Posted inଜାତୀୟ

ପ୍ରେମ ସମ୍ପର୍କ ଲୁଚାଇବା ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା

ଦଓ୍ବୋସ,୩୦।୬: ଦେଢ଼ ମାସ ହେଲା ନିଖୋଜ ଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ମାଟି ତଳୁ ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଧାର କରିଛି ପୋଲିସ। ମଧ୍ୟପ୍ରଦେଶର ଦଓ୍ବୋସ ଜିଲାରୁ ସାମ୍ନାକୁ ଆସିଛି ଏହି ଗଣହତ୍ୟା। ସମସ୍ତଙ୍କୁ ବେକ ଚିପି ହତ୍ୟା କରାଯିବା ପରେ ୮ରୁ ୧୦ ଫୁଟ୍‌ ଗଭୀର ଗାତ ଖୋଳି ପୋତି ଦିଆଯାଇଥିଲା।

୪୫ ବର୍ଷୀୟା ମମତା, ତାଙ୍କର ଦୁଇ ଝିଅ (୨୧ ବର୍ଷୀୟା ରୁପାଲି ଓ ୧୪ ବର୍ଷୀୟା ଦିବ୍ୟା)ଙ୍କ ସହ ସେମାନଙ୍କ ଦୁଇ ସମ୍ପର୍କୀୟ ଦଓ୍ବୋସ ସ୍ଥିତ ଭଡ଼ା ଘରୁ ଗତ ମେ’ ୧୩ ତାରିଖରେ ନିଖୋଜ ହୋଇଯାଇଥିଲେ। ପୀଡ଼ିତାଙ୍କ ମଧ୍ୟରୁ ଜଣଙ୍କ ସହ ଘର ମାଲିକଙ୍କ ପ୍ରେମ ସମ୍ପର୍କ ଥିଲା। ସେ ଓ ତାଙ୍କର ସହଯୋଗୀଙ୍କ ହାତ ଏହି ଗଣହତ୍ୟା ପଛରେ ରହିଛି। ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ରାଜପୁତଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ପୋଲିସ ଖୋଜୁଛି।

ମାଟି ତଳୁ ଉଦ୍ଧାର ହୋଇଥିବା ଗଳିତ ମୃତଦେହରେ କୌଣସି ପୋଷାକ ନ ଥିଲା। ମୃତଦେହ ଶୀଘ୍ର ପଚିବା ପାଇଁ ଲୁଣ ଓ ୟୁରଆର ବ୍ୟବହାର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମୃତକଙ୍କ ପରିବାର ପକ୍ଷରୁ ନିଖୋଜ ଅଭିଯୋଗ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ତଦନ୍ତକୁ ବାଟମାରଣ କରିବା ପାଇଁ ମୃତ ମହିଳାଙ୍କ ବଡ଼ ଝିଅ ପ୍ରେମ ବିବାହ କରିଥିବା ଫେସବୁକରେ ପୋଷ୍ଟ ଶେୟାର କରିଥିଲେ ମୁଖ୍ୟ ଅଭିଯୁକ୍ତ। ପରିବାର ନିଖୋଜ ଥିବା ଅନ୍ୟ ସଦସ୍ୟ ତାଙ୍କ ପାଖରେ ଖୁସିରେ ଥିବା ଉଲ୍ଲେଖ ରହିଥିଲା ଉକ୍ତ ପୋଷ୍ଟରେ। ରୁପାଲିଙ୍କ ଫୋନକୁ ପ୍ରଥମେ ଟ୍ରାକ କରିବା ପରେ ତାଙ୍କ କଲ ଡିଟେଲ୍ସ ଚେକ୍‌ କରିଥିଲା ପୋଲିସ। ଏଥିରୁ ଘର ମାଲିକ ସୁରେନ୍ଦ୍ରଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ଜାଣାପଡ଼ିଥିଲା। ପଚରାଉଚୁରାବେଳେ କିଛି ଜାଣି ନ ଥିବା କହିଥିଲା ସୁରେନ୍ଦ୍ର। ଏହାପରେ ତାଙ୍କ କଲ ଡିଟେଲ୍ସ ଯାଞ୍ଚ କରାଯିବାରୁ ମେ’ ୧୩ରେ ସେ ୫ ଜଣଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ଜାଣିବାକୁ ପାଇଥିଲା ପୋଲିସ। ସଭିଙ୍କୁ ଅଲଗା ଅଲଗା ପଚରାଉଚୁରା ପରେ ସାମ୍ନାକୁ ଆସିଛି ଗଣହତ୍ୟାକାଣ୍ଡ।

ରୁପାଲିଙ୍କ ସହ ପ୍ରେମ ସମ୍ପର୍କ ସତ୍ତ୍ୱେ ସୁରେନ୍ଦ୍ର ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ। ଏ ସମ୍ପର୍କରେ ଜାଣିବା ପରେ ରୁପାଲି, ସୁରେନ୍ଦ୍ରଙ୍କ ସହ ଅନ୍ୟ ମହିଳାଙ୍କ ଫଟୋ ଶେୟାର କରିଥିଲେ ସୋସିଆଲ ମିଡିଆରେ। ଏଥିରେ ଉତ୍ତ୍ୟକ୍ତ ହୋଇ ରୁପାଲିଙ୍କ ପରିବାରକୁ ହତ୍ୟା କରିବାକୁ ସୁରେନ୍ଦ୍ର ଚକ୍ରାନ୍ତ କରିଥିଲା ବୋଲି ଦଓ୍ବୋସ ପୋଲିସ ଅଧିକାରୀ ଶିବ ଦୟାଲ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri