୫ମାସ ବିତିଲା, ହେଲାନି ସ୍ବତନ୍ତ୍ର ବୈଠକ

ନୟାଗଡ଼,୭ା୧୨(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ମହକୁମାର ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ କରାଗଲାନି ସ୍ବତନ୍ତ୍ର ବୈଠକ। ଏକାଦଶୀରେ ଅନୁଷ୍ଠିତ ସୁନାବେଶରେ ଶ୍ରୀଜୀଉ ରୁପା ଅଳଙ୍କାରରେ ସଜ୍ଜିତ ହେଉଥିବାରୁ ୨୦୨୩ ବାହୁଡ଼ା ଯାତ୍ରା ପରେ ସ୍ବତନ୍ତ୍ର ବୈଠକ କରାଯିବାକୁ ୫ମାସ ତଳେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଥିଲା । ଜୁନ୍‌ ଯାଇ ଡିସେମ୍ବର ହେଲାଣି, ଇତି ମଧ୍ୟରେ ପ୍ରାୟ ୫ମାସ ବିତିଛି । ହେଲେ ପ୍ରଶାସନର ସ୍ବତନ୍ତ୍ର ବୈଠକ କରିବା ନେଇ ମନେ ପଡୁ ନ ଥିବାରୁ ଅନୁରୂପ ଭାବେ ପୁଣି ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ପ୍ରତିବର୍ଷ ସୁନାବେଶରେ ନୟାଗଡ଼ର ଶ୍ରୀଜୀଉ ରୁପା ଅଳଙ୍କାର ପିନ୍ଧୁଛନ୍ତି ା ସୁନାବେଶରେ ରୁପା ଅଳଙ୍କାର ପିନ୍ଧି ଦର୍ଶନ ଦେବାକୁ ନେଇ ଭକ୍ତ ମହଲରେ ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ ପାଇ ଆସୁଛି । ରାଜରାଜୁଡା ସମୟର ଶ୍ରୀଜୀଉଙ୍କ ସୁନା ଅଳଙ୍କାର ଥିଲା। ପ୍ରାୟ ୩୩ ବର୍ଷ ତଳେ ତାହା କୁଆଡ଼େ ଗାଏବ ହୋଇଯାଇଥିଲା। ରାଜରାଜୁଡା ସମୟର ସୁନା ଅଳଙ୍କାରକୁ କେହି ଚତୁରତାର ସହ ଅଦଳବଦଳ କରି ସେହି ସ୍ଥାନରେ ସୁନା କଲେଇ ଅଳଙ୍କାର(ରୁପା ଅଳଙ୍କାରରେ ସୁନାର ପ୍ରଲେପ) ରଖି ହଡପ କରିଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଏହି ଘଟଣାର ଆଜି ପର୍ଯ୍ୟନ୍ତ ପର୍ଦ୍ଦାଫାସ ହୋଇ ପାରିନାହିଁ । ପରବର୍ତ୍ତୀ ସମୟରେ ସୁନାର ପ୍ରଲେପ ଛାଡିଯିବା ପରେ ପୁଣି ସୁନାର ପ୍ରଲେପ ଦିଆଯାଇଥିଲା । ତେବେ ସାଢ଼େ ୪ ବର୍ଷ ହେଲା ଶ୍ରୀଜୀଉଙ୍କ ଅଳଙ୍କାରରେ ଆଉ ପ୍ରଲେପ ଦିଆଯାଉ ନ ଥିବାରୁ ପ୍ରଭୁ ସେହି ସୁନା ରଙ୍ଗଛଡ଼ା ଅଳଙ୍କାର ପିନ୍ଧୁଛନ୍ତି । ଏ ନେଇ ପ୍ରାୟ ୨ବର୍ଷ ତଳେ ଆଲୋଚନା ହୋଇଥିଲା । କଟକର କାରିଗର ୫ ଲକ୍ଷ ଟଙ୍କା ନେଇ ରୁପା ଉପରେ ସୁନା କଲେଇ କରିବାକୁ ରାଜି ହୋଇଥିଲେ । ହେଲେ ପ୍ରଶାସନର ନିଷ୍ପତ୍ତି ଶୀତଳଭଣ୍ଡାରରେ ରହିଗଲା । ସୁନାବେଶରେ ଶ୍ରୀଜୀଉ ସ୍ବର୍ଣ୍ଣ ଅଳଙ୍କାର ପିନ୍ଧୁ ନ ଥିବାରୁ ବାହୁଡା ପରେ ସ୍ବତନ୍ତ୍ର ବୈଠକ କରାଯିବାକୁ ଗତ ଜୁନ୍‌ ୧ରେ ରଥଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଥିଲା । ପୁଣି ମନ୍ଦିର ରୀତିନୀତି ଠିକ୍‌ରେ କରିବା ଓ ମନ୍ଦିରକୁୁ ସହାୟତା ଦେବା ଉଦ୍ଦେଶ୍ୟରେ ସମ୍ପୃକ୍ତ ବୈଠକରେ ଆଲୋଚନା କରାଯିବ ବୋଲି ଜିଲାପାଳ ଓ ଉପଜିଲାପାଳ ସହମତି ପ୍ରକାଶ କରିଥିଲେ।
