Posted inଖେଳ

୫ ମାସର ଗର୍ଭବତୀ ଅଙ୍କିତା ୬୨ ମିନିଟ୍‌ରେ ଦୌଡ଼ିଲେ ୧୦ କିମି

ବେଙ୍ଗାଲୁରୁ,୨୪।୧୨(ପି.ଟି.): ଅଙ୍କିତା ଗୌଡ଼ ଏବେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୫ ମାସର ଗର୍ଭବତୀ ହୋଇଥିଲେ ମଧ୍ୟ ସେ ୧୦ କିଲୋମିଟର ବିଶିଷ୍ଟ ରେସ୍‌କୁ ମାତ୍ର ଏକଘଣ୍ଟା ୨ ମିନିଟ୍‌ରେ ପୂରା କରିଛନ୍ତି। ରବିବାର ବେଙ୍ଗାଲୁରୁରେ ଅନୁଷ୍ଠିତ ଟିସିଏସ୍‌ ଓ୍ବାଲର୍‌ଡ ୧୦କେ ୨୦୨୦ ରେସ୍‌କୁ ଅଙ୍କିତା ମାତ୍ର ୬୨ ମିନିଟ୍‌ରେ ଅତିକ୍ରମ କରିଛନ୍ତି। ଏହି ସମୟରେ ସେ ୬ ମିନିଟ୍‌ ପାଣି ପିଇବା, ଟଏଲେଟ୍‌ ଯିବା ବାବଦରେ ବ୍ୟୟ କରିଥିଲେ। ଏଥିପାଇଁ ତାଙ୍କୁ ୧୨ ତାଲା ଉପରକୁ ଯିବା ସହିତ ଓହ୍ଲାଇବାକୁ ମଧ୍ୟ ପଡିଥିଲା।
ଗତ ୯ବର୍ଷ ହେବ ଅଙ୍କିତା ନିୟମିତ ଭାବେ ଦୌଡ଼ି ଆସୁଛନ୍ତି। ଏପରିକି ପ୍ରତିଦିନ ଦୌଡିଥାଏ ବୋଲି ସେ କୁହନ୍ତି। ଗର୍ଭବତୀ ଥିବା ଅବସ୍ଥାରେ ମଧ୍ୟ ଦୌଡ଼ିବା ଏକ ଭଲ ବ୍ୟାୟାମ। ପେସାରେ ଜଣେ ଇଞ୍ଜିନିୟର ହୋଇଥିଲେ ମଧ୍ୟ ସେ ୨୦୧୩ରୁ ଟିସିଏସ୍‌ ଓ୍ବାଲର୍‌ଡ ୧୦କେ ରେସ୍‌ରେ ଭାଗ ନେଇଆସୁଛନ୍ତି। ସେ ମଧ୍ୟ ୫-୬ଟି ଅନ୍ତର୍ଜାତୀୟ ମାରାଥନରେ ଅଂଶଗ୍ରହଣ କରିଆସୁଛନ୍ତି। ସେ ବର୍ଲିନ ମାରାଥନ ୩ ଥର, ବୋଷ୍ଟନ ଓ ନ୍ୟୁୟର୍କ ମାରାଥନରେ ଅଂଶଗ୍ରହଣ କରିଛନ୍ତି। ପୂର୍ବରୁ ଟିସିଏସ୍‌ ୧୦କେ ରେସ୍‌ରେ ପଦକ ହାସଲ କରିଛି। କିନ୍ତୁ ଏଥର ବ୍ରେକ୍‌ ଓ ଚାଲିବା କାରଣରୁ ପଦକ ଜିତିପାରି ନାହିଁ ବୋଲି ସେ କହିଛନ୍ତି। ଅବଶ୍ୟ ଇଞ୍ଜୁରି ଓ ସ୍ବାସ୍ଥ୍ୟଗତ କାରଣରୁ ବେଳେ ବେଳେ ଦୌଡ଼ି ପାରି ନ ଥାଏ। ନ ହେଲେ ନିୟମିତ ଦୌଡ଼ାବାରେ କୌଣସି ସମସ୍ୟା ନ ଥାଏ। ଗର୍ଭବତୀ ଥିବା ଅବସ୍ଥାରେ ଦୌଡ଼ିବା ଭଲ କଥା। ନିୟମିତ ଦୌଡ଼ୁଥିଲେ ଏଥିରେ କୌଣସି ଅସୁବିଧା ନାହିଁ। ଚଳିତ ବର୍ଷ ଇଭେଣ୍ଟ ପାଇଁ ମୋତେ ବିଶେଷ ଭାବେ ପ୍ରସ୍ତୁତି କରିବାକୁ ପଡିଥିଲା। ମନ୍ଥର ଗତିରେ ଦୈନିକ ୫-୮ କି.ମି. ନିୟମିତ ଦୌଡୁଥିଲି।
ଦୌଡ଼ବା ନେଇ ମୋ ପରିବାର ସବୁବେଳେ ସମର୍ଥନ କରିଆସିଛନ୍ତି। ସ୍ବାମୀ ମୋତେ ଏଥିରେ ପୂର୍ଣ୍ଣ ସମର୍ଥନ ଜଣାଇ ଆସିଛନ୍ତି ବୋଲି ସେ କୁହନ୍ତି। ତେବେ ପ୍ରଥମେ ମା’ ଦୌଡ଼ିବାକୁ ବାରଣ କରୁଥିଲେ। ୫ ମାସର ଗର୍ଭବତୀ ହୋଇଥିଲେ ମଧ୍ୟ ଡାକ୍ତର ଦୌଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଜୋରରେ ଦୌଡ଼ିବାକୁ ବାରଣ କରିଥିଲେ ବୋଲି ଅଙ୍କିତା କହିଛନ୍ତି। ବାପା ଜଣେ କ୍ରୀଡ଼ାବିତ୍‌ ହୋଇଥିବାରୁ ଦୌଡ଼ିବା ପାଇଁ ସବୁବେଳେ ସମର୍ଥନ କରିଆସିଛନ୍ତି। ଆଗକୁ ମଧ୍ୟ ଦୌଡ଼ିବା ଜାରି ରଖିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri