ଏସ୍‌ଏଚ୍‌ଜିଙ୍କ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୫ହଜାର କୋଟି

ନିମାପଡ଼ା,୮ା୬(ଡି.ଏନ୍‌.ଏ.): ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାର ୫ ବର୍ଷ ମଧ୍ୟରେ ୫ହଜାର କୋଟି ଟଙ୍କା ବିନିଯୋଗ କରିବେ। ସୁରକ୍ଷା(୧) ପଞ୍ଚାୟତସ୍ତରୀୟ ମହିଳା ମହାସଂଘର ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ସମୀର ରଞ୍ଜନ ଦାଶ ଯୋଗଦେଇ ଏହା କହିଛନ୍ତି। ମହିଳାଙ୍କୁ ସଶକ୍ତ, ଉଦ୍ୟୋଗୀ, ଆତ୍ମନିର୍ଭରଶୀଳ, ସ୍ବାବଲମ୍ବୀ କରିବାକୁ ଆମ ସରକାର ଦୃଢ ସଂକଳ୍ପବଦ୍ଧ ଓ ସଦାଚେଷ୍ଟିତ। ମହିଳାଙ୍କ ବିକାଶ ହେଲେ ଦେଶ ଓ ରାଜ୍ୟର ପ୍ରଗତି ହେବ ବୋଲି ବିଧାୟକ ଦାଶ କହିଛନ୍ତି। ନିମାପଡ଼ା ବ୍ଲକ ଅଧୀନ ଉଚ୍ଛୁପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ମହାସଂଘର ପ୍ରତିନିଧିତ୍ୱ କର୍ମକର୍ତ୍ତାମାନଙ୍କ ଏକ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା।
ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷା ଅନସୂୟା ମହାନ୍ତି, ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଓଡ଼ିଶା ଜୀବିକା ମିଶନ ନିମାପଡ଼ା ବ୍ଲକର ବିପିଏମ୍‌ ମଧୁଛନ୍ଦା ପ୍ରଧାନ, ବିଏଲ୍‌ସି ଜୟସ୍ମିତା ପ୍ରଧାନ, ମହାସଂଘ ସଭାନେତ୍ରୀ ମମତାରାଣୀ ପାଇକରାୟ, ସମ୍ପାଦିକା ଗୀତାଞ୍ଜଳି ବିଶ୍ୱାଳ, ବିଜେଡି ବ୍ଲକ ସଭାପତି ଅଶୋକ ସାହୁ ପ୍ରମୁଖ ଯୋଗଦେଇ ମହାସଂଘର ନିଷ୍ଠାପର କାର୍ଯ୍ୟ, ଆର୍ଥିକ ବିକାଶ କାର୍ଯ୍ୟକ୍ରମ, ଉଦ୍ୟମକୁ ଭୂରିଭୂରି ପ୍ରଶଂସା କରିଥିଲେ। ପଞ୍ଚାୟତର ଏହି ମହାସଂଘ ୨୦୦୨ ମସିହାରେ ମାତ୍ର ୨୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ହୋଇଥିବାବେଳେ ଏବେ ଏହି ମହାସଂଘ ଅଧୀନରେ ୧୮୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରହି କାର୍ଯ୍ୟ କରୁଥିବାବେଳେ ଏହି ମହାସଂଘ ଏବେ ଏକ ମହାଦ୍ରୁମରେ ପରିଣତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏହି ଅବସରରେ ସମାରୋହ ସ୍ଥଳରେ ପଞ୍ଚାୟତର ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦିତ ସାମଗ୍ରୀର ବହୁ ଷ୍ଟଲ୍‌ ଖୋଲାଯାଇଥିଲା। ଅତିଥିମାନେ ଏହି ଷ୍ଟଲ ପରିଦର୍ଶନ କରି ବେଶ୍‌ ଖୁସି ଅନୁଭବ କରିଥିଲେ। ସମାରୋହରେ ବହୁ ଏସ୍‌ଏଚ୍‌ଜି ସଦସ୍ୟା, ସିଆର୍‌ପି, ଏମ୍‌ବିକେ, ବ୍ୟାଙ୍କମିତ୍ରଙ୍କ ସମେତ ପ୍ରାୟ ୫ଶହ ମହିଳା ଯୋଗଦେଇଥିଲେ। ମହାସଂଘ ପକ୍ଷରୁ ମଞ୍ଚାସୀନ ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସାମାଜିକ କର୍ମୀ ଅଶୋକ ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ମମତାରାଣୀ ପାଇକରାୟ ବିବରଣୀ ପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୪।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri