନୀଲ ନାରିନଙ୍କ ଉଇକେଟ ନେଇ ୫ ଉଇକେଟ ପୂରଣ କରିଥିଲେ। କୁମିନ୍ସ ଓ ନାରିନଙ୍କୁ କ୍ରମାଗତ ବଲ୍‌ରେ ଆଉଟ କରି ସେ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ୪ ଓଭରରେ ସେ ୧ ମେଡେନ ନେବା ସହ ମାତ୍ର ୧୦ ରନ ବ୍ୟୟ କରିଥିଲେ। ଫଳରେ ଏକଦା ୨୦୦ ରନ ଅତିକ୍ରମ ସମ୍ଭାବନା ସୃଷ୍ଟି କରିଥିବା କୋଲକାତା ୧୬୫ ରନରେ ସୀମିତ ରହି ଯାଇଥିଲା। ରିଙ୍କୁ ସିଂ ୧୯ ବଲ୍‌ରୁ ୨୩ (୨ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ମୁମ୍ବାଇ ପକ୍ଷରୁ ବୁମ୍‌ରାଙ୍କ ବ୍ୟତୀତ କୁମାର କାର୍ତ୍ତିକେୟ ୨ଟି ଏବଂ ଡାନିଏଲ୍‌ ସାମ୍ସ ଓ ମୁରୁଗାନ ଅଶ୍ୱିନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଆଇଏଫ୍‌ଏଫ୍‌ ହିରୋ ଏଲିଟ ଲିଗ୍‌: ୧୮ ବର୍ଷରୁ କମ୍‌ ଓଡ଼ିଶା ଏଫ୍‌ସିର ବିଜୟ

ନୂଆଦିଲ୍ଲୀ,୨୧।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମର ୨ ନମ୍ବର ଟ୍ରେନିଂ ପିଚ୍‌ରେ ଖେଳାଯାଇଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ହିରୋ ଏଲିଟ୍‌ ଲିଗ୍‌ରେ...

ଟି୨୦ରେ ରୋହିତଙ୍କ ରେକର୍ଡ

ଲକ୍ଷ୍ନୌ,୨୫।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ଗୁରୁବାର ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ...

୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ନ୍ୟୁଜିଲାଣ୍ଡ; ଚାମ୍ପିଅନ୍‌ ହେବା ପଛରେ ରହିଛି ଏସବୁ କାରଣ

ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଟାଇଟେଲ ଜିତିଛି। ୧୮ରୁ ୨୩ ଅକ୍ଟୋବର ଅର୍ଥାତ୍‌ ୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମ...

ଆଇପିଏଲ୍‌ ପୂର୍ବରୁ ଜୀବନର ନୂଆ ଇନିଂସ ଆରମ୍ଭ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୯।୩: ଅଷ୍ଟ୍ରେଲିୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ ତାଙ୍କ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ବ୍ୟକ୍ତିଗତ ସମାରୋହରେ ଭାରତୀୟ ମୂଳ...

ସୁନୀଲ ଜୋଶୀ ୟୁପି ରଣ୍‌ଜୀ କୋଚ୍‌ ନିଯୁକ୍ତ

ଲକ୍ଷ୍ନୌ, ୩।୯ (ପି.ଟି.)- ପୂର୍ବତନ ଭାରତୀୟ ସ୍ପିନର ସୁନୀଲ ଜୋଶୀଙ୍କୁ ଉତ୍ତର ପ୍ରଦେଶ (ୟୁପି) ରଣ୍‌ଜୀ କ୍ରିକେଟ୍‌ ଦଳର ନୂତନ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି।...

ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ୍‌ ଲାଇନ-ଅପ୍‌ ଚୂଡାନ୍ତ: ଜାଣନ୍ତୁ କାହାକୁ ଭେଟିବ ଭାରତ

ମେଲବୋର୍ନ,୬।୧୧: ଜିମ୍ବାୱେ ବିପକ୍ଷରେ ଭାରତର ବିଜୟ ସହିତ ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି। ଭାରତୀୟ ଦଳ ସୁପର-୧୨ରେ ୪ଟି ମ୍ୟାଚ ଜିତି...

ଆଇପିଏଲ୍‌ରେ ଏହି କୀର୍ତ୍ତିମାନ କରିବାରେ ଚେନ୍ନାଇ ପ୍ରଥମ ଟିମ୍‌

ଦୁବାଇ, ୧୪।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ନୈରାଶ୍ୟଜନକ ଆରମ୍ଭ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଏବେ ଲୟକୁ ଫେରିଛି।...

ଦରଦୀ ମଣିଷ ଧ୍ୟାନଚାନ୍ଦ

ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ଧ୍ୟାନଚାନ୍ଦଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟତା ଏବଂ ସତ୍ୟବାଦିତା...

Advertisement
Archives

Model This Week