ଏନେଇ ନୟାଗଡ଼ର ଜଣେ ଭକ୍ତ ଭବାନୀ ଶଙ୍କର ଦାଶ କୁହନ୍ତି, ୧୯୯୦ ପୂର୍ବରୁ ରାଜରାଜୁଡା ସମୟର ଅଳଙ୍କାରକୁ ଗାଏବ କରି ତା’ସ୍ଥାନରେ ଏକା ପ୍ରକାରର ପ୍ରଲେପ ଦିଆ ଅଳଙ୍କାର ରଖାଯାଇଥିଲା। ହେଲେ ଏନେଇ କେହି ଜାଣି ପାରିଲେ ନାହିଁ । ନୟାଗଡ଼ ଦେବୋତ୍ତର ମ୍ୟାନେଜର ଜଗନ୍ନାଥ ସାହୁ ଥିବାବେଳେ ଓଡ଼ଗଁା ରଘୁନାଥଙ୍କ ସୁନାଖଡିକା ଦେଖିବାକୁ ମିଳି ନ ଥିଲା । ତତ୍କାଳୀନ ଉପଜିଲାପାଳ ପୁରୁଷୋତ୍ତମ ପାତ୍ର ସୁନାଖଡିକା କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ। ସୁନା ଖଡିକା ସଫେଇ କରିବାକୁ ଦିଆଯାଇଥିବା ମ୍ୟାନେଜର ସଫେଇ ଦେଇଥିଲେ । ତେବେ ତୁରନ୍ତ ସକାଳ ପାଇଲା ବେଳକୁ ରଘୁନାଥଙ୍କ ପାଖରେ ସୁନାଖଡିକା ଯେପରି ଦେଖିବେ ସେନେଇ ନିର୍ଦ୍ଦେଶ ଦେଇଥିଲେ ଉପଜିଲାପାଳ। ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଦେବୋତ୍ତର ମ୍ୟାନେଜର ଜଗନ୍ନାଥ ସାହୁଙ୍କୁ ତତ୍କାଳୀନ ଉପଜିଲାପାଳ ନିଲମ୍ବିତ କରିଥିଲେ । ସେହି ସମୟରେ ନୟାଗଡ଼ ଜଗନ୍ନାଥ ମହାପ୍ରଭୁଙ୍କ ସୁନା ଅଳଙ୍କାରରୁ ପ୍ରଲେପ ଛାଡିଥିବା ଦେଖିବାକୁ ମିଳିଥିଲା । ପରେ ଠାକୁରଙ୍କ ସମସ୍ତ ଅଳଙ୍କାର ରୁପା ବୋଲିି ଜଣାପଡିଥିଲା । ତେବେ ଗୋଟେ କଥା ସ୍ପଷ୍ଟ ହୋଇଥିଲା ଯେ ଠାକୁରଙ୍କ ରାଜରାଜୁଡା ସମୟର ଅଳଙ୍କାରକୁ ଅତି ଚତୁରତାର ସହ ଗାଏବ କରାଯାଇଥିଲା, ଯାହାକି ଅଦ୍ୟାବଧି ରହସ୍ୟାବୃତ୍ତ ହୋଇରହିଛି । ଏଭଳିସ୍ଥଳେ ପ୍ରଶାସନର ନିଷ୍ପତ୍ତି ଅନୁସାରେ ସ୍ବତନ୍ତ୍ର ବୈଠକ କରାଯାଇ ଶ୍ରଜୀଉଙ୍କ ସୁନା ପ୍ରଲେପ ଓ ମନ୍ଦିରର ଅସୁବିଧାକୁ ତୁରନ୍ତ ଦୂର କରିବା ଦରକାର । ଭକ୍ତ ପ୍ରମୋଦ ପଟ୍ଟନାୟକ କୁହନ୍ତି, ନୟାଗଡ଼ର ଶ୍ରୀଜୀଉଙ୍କ ରୁପା ଅଳଙ୍କାର ଉପରେ ସୁନାର ପ୍ରଲେପ ଦିଆଯାଇଥିବା ଆମେ ଜାଣିବାକୁ ପାଇଛୁ। ସୁନାର ପ୍ରଲେପ ଛାଡିଯିବା ପରେ ସୁନାବେଶରେ ଶ୍ରୀଜୀଉ ରୁପା ଅଳଙ୍କାର ପରିଧାନ କରିବା ଘଟଣା କଷ୍ଟ ଦେଇଛି। ରୁପା ଅଳଙ୍କାର ଉପରେ ସୁନାର କଲେଇ କରିବାକୁ ୫ ବର୍ଷ ତଳେ ୫ରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ଏ ସଂକ୍ରାନ୍ତରେ ଚଳିତ ବର୍ଷ ବାହୁଡ଼ା ଯାତ୍ରା ଶେଷ ପରେ ସ୍ବତନ୍ତ୍ର ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଜିଲାପାଳ ଓ ଉପଜିଲାପାଳଙ୍କ ଉପସ୍ଥିତିରେ ସୁନା କଲେଇ ସମ୍ପର୍କରେ ଆଲୋଚନା କରାଯାଇ ଏହାର ଆକଳନ ହେବ । ସୁନାର କଲେଇ ପାଇଁ ଭକ୍ତମାନଙ୍କ ସହଯୋଗ ନେଇ ୨୦୨୪ରେ ଠାକୁର ସୁନା ବେଶରେ ଦର୍ଶନ ଦେବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯିବାକୁ ମତ ପ୍ରକାଶ ପାଇଥିଲା। ତେବେ ଏ ଦିଗରେ ପ୍ରଶାସନ ସହ ଆଲୋଚନା କରାଯାଇ ତୁରନ୍ତ ସ୍ବତନ୍ତ୍ର ବୈଠକ ଡକାଯିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?