ଏସ୍‌ଏଚ୍‌ଜିଙ୍କ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୫ହଜାର କୋଟି

ନିମାପଡ଼ା,୮ା୬(ଡି.ଏନ୍‌.ଏ.): ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାର ୫ ବର୍ଷ ମଧ୍ୟରେ ୫ହଜାର କୋଟି ଟଙ୍କା ବିନିଯୋଗ କରିବେ। ସୁରକ୍ଷା(୧) ପଞ୍ଚାୟତସ୍ତରୀୟ ମହିଳା ମହାସଂଘର ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ସମୀର ରଞ୍ଜନ ଦାଶ ଯୋଗଦେଇ ଏହା କହିଛନ୍ତି। ମହିଳାଙ୍କୁ ସଶକ୍ତ, ଉଦ୍ୟୋଗୀ, ଆତ୍ମନିର୍ଭରଶୀଳ, ସ୍ବାବଲମ୍ବୀ କରିବାକୁ ଆମ ସରକାର ଦୃଢ ସଂକଳ୍ପବଦ୍ଧ ଓ ସଦାଚେଷ୍ଟିତ। ମହିଳାଙ୍କ ବିକାଶ ହେଲେ ଦେଶ ଓ ରାଜ୍ୟର ପ୍ରଗତି ହେବ ବୋଲି ବିଧାୟକ ଦାଶ କହିଛନ୍ତି। ନିମାପଡ଼ା ବ୍ଲକ ଅଧୀନ ଉଚ୍ଛୁପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ମହାସଂଘର ପ୍ରତିନିଧିତ୍ୱ କର୍ମକର୍ତ୍ତାମାନଙ୍କ ଏକ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା।
ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷା ଅନସୂୟା ମହାନ୍ତି, ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଓଡ଼ିଶା ଜୀବିକା ମିଶନ ନିମାପଡ଼ା ବ୍ଲକର ବିପିଏମ୍‌ ମଧୁଛନ୍ଦା ପ୍ରଧାନ, ବିଏଲ୍‌ସି ଜୟସ୍ମିତା ପ୍ରଧାନ, ମହାସଂଘ ସଭାନେତ୍ରୀ ମମତାରାଣୀ ପାଇକରାୟ, ସମ୍ପାଦିକା ଗୀତାଞ୍ଜଳି ବିଶ୍ୱାଳ, ବିଜେଡି ବ୍ଲକ ସଭାପତି ଅଶୋକ ସାହୁ ପ୍ରମୁଖ ଯୋଗଦେଇ ମହାସଂଘର ନିଷ୍ଠାପର କାର୍ଯ୍ୟ, ଆର୍ଥିକ ବିକାଶ କାର୍ଯ୍ୟକ୍ରମ, ଉଦ୍ୟମକୁ ଭୂରିଭୂରି ପ୍ରଶଂସା କରିଥିଲେ। ପଞ୍ଚାୟତର ଏହି ମହାସଂଘ ୨୦୦୨ ମସିହାରେ ମାତ୍ର ୨୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ହୋଇଥିବାବେଳେ ଏବେ ଏହି ମହାସଂଘ ଅଧୀନରେ ୧୮୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରହି କାର୍ଯ୍ୟ କରୁଥିବାବେଳେ ଏହି ମହାସଂଘ ଏବେ ଏକ ମହାଦ୍ରୁମରେ ପରିଣତ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଏହି ଅବସରରେ ସମାରୋହ ସ୍ଥଳରେ ପଞ୍ଚାୟତର ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦିତ ସାମଗ୍ରୀର ବହୁ ଷ୍ଟଲ୍‌ ଖୋଲାଯାଇଥିଲା। ଅତିଥିମାନେ ଏହି ଷ୍ଟଲ ପରିଦର୍ଶନ କରି ବେଶ୍‌ ଖୁସି ଅନୁଭବ କରିଥିଲେ। ସମାରୋହରେ ବହୁ ଏସ୍‌ଏଚ୍‌ଜି ସଦସ୍ୟା, ସିଆର୍‌ପି, ଏମ୍‌ବିକେ, ବ୍ୟାଙ୍କମିତ୍ରଙ୍କ ସମେତ ପ୍ରାୟ ୫ଶହ ମହିଳା ଯୋଗଦେଇଥିଲେ। ମହାସଂଘ ପକ୍ଷରୁ ମଞ୍ଚାସୀନ ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସାମାଜିକ କର୍ମୀ ଅଶୋକ ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ମମତାରାଣୀ ପାଇକରାୟ ବିବରଣୀ ପାଠ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri