Posted inଖେଳ

ବୁମ୍‌ରାଙ୍କୁ ୫ ଉଇକେଟ୍‌ ସଫଳତା

ମୁମ୍ବାଇ, ୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥରପାଇଁ ୫ ଉଇକେଟ୍‌ ସଫଳତା ପାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା। ତାଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ଆଇପିଏଲ୍‌ର ସୋମବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଇନିଂସକୁ ୨୦ ଓଭରରେ ୧୬୫/୯ରେ ସୀମିତ ରଖିଛି। ରିପୋର୍ଟ ଲେଖା ହେବା ବେଳକୁ ମୁମ୍ବାଇ ୯ ଓଭରରେ ୨ ଉଇକେଟ ହରାଇ ୫୮ ରନ ସଂଗ୍ରହ କରିଛି। ଅଧିନାୟକ ରୋହିତ ଶର୍ମା ୨ ଓ ତିଳକ ବର୍ମା ୬ ରନକରି ଆଉଟ ହୋଇଛନ୍ତି।
ଟସ୍‌ ଜିତି ମୁମ୍ବାଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା।
କୋଲକାତା କିନ୍ତୁ ଭେଙ୍କଟେଶ୍‌ ଆୟାର ଓ ଅଜିଙ୍କ୍ୟ ରାହାନେଙ୍କ ମାଧ୍ୟମରେ ଦୃଢ଼ ଓପନିଂ କରିଥିଲା। ବିଶେଷ କରି ଭେଙ୍କଟେଶ୍‌ଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁ କୋଲକାତା ବଡ଼ ସ୍କୋରପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ଭେଙ୍କଟେଶ୍‌ ୨୪ ବଲ୍‌ରୁ ୩ ଚୌକା ଓ ୪ ଛକା ସହାୟତାରେ ୪୩ ରନକରି ଆଉଟ ହୋଇଥିଲେ। ଅପେକ୍ଷାକୃତ ଧିମା ଖେଳିଥିବା ଅଜିଙ୍କ୍ୟ ରାହାନେ ୨୪ ବଲ୍‌ରୁ ୨୫ ରନକରିବାକୁ ସକ୍ଷମ ହୋଇଥିବାବେଳେ ନୀତୀଶ ରାଣା ଷ୍ଟ୍ରୋକପୂର୍ଣ୍ଣ ୪୩ (୨୬ ବଲ, ୩ ଚୌକା, ୪ ଛକା)ର ଇନିଂସ ଖେଳି ଦଳର ରନ୍‌ହାରକୁ ବଜାୟ ରଖିଥିଲେ। ତେବେ ଅଧିନାୟକ ଶ୍ରେୟସ ଆୟାର ୬ ଓ ଆନ୍ଦ୍ରେ ରସେଲ ୯ ରନରେ ଆଉଟ ହେବା କୋଲକାତା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ଫଳରେ ନୀତୀଶ ଆଉଟ ହେବାପରେ ମ୍ୟାଚର ମୋଡ଼ ବୁଲିଥିଲା। କୋଲକାତାର ମିଡିଲ ଅର୍ଡର ଓ ଲୋୟର ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ବୁମ୍‌ରା। ସେ ନୀତୀଶ, ରସେଲଙ୍କ ସମେତ ଶେଲଡନ ଜ୍ୟାକସନ, ପ୍ୟାଟ୍‌ କୁମିନ୍ସ ଓ ସୁନୀଲ ନାରିନଙ୍କ ଉଇକେଟ ନେଇ ୫ ଉଇକେଟ ପୂରଣ କରିଥିଲେ। କୁମିନ୍ସ ଓ ନାରିନଙ୍କୁ କ୍ରମାଗତ ବଲ୍‌ରେ ଆଉଟ କରି ସେ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ୪ ଓଭରରେ ସେ ୧ ମେଡେନ ନେବା ସହ ମାତ୍ର ୧୦ ରନ ବ୍ୟୟ କରିଥିଲେ। ଫଳରେ ଏକଦା ୨୦୦ ରନ ଅତିକ୍ରମ ସମ୍ଭାବନା ସୃଷ୍ଟି କରିଥିବା କୋଲକାତା ୧୬୫ ରନରେ ସୀମିତ ରହି ଯାଇଥିଲା। ରିଙ୍କୁ ସିଂ ୧୯ ବଲ୍‌ରୁ ୨୩ (୨ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ମୁମ୍ବାଇ ପକ୍ଷରୁ ବୁମ୍‌ରାଙ୍କ ବ୍ୟତୀତ କୁମାର କାର୍ତ୍ତିକେୟ ୨ଟି ଏବଂ ଡାନିଏଲ୍‌ ସାମ୍ସ ଓ ମୁରୁଗାନ ଅଶ୍ୱିନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri