Posted inଜାତୀୟ

ପ୍ରେମ ସମ୍ପର୍କ ଲୁଚାଇବା ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା

ଦଓ୍ବୋସ,୩୦।୬: ଦେଢ଼ ମାସ ହେଲା ନିଖୋଜ ଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ମାଟି ତଳୁ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଧାର କରିଛି ପୋଲିସ। ମଧ୍ୟପ୍ରଦେଶର ଦଓ୍ବୋସ ଜିଲାରୁ ସାମ୍ନାକୁ ଆସିଛି ଏହି ଗଣହତ୍ୟା। ସମସ୍ତଙ୍କୁ ବେକ ଚିପି ହତ୍ୟା କରାଯିବା ପରେ ୮ରୁ ୧୦ ଫୁଟ୍‌ ଗଭୀର ଗାତ ଖୋଳି ପୋତି ଦିଆଯାଇଥିଲା।

୪୫ ବର୍ଷୀୟା ମମତା, ତାଙ୍କର ଦୁଇ ଝିଅ (୨୧ ବର୍ଷୀୟା ରୁପାଲି ଓ ୧୪ ବର୍ଷୀୟା ଦିବ୍ୟା)ଙ୍କ ସହ ସେମାନଙ୍କ ଦୁଇ ସମ୍ପର୍କୀୟ ଦଓ୍ବୋସ ସ୍ଥିତ ଭଡ଼ା ଘରୁ ଗତ ମେ’ ୧୩ ତାରିଖରେ ନିଖୋଜ ହୋଇଯାଇଥିଲେ। ପୀଡ଼ିତାଙ୍କ ମଧ୍ୟରୁ ଜଣଙ୍କ ସହ ଘର ମାଲିକଙ୍କ ପ୍ରେମ ସମ୍ପର୍କ ଥିଲା। ସେ ଓ ତାଙ୍କର ସହଯୋଗୀଙ୍କ ହାତ ଏହି ଗଣହତ୍ୟା ପଛରେ ରହିଛି। ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ରାଜପୁତଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ପୋଲିସ ଖୋଜୁଛି।

ମାଟି ତଳୁ ଉଦ୍ଧାର ହୋଇଥିବା ଗଳିତ ମୃତଦେହରେ କୌଣସି ପୋଷାକ ନ ଥିଲା। ମୃତଦେହ ଶୀଘ୍ର ପଚିବା ପାଇଁ ଲୁଣ ଓ ୟୁରଆର ବ୍ୟବହାର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମୃତକଙ୍କ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ତଦନ୍ତକୁ ବାଟମାରଣ କରିବା ପାଇଁ ମୃତ ମହିଳାଙ୍କ ବଡ଼ ଝିଅ ପ୍ରେମ ବିବାହ କରିଥିବା ଫେସବୁକରେ ପୋଷ୍ଟ ଶେୟାର କରିଥିଲେ ମୁଖ୍ୟ ଅଭିଯୁକ୍ତ। ପରିବାର ନିଖୋଜ ଥିବା ଅନ୍ୟ ସଦସ୍ୟ ତାଙ୍କ ପାଖରେ ଖୁସିରେ ଥିବା ଉଲ୍ଲେଖ ରହିଥିଲା ଉକ୍ତ ପୋଷ୍ଟରେ। ରୁପାଲିଙ୍କ ଫୋନକୁ ପ୍ରଥମେ ଟ୍ରାକ କରିବା ପରେ ତାଙ୍କ କଲ ଡିଟେଲ୍ସ ଚେକ୍‌ କରିଥିଲା ପୋଲିସ। ଏଥିରୁ ଘର ମାଲିକ ସୁରେନ୍ଦ୍ରଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ଜାଣାପଡ଼ିଥିଲା। ପଚରାଉଚୁରାବେଳେ କିଛି ଜାଣି ନ ଥିବା କହିଥିଲା ସୁରେନ୍ଦ୍ର। ଏହାପରେ ତାଙ୍କ କଲ ଡିଟେଲ୍ସ ଯାଞ୍ଚ କରାଯିବାରୁ ମେ’ ୧୩ରେ ସେ ୫ ଜଣଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ଜାଣିବାକୁ ପାଇଥିଲା ପୋଲିସ। ସଭିଙ୍କୁ ଅଲଗା ଅଲଗା ପଚରାଉଚୁରା ପରେ ସାମ୍ନାକୁ ଆସିଛି ଗଣହତ୍ୟାକାଣ୍ଡ।

ରୁପାଲିଙ୍କ ସହ ପ୍ରେମ ସମ୍ପର୍କ ସତ୍ତ୍ୱେ ସୁରେନ୍ଦ୍ର ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ। ଏ ସମ୍ପର୍କରେ ଜାଣିବା ପରେ ରୁପାଲି, ସୁରେନ୍ଦ୍ରଙ୍କ ସହ ଅନ୍ୟ ମହିଳାଙ୍କ ଫଟୋ ଶେୟାର କରିଥିଲେ ସୋସିଆଲ ମିଡିଆରେ। ଏଥିରେ ଉତ୍ତ୍ୟକ୍ତ ହୋଇ ରୁପାଲିଙ୍କ ପରିବାରକୁ ହତ୍ୟା କରିବାକୁ ସୁରେନ୍ଦ୍ର ଚକ୍ରାନ୍ତ କରିଥିଲା ବୋଲି ଦଓ୍ବୋସ ପୋଲିସ ଅଧିକାରୀ ଶିବ ଦୟାଲ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